ମଦ ନିଶାରେ ଟଳମଳ ଶିକ୍ଷକ କହିଲେ, ‘ମୋତେ ଶୋଇବାକୁ ଦିଏ’

ମଦପିଇ ସ୍କୁଲ ଚଟାଣରେ ଶୋଇଥିବା ଶିକ୍ଷକଙ୍କ ଭିଡିଓ ଭାଇରାଲ। ଶିକ୍ଷକଙ୍କୁ ଉଠାଇବାରୁ କହୁଛନ୍ତି, ‘ମୁଁ ରାତିସାରା ଶୋଇନାହିଁ। ଦୟାକରି ମୋତେ ଘଣ୍ଟାଏ ଶୋଇବାକୁ ଛାଡ଼ିଦିଆଯାଉ।’

୯୦

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧାର ଜିଲ୍ଲାର ଏକ ସରକାରୀ ସ୍କୁଲ ଶିକ୍ଷକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଶିକ୍ଷକ ଜଣକ ମଦ ପିଇ ଶ୍ରେଣୀଗୃହରେ ଶୋଇଥିବା ଦେଖିବାକୁ ମିଳୁଛି। ତାଙ୍କୁ ଉଠାଇବାରୁ ସେ କହୁଛନ୍ତି, ‘ମୁଁ ରାତିରେ ଶୋଇନାହିଁ ମୋତେ ଏକ ଘଣ୍ଟା ଶୋଇବାକୁ ଦିଆଯାଉ।’

ଗତ ସୋମବାର ନାଲଚ୍ଛା ବିକାଶଖଣ୍ଡର ମାଧ୍ୟମିକ ବିଦ୍ୟାଳୟ କୁରାଡିୟାରେ ଏହି ଘଟଣା ଘଟିଛି।  ସ୍ଥାନୀୟଲୋକ ଅଭିଯୋଗ କରି କହିଥିଲେ, ‘ଅମର ସିଂ ମୌର୍ଯ୍ୟ ମଦ୍ୟପାନ କରି ପ୍ରାୟତଃ ବିଦ୍ୟାଳୟରେ ପହଞ୍ଚ ଥାଆନ୍ତି। ବିଦ୍ୟାଳୟରେ ଚାରିଜଣ ମହିଳା କର୍ମଚାରୀ ଅଛନ୍ତି। ଏଭଳି ପରିସ୍ଥିତିରେ ଶିକ୍ଷକଙ୍କ ଏହି କାର୍ଯ୍ୟ ଯୋଗୁଁ ମହିଳା କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସର୍ବଦା ଭୟ ଲାଗି ରହିଥାଏ। ଶିକ୍ଷକ ଅନେକ ଦିନ ସ୍କୁଲରେ ଅନୁପସ୍ଥିତ ରୁହନ୍ତି। ଯଦି ବି କେବେ ଆସନ୍ତି ମଦପିଇକି ଆସି ସ୍କୁଲରେ ଶୋଇ ରୁହନ୍ତି। । ତାଙ୍କ ବିରୋଧରେ ଅନେକ ଥର ଅଭିଯୋଗ ବି ହୋଇଛି।

ଶିକ୍ଷକଙ୍କ ୫୨ସେକେଣ୍ଡର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ସ୍କୁଲ ଅଫିସର ଚଟାଣରେ ଶୋଇଥିବାର ନଜର ଆସୁଛନ୍ତି। ଭିଡିଓରେ ଶିକ୍ଷକ ଜଣକ କହୁଛନ୍ତି,‘ମୁ ସାରା ରାତି ଶୋଇ ପାରି ନଥିଲି। ତେଣୁ ମୋତେ ଏକ ଘଣ୍ଟା ଶୋଇବାକୁ ଦିଆଯାଉ।’

ସ୍କୁଲ ପ୍ରଧାନଶିକ୍ଷକ ଭାରତ ପଟେଲ କହିଛନ୍ତି ଯେ ଅତୀତରେ ଶିକ୍ଷକ ଅମର ସିଂ ମୌର୍ଯ୍ୟଙ୍କ ବିରୋଧରେ ଚାରିଟି ଅଭିଯୋଗ ଆସିଥିଲା। ଏହି କାରଣରୁ ତାଙ୍କର ୬ମାସର ଦରମା ମଧ୍ୟ ବନ୍ଦ କରି ଦିଆଯାଇଥିଲା। ଏହି ଘଟଣା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସୂଚନା ଦିଆଯାଇଛି। ମାମଲାର ତଦନ୍ତ ଚାଲିଛି। 

ଅଧିକପଢ଼ନ୍ତୁ: ରୋହିତଙ୍କ ନାମରେ ଏଭଳି ଟାଟୁ ଆଙ୍କିଛନ୍ତି ପ୍ରଶଂସକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe