Advertisment

Rape: ବିଜ୍ଞାନ ମେଳା ବୁଲେଇ ନେଇ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଶିକ୍ଷକ

Advertisment

କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ବିଜ୍ଞାନ ମେଳା ବୁଲେଇ ନେଇ ଦୁଷ୍କର୍ମ କରିଥିବା ଶିକ୍ଷକଙ୍କୁ ଶେଷରେ ପୁଲିସ ବାନ୍ଧିଛି। ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଫୁଲବାଣୀ ବ୍ଲକ କଟ୍ରିଙ୍ଗିଆ ପଞ୍ଚାୟତର କାଣିବାଲି...

କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ବିଜ୍ଞାନ ମେଳା ବୁଲେଇ ନେଇ ଦୁଷ୍କର୍ମ କରିଥିବା ଶିକ୍ଷକଙ୍କୁ ଶେଷରେ ପୁଲିସ ବାନ୍ଧିଛି। ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଫୁଲବାଣୀ ବ୍ଲକ କଟ୍ରିଙ୍ଗିଆ ପଞ୍ଚାୟତର କାଣିବାଲି...

Rape12345

gang rape & murder Photograph: (sambad.in)

ଫୁଲବାଣୀ (ରଂଜନ ପ୍ରଧାନ): କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ବିଜ୍ଞାନ ମେଳା ବୁଲେଇ ନେଇ ଦୁଷ୍କର୍ମ କରିଥିବା ଶିକ୍ଷକଙ୍କୁ ଶେଷରେ ପୁଲିସ ବାନ୍ଧିଛି। ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଫୁଲବାଣୀ ବ୍ଲକ କଟ୍ରିଙ୍ଗିଆ ପଞ୍ଚାୟତର କାଣିବାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କୁନୁ ଭୋଇକୁ ‌ଗୋଛାପଡ଼ା ପୁଲିସ ଗିରଫ କରି ‌କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ, ଗତବର୍ଷ ନଭେମ୍ବର ମାସ ୨୧ ତାରିଖରେ ଏହି ପିଶାଚ ଶିକ୍ଷକ କୁନୁ ଭୋଇ ନିଜ ସ୍କୁଲରେ ପଢୁଥିବା ଅଷ୍ଟମ ଶ୍ରେଣୀର ଜଣେ ମେଧାବୀ ଛାତ୍ରୀଙ୍କୁ ଫୁଲବାଣୀରେ ଚାଲିଥିବା ବିଜ୍ଞାନ ମେଳାକୁ ବୁଲେଇ ଆଣିଥିଲେ। ଉକ୍ତ ଛାତ୍ରୀ ମଧ୍ୟ ଏକ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ତେବେ ବିଜ୍ଞାନମେଳା ସାରି ଫେରିବା ବେଳକୁ ସନ୍ଧ୍ୟା ହୋଇଯାଇଥିଲା। ଶିକ୍ଷକ ଉକ୍ତ ନାବାଳିକା ଛାତ୍ରୀ ନିଜ ସାଥୀରେ ନେଇ ଫେରୁଥିବାବେଳେ ଫୁଲବାଣୀ-ଗୋଛାପଡ଼ା ରାସ୍ତାର ଏକ ନିଛାଟିଆ ଜଙ୍ଗଲ ଭିତରକୁ ନେଇ ଛାତ୍ର ସହ ଦୁଷ୍କର୍ମ କରିଥିଲେ।

ଏହାପରଠାରୁ ସମ୍ପୃକ୍ତ ଶିକ୍ଷକ ନିୟମିତ ଭାବେ ଉକ୍ତ ନାବାଳିକା ଛାତ୍ରୀକୁ ଡରାଇ ଧମକାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସୁଥିଲା। ଏହି ପିଶାଚ ଶିକ୍ଷକର ଯୌନ ଲାଳସା ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ, ସେ ପ୍ରତିଦିନ ବିଦ୍ୟାଳୟରେ କେହି ନଥିବାବେଳେ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିବାକୁ ବାଧ୍ୟ କରୁଥିଲା। ଛାତ୍ରୀଜଣକ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ଛାତ୍ରୀଙ୍କ ମା’ ଏ ବିଷୟ‌ରେ ଜାଣିବାକୁ ପାଇଥିଲେ। ଛାତ୍ରୀଜଣକ ଭୟରେ ପ୍ରଥମେ ଉକ୍ତ ଶିକ୍ଷକଙ୍କ ନାମ କହିବାକୁ ଡରୁଥିଲା। ପରିବାର ଲୋକେ ବୁଝାସୁଝା କରି ଆଶ୍ବାସନା ଦେବା ପରେ ଛାତ୍ରୀ ସବୁ ସତକଥା ମାନି ଯାଇଥିଲା।

ଆହୁରି ପଢ଼ନ୍ତୁ: Teacher Rapes Student ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ଶିକ୍ଷକ ଅଟକ

ଗତ ନଭେମ୍ବର ମାସ ୨୧ ତାରିଖରୁ ଚଳିତ ବର୍ଷ ଫେବ୍ରୁଆରି ମାସ ମଧ୍ୟରେ ପିଶାଚ ଶିକ୍ଷକ କୁନୁ ଭୋଇ ଅନେକ ଥର ଛାତ୍ରୀ ସହ ଦୁଷ୍କର୍ମ କରିଥିଲା। ଏହି ଘଟଣା ଜାଣିବା ପରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଗୋଛାପଡ଼ା ଥାନାରେ ଲିଖିତ ଏତଲା ଦିଆଯିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଏହି ଶିକ୍ଷକଜଣକ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିବାରୁ ପୁଲିସ ତା’ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଥିଲା। ସମ୍ପୃକ୍ତ ଶିକ୍ଷକଙ୍କୁ ତୁରନ୍ତ ଗିରଫ କରିବାକୁ ବିଜୁ ଜନତା ଦଳର ମହିଳା ସଭାପତି ପୁନମ୍‌ କହଁର ଏବଂ ଫୁଲବାଣୀ ପୌର ପରିଷଦର ଅଧ୍ୟକ୍ଷା ପାୟେଲ ବେହେରାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ କନ୍ଧମାଳ ଏସ୍‌ପିଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଦୀର୍ଘଦିନ ପର୍ଯ୍ୟନ୍ତ ପୁଲିସ ନିରବ ରହିବାରୁ ସ୍ଥାନୀୟ ଲୋକେ ଏ ନେଇ କନ୍ଧମାଳ ଏସ୍‌ପି ହରିଶ ବିସିଙ୍କୁ ସାକ୍ଷାତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏକ ତଦନ୍ତକାରୀ ଟିମ୍‌ ଗଠନ କରାଯାଇ ତଦନ୍ତକୁ ଜୋର୍‌ଦାର କରାଯାଇଥିଲା। ତେବେ ଶେଷରେ ଏହି ପିଶାଚ ଶିକ୍ଷକ କୁନୁ ଭୋଇକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe