ସୋର: ବାଲେଶ୍ବରର ଚାଲାକ ଚୋର। ଯେଉଁ ଘରେ କାମ କରୁଥିଲା, ସେଠାରୁ କୌଶଳ କ୍ରମେ ୮୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗହଣା ନେଇ ଫେରାର ହୋଇଯାଇଥିଲା। ବେଙ୍ଗାଲୁରୁରୁ ସୁନା ଗହଣା ଆଣି ବାଲେଶ୍ବର ଜିଲ୍ଲା ଖଇରାରେ ପହଞ୍ଚି ଥିଲା। ପୁଲିସ ହାତରେ ଧରାପଡ଼ି ଖଇରାରେ ଗିରଫ ହେଲା। ଅଭିଯୁକ୍ତ ଯୁବକ ହେଲା ବନମାଳି ସ୍ଵାଇଁ।
ଏହି ଖବର ପଢ଼ନ୍ତୁ: ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା
ବେଙ୍ଗାଲୁରୁରେ ୮୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ହୀରା ଓ ସୁନା ଅଳଙ୍କାର ଚୋରି କରି ଖଇରା ବଜାରରେ ବିକ୍ରି ପାଇଁ ଉଦ୍ୟମ କରିବା ମହଙ୍ଗା ପଡ଼ିଛି। ପୁଲିସ ହାତରେ ଧରା ପଡ଼ିଛି ଅଭିଯୁକ୍ତ।
ଏହି ଖବର ପଢ଼ନ୍ତୁ: କୋର୍ଟରେ ହାଜର ହେଲେ ସାଂସଦ
ସୂଚନା ମୁତାବକ ଗତ କିଛି ଦିନ ତଳେ ବାଲେଶ୍ବର ଜିଲ୍ଲା ଖଇରା ବଜାରରେ ଥିବା ରୁଦ୍ରକାନ୍ତ ଜୁଏଲାରିକୁ ସାରକୋଣା ଗ୍ରାମର ବନମାଳି ସ୍ଵାଇଁ ଚୋରି ଅଳଙ୍କାର ବିକ୍ରି କରିବାକୁ ଯାଇଥିଲା। ତା ନିକଟରେ ଏପରି ଦାମି ଅଳଙ୍କାର ଦେଖି ଦୋକାନୀ ମମତା ସାହୁଙ୍କ ସନ୍ଦେହ ଜାତ ହୋଇଥିଲା। ଏନେଇ ସେ ବନମାଳିକୁ ତାର ପରିଚୟ ସହ କେଉଁଠାରୁ ସେ ଏ ଜିନିଷ ସବୁ ଅଣିଛି ପଚାରିବାରୁ ବନମାଳି ସେଠାରୁ ଦୌଡ଼ି ପଳାଇଥିଲା।
ଏହି ଖବର ପଢ଼ନ୍ତୁ: ଓଡ଼ିଶା ପାଇଁ ସୁଜିତ କୁମାର ଏକମାତ୍ର ପ୍ରାର୍ଥୀ
ଏନେଇ ମମତା ପୁଲିସକୁ ସୂଚନା ଦେବା ସହିତ ବନମାଳିଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ପରେ ଥାନା ଅଧୀକାରିଣି ମୌସୁମୀ ମହାନ୍ତି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଦୋକାନରେ ଲାଗିଥିବା ସିସିଟିଭିକୁ ଆଧର କରି ସୋମବାର ବିଳମ୍ବିତ ରାତିରେ ବନମାଳିକୁ ତା ଘରୁ ଗିରଫ କରିଥିଲେ। ଗିରଫ ପରେ ପଚରା ଉଚରା କରିବାରୁ ସେ ସମସ୍ତ ସତ୍ୟ ବଖାଣି ଥିଲା। ବେଙ୍ଗାଲୁରୁରେ ସେ ପଦ୍ମା ରେଡ୍ଡୀ ନାମକ ଜଣେ ମହିଳାଙ୍କ ଘରେ କାମ କରୁଥିବା ବେଳେ ତାଙ୍କ ଘରୁ ସମସ୍ତ ଅଳଙ୍କାର ଚୋରି କରିଥିବାର ପୁଲିସ ନିକଟରେ ପ୍ରକାଶ କରିଥିଲା। ପୁଲିସ ହୀରା ମୁଦି, ସୁନା ଏବଂ ହୀରା ଖଚିତ ବ୍ରେସ୍ଲେଟ ସମେତ ଦୁଇଟି ସୁନା ଚେନ୍, ଗୋଟେ ସୁନା ମୁଦି, ଗୋଟେ ସୁନା ଲକେଟ, ୫ଟି ସୁନା କାନଫୁଲ ଓ ଗୋଟେ ସୁନା କାନ ନୂଥ ଜବତ କରିବାରେ ସଫଳ ହୋଇଛି।
ଏହି ଖବର ପଢ଼ନ୍ତୁ: ଧକ୍କା ଦେଲା ଟ୍ରକ, ୭ ଜଣଙ୍କର ମୃତ୍ୟୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/10/IwMuKYQwLrw0hBP0sdff.jpg)