ଭୁବନେଶ୍ବର: ସ୍ଥାନୀୟ ଲୋକସେବା ଭବନରେ ଗତମାସ ୨୯ ତାରିଖ ଠାରୁ ଡିସେମ୍ବର ୧ ତାରିଖ ଯାଏଁ ଆୟୋଜିତ ୩ଦିନିଆ ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକମାନଙ୍କର ୫୯ତମ ସର୍ବଭାରତୀୟ ସମ୍ମିଳନୀ ପୂର୍ବରୁ ଓ ସମ୍ମିଳନୀ ସମୟରେ ଧମକପୂର୍ଣ୍ଣ ମେଲ ଆସିଥିଲା। ଏହି ଧମକପୂର୍ଣ୍ଣ ମେଲ୍ କାନାଡା ଓ ଆମେରିକାରୁ ଆସିଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରାଯାଇଛି।
ଏହି ଖବର ପଢ଼ନ୍ତୁ: ଅସଦଙ୍କ ଭଳି ଖାମେନି ସାମ୍ରାଜ୍ୟ ଧ୍ବଂସ ଯୋଜନା
କ୍ରାଇମବ୍ରାଞ୍ଚ ପକ୍ଷରୁ ଆଇପି ଆଡ୍ରେସ୍ ଯାଞ୍ଚ୍ ବେଳେ ଜଣାପଡ଼ିଛି ଯେ, ଅଡିଓ ରେକର୍ଡ ମଧ୍ୟ ଦେଶ ବାହାରୁ ଆସିଛି ଏହାକୁ ଇଣ୍ଟରନେଟ୍ ଆପ ଜରିଆରେ ପ୍ରସ୍ତୁତ କରାଯାଇଥିଲା। ପୁଲିସ ଡିଜି/ଆଇଜି ସମ୍ମିଳନୀ ବେଳେ ଆସିଥିବା ଆତଙ୍କୀ ମେଲ୍ ଯାଞ୍ଚ୍ ଦାଇତ୍ୱ କ୍ରାଇମବ୍ରାଞ୍ଚ ନେଇଥିଲା। ଧମକପୂର୍ଣ୍ଣ ମେଲ୍ ଓ ଅଡିଓ ରେକର୍ଡ ଆସିବାରେ ଓଡ଼ିଶାର କାହାର ଲିଙ୍କ ନାହିଁ ବୋଲି ଏବେ ସ୍ପଷ୍ଟ ହୋଇଛି। ତେବେ ଭୁବନେଶ୍ୱରରେ ପୁଲିସ ଡିଜି ସମ୍ମିଳନୀ ବେଳେ ଖଲିସ୍ତାନୀ ଆତଙ୍କବାଦୀ ପନୁର ଫଟୋ ଥାଇ ମେଲ୍ ଓ ଅଡିଓ କଲ୍ ରେକର୍ଡ ଆସିବା ଘଟଣା ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀଙ୍କ ନିଦ ହଜାଇ ଦେଇଥିଲା।
ଏହି ଖବର ପଢ଼ନ୍ତୁ: ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ବ
ଧମକପୂର୍ଣ୍ଣ ଅଡିଓ ରେକର୍ଡ ମଧ୍ୟ ଦେଶ ବାହାରୁ ଆସିଛି ଏହାକୁ ଇଣ୍ଟରନେଟ୍ ଆପ ଜରିଆରେ ପ୍ରସ୍ତୁତ କରାଯାଇଥିଲା। ପୁଲିସ ଡିଜି/ଆଇଜି ସମ୍ମିଳନୀ ବେଳେ ଆସିଥିବା ଆତଙ୍କୀ ମେଲ୍ ଯାଞ୍ଚ୍ ଦାଇତ୍ୱ କ୍ରାଇମବ୍ରାଞ୍ଚ ନେଇଥିଲା। ଧମକପୂର୍ଣ୍ଣ ମେଲ୍ ଓ ଅଡିଓ ରେକର୍ଡ ଆସିବାରେ ଓଡ଼ିଶାର କାହାର ଲିଙ୍କ ନାହିଁ ବୋଲି ଏବେ ସ୍ପଷ୍ଟ ହୋଇଛି।
ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକମାନଙ୍କର ସର୍ବଭାରତୀୟ ସମ୍ମିଳନୀକୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଗତ ୨୯ ତାରିଖ ଦିନ ଉଦ୍ଘାଟନ କରିଥିଲେ। ଏହି ସମ୍ମିଳନୀର ଦ୍ବିତୀୟ ଦିନ ଓ ଉଦଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ଯାପନୀ ଦିବସରେ ଗୁଇନ୍ଦା ବିଭାଗର ଅଧିକାରୀମାନଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ବଣ୍ଟନ କରିଥିଲେ। ତାଙ୍କର ଉଦଯାପନୀ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ, ସମ୍ମିଳନୀରେ ସୁରକ୍ଷା ଆହ୍ୱାନର ଜାତୀୟ ଏବଂ ଅନ୍ତର୍ଜାତୀୟ ଦିଗ ଉପରେ ବ୍ୟାପକ ଆଲୋଚନା ହୋଇଛି। ଏହି ସମ୍ମିଳନୀର ଆଲୋଚନାରୁ ବାହାରିଥିବା ମୁକାବିଲା ରଣନୀତି ଉପରେ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।
ଏହି ଖବର ପଢ଼ନ୍ତୁ: ଧମକ ଦେଇଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ଡିଜିଟାଲ ଠକେଇ, ସାଇବର ଅପରାଧ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ପ୍ରଯୁକ୍ତି କାରଣରୁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବିପଦ, ବିଶେଷକରି ସାମାଜିକ ଏବଂ ପାରିବାରିକ ସମ୍ପର୍କକୁ ବ୍ୟାହତ କରିବା ପାଇଁ ଅବିକଳ ନକଲ ବା ଡିପ୍ ଫେକର ବ୍ୟବହାର ଆଶଙ୍କା ରହିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ‘ଆକାଂକ୍ଷୀ ଭାରତ’କୁ ନେଇ ଦେଶର ଦ୍ୱିଗୁଣିତ ଏଆଇ ଶକ୍ତିକୁ ଉପଯୋଗ କରି ଏହି ଆହ୍ୱାନକୁ ସୁଯୋଗରେ ପରିଣତ କରିବାକୁ ସେ ପୁଲିସ ନେତୃତ୍ୱଙ୍କୁ ଆହ୍ୱାନ ଦେଇଥିଲେ।
ଏହି ଖବର ପଢ଼ନ୍ତୁ: ମାଛ ଧରିବାକୁ ଆସି ୭୮ ବାଂଲାଦେଶୀ ଅଟକ