ଘରେ କିଛି ସାମଗ୍ରୀ ନପାଇବାରୁ ମହିଳାଙ୍କୁ ଚୁମ୍ବନ ଦେଇ ଚମ୍ପଟ ମାରିଲା ଚୋର

Advertisment

ଚୋରି କରି ନେବାକୁ କିଛି ନପାଇବାରୁ ମାଲିକାଣୀଙ୍କୁ ଚୁମ୍ବନ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଲା ଚୋର। ଅଭିଯୋଗ ପ‌ରେ ପୁଲିସ ଚୋରକୁ ଗିରଫ କରିଛି। ଗିରଫ ଚୋର ଜଣକ ବେରୋଜଗାର ଥିବାରୁ ଚୋରି ଉଦ୍ୟମ କରିଥିଲା।

ଚୋରି କରି ନେବାକୁ କିଛି ନପାଇବାରୁ ମାଲିକାଣୀଙ୍କୁ ଚୁମ୍ବନ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଲା ଚୋର। ଅଭିଯୋଗ ପ‌ରେ ପୁଲିସ ଚୋରକୁ ଗିରଫ କରିଛି। ଗିରଫ ଚୋର ଜଣକ ବେରୋଜଗାର ଥିବାରୁ ଚୋରି ଉଦ୍ୟମ କରିଥିଲା।

ୀି୍ୀ

ନୂଆଦିଲ୍ଲୀ: ମୁମ୍ବାଇର ଉପନଗରୀ ମାଲାଡ଼ରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଚୋରି କରିବା ପାଇଁ ଘରେ ପଶିଥିବା ଚୋର ମାଲିକାଣୀଙ୍କୁ ଚୁମ୍ବନ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଚୋରକୁ ଗିରଫ କରି ନେଇଛି।

ଅଧିକପଢ଼ନ୍ତୁ:ମୃତଦେହକୁ ବାନ୍ଧି ଟାଣିଟାଣି ଶବଗୃହକୁ ନେବା ଘଟଣାର ଭିଡିଓ ଭାଇରାଲ

୩୮ବର୍ଷୀୟ ଅଭିଯୋଗକାରୀ କୁରାର ପୁଲିସ ଷ୍ଟେସନରେ ପହଞ୍ଚି ତାଙ୍କ ସହିତ  ଘଟିଥିବା ଘଟଣାକୁ ବଖାଣି ଚୋର ବିରୋଧରେ ଅଭିଯୋଗ କରି କହିଥିଲେ, ‘ଗତ ଜାନୁଆରି ୩ ତାରିଖରେ ମୁଁ ଘରେ ଏକା ଥିବା ବେଳେ ଜଣେ ଚୋର ଜୋରଜବରଦସ୍ତି ଘରେ ବସି କବାଟ ଦେଇ ଦେଇଥିଲା।

ଏହାପରେ ମୋତେ ଧମକ ଦେଇ ମୋର ମଲ୍ୟବାନ ସାମଗ୍ରୀ, ଏଟିଏମ କାର୍ଡ ଓ ଘରେ ଥିବା ଟଙ୍କା ସବୁକିଛି ଦେବାକୁ କହିଥିଲା। ମୋ ପାଖରେ ସେମିତି କିଛି ସାମଗ୍ରୀ ନଥିଲା। ଏହାପରେ ଚୋର ମୋତେ ବାନ୍ଧି ଦେଇ ଘର ସାରା ଖୋଜି ବୁଲୁଥିଲା ।ଶେଷରେ କିଛି ନପାଇବାରୁ ସେ ମୋତେ ଚୁମ୍ବନ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।’

ଅଧିକପଢ଼ନ୍ତୁ:ଟେଷ୍ଟ କ୍ରିକେଟରେ ରୋହିତଙ୍କୁ ଭଲ ଖେଳିବା ଉଚିତ୍: ପୂର୍ବତନ ବ୍ୟାଟିଂ କୋଚ୍

ପୁଲିସ ମହିଳାଙ୍କ ଅଭିଯୋଗକୁ କେନ୍ଦ୍ର କରି ଚୋରକୁ ଗିରଫ କରିଥିଲା। ଗିରଫ ଚୋର ସ୍ଥାନୀୟ ଅଞ୍ଚଳର ଥିବା ବେଳେ ତା’ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ମାମଲା ରୁଜୁ ହୋଇ ନାହିଁ। ସେ କିଛିଦିନ ହେବ ବେରୋଜଗାର ହୋଇଯାଇଥିବାରୁ ଚୋରି ‌ଉଦ୍ୟମ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe