ଭୁବନେଶ୍ୱର: ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ସୁଜିତ କୁମାର ପୂରଣ କରିବେ। ପ୍ରାର୍ଥୀପତ୍ର ଦାଖଲ ପାଇଁ ଆଜି ସମୟ ଶେଷ ହେଲା ପରେ ଏହା ଜଣାପଡ଼ିଛି। ସୁଜିତ କୁମାରଙ୍କ ବିରୋଧରେ କୌଣସି ଦଳ ପ୍ରାର୍ଥୀପତ୍ର ଦାଖଲ କରି ନଥିବା ନେଇ ଓଡ଼ିଶା ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀପତ୍ରରେ କୌଣସି ତ୍ରୁଟି ନଥିଲେ ସୁଜିତ କୁମାର ନିର୍ଦ୍ବନ୍ଦ୍ବରେ ରାଜ୍ୟସଭା ଯିବେ। 

Advertisment

ଏହି ଖବର ପଢ଼ନ୍ତୁ: ସୁଜିତ କୁମାର: ୧.୯୨କୋଟିର ସମ୍ପତ୍ତି

ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ସୋମବାର ବିଜେପି ପକ୍ଷରୁ ନାମାଙ୍କନପତ୍ର ଦାଖଲ କରିଥିଲେ। ବିଜେପି କେନ୍ଦ୍ରୀୟ ସଂସଦୀୟ ବୋର୍ଡ ପକ୍ଷରୁ ସୁଜିତ କୁମାରଙ୍କୁ ରାଜ୍ୟସଭା ଉପନିର୍ବାଚନରେ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହାପରେ ଶ୍ରୀ କୁମାର ବିଧାନସଭା ପରିସରକୁ ଯାଇ ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ଏହି ନାମାଙ୍କନପତ୍ର ଦାଖଲବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଦଳୀୟ ବିଧାୟକ ଓ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ସୁଜିତ କୁମାର ବିଜେପି ଟିକେଟ୍‌ରେ ନାମାଙ୍କନ ପତ୍ର ଦାଖଲ କରିବା ପରେ ବିଜେପି ରାଜ୍ୟ ସଭାପତି ମ‌ନମୋହନ ସାମଲ କହିଥିଲେ ଯେ ସେ ରାଜ୍ୟସଭାକୁ ମନୋନୀତ ହେଲେ ଓଡ଼ିଶାର ସ୍ୱାର୍ଥ ପାଇଁ ଉଠୁଥିବା ସ୍ୱର ଅଧିକ ସୁଦୃଢ଼ ହେବ। ସେହିପରି ସୁଜିତ କୁମାର କହିଥିଲେ ଯେ ରାଜ୍ୟ ସ୍ବାର୍ଥ ପାଇଁ ସ୍ବର ଉତ୍ତୋଳନ ଜାରି ରହିବ।

ଏହି ଖବର ପଢ଼ନ୍ତୁ: ପିସିଆଇ ସଦସ୍ୟ ହେଲେ ସୁଜିତ କୁମାର

ରାଜ୍ୟସଭା ଉପନିର୍ବାଚନରେ ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିବାରୁ ସୁଜିତ କୁମାର ରାଜ୍ୟସଭାକୁ ଯିବାର ସୁନିଶ୍ଚିତ ହୋଇଛି। ଯଦି ନାମାଙ୍କନପତ୍ରରେ କୌଣସି ତ୍ରୁଟି ନଥାଏ ତେବେ ସୁଜିତ କୁମାର ପୁଣି ରାଜ୍ୟସଭା ଯିବା ଏକପ୍ରକାରର ନିଶ୍ଚିତ।

୨୦୨୪ ଡିସେମ୍ବର ୧୦ ତାରିଖ ନାମାଙ୍କନର ଶେଷ ତାରିଖ ଥିଲା। ୧୧ ତାରିଖରେ ନାମାଙ୍କନ ଯାଞ୍ଚ ଓ ୧୩ରେ ହିଁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ତେବେ ରାଜ୍ୟସଭା ଉପନିର୍ବାଚନରେ ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିବାରୁ ସୁଜିତ କୁମାର ରାଜ୍ୟସଭାକୁ ଯିବାର ସୁନିଶ୍ଚିତ ହୋଇଛି। ଯଦି ନାମାଙ୍କନପତ୍ରରେ କୌଣସି ତ୍ରୁଟି ନଥାଏ ତେବେ ସୁଜିତ କୁମାର ପୁଣି ରାଜ୍ୟସଭା ଯିବା ଏକପ୍ରକାରର ନିଶ୍ଚିତ। ସୁଜିତ କୁମାର ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି ଯେ ତାଙ୍କର ୧କୋଟି ୯୨ଲକ୍ଷ ୭୪ହଜାର ୨୫୦ଟଙ୍କାର ସମ୍ପତ୍ତି ଥିବାବେଳେ ୮୮ଲକ୍ଷ ୭୨ହଜାର ୨୦୮ଟଙ୍କାର ଋଣ ଅଛି। 

ଏହି ଖବର ପଢ଼ନ୍ତୁ: କାନାଡାରୁ ଆସିଥିଲା ଧମକପୂର୍ଣ୍ଣ ମେଲ୍‌

ସୂଚନାଯୋଗ୍ୟ ଯେ ପୂର୍ବରୁ ବିଜେଡିରୁ ରାଜ୍ୟସଭା ଯାଇଥିବା ସୁଜିତ କୁମାର ସେପ୍ଟେମ୍ବର ୬ରେ ରାଜ୍ୟସଭା ସାଂସଦ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ପଦବିଟି ଖାଲି ପଡ଼ିବାରୁ ଏଥିପାଇଁ ଏବେ ଉପନିର୍ବାଚନ ହେଉଛି। ସୁଜିତଙ୍କର କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୬ରେ ଶେଷ ହେବାକୁ ଥିବାବେଳେ ସେ ଆଗୁଆ ଇସ୍ତଫା ଦେଇଥିଲେ। ତେଣୁ ଏବେ ସୁଜିତ କୁମାର ପୁଣି ନିର୍ବାଚିତ ହେଲେ ତାଙ୍କର କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୬ ପର୍ଯ୍ୟନ୍ତ ରହିବ।

ଏହି ଖବର ପଢ଼ନ୍ତୁ: ପାରାଦୀପରେ ଫସିଲେ ୭୮ ବାଂଲାଦେଶୀ ନାଗରିକ