poachers arrested on the basis of AI data Photograph: (sambad.in)
ଶିମିଳିପାଳ: ଶିକାରୀଙ୍କୁ ଧରିବା ପାଇଁ ଶିମିଳିପାଳ ଅଭୟାରଣ୍ୟରେ ୧୦୦ଟି ସ୍ଥାନରେ ଏଆଇ କ୍ୟାମେରା ଲଗାଯାଇଛି। କ୍ୟାମେରାରେ ଶିକାରୀଙ୍କ ଫଟୋ କଏଦ କରାଯାଉଛି। ଏଆଇର ତଥ୍ୟ ଆଧାରରେ ବନ ବିଭାଗ ୧୩ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଶିମିଳିପାଳ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳ ଭାବେ ପରିଚିତ ନ୍ୟାସନାଲ୍ ପାର୍କ ତଥା ୱାଇଲ୍ଡ ଲାଇଫ ରେଞ୍ଜରେ ୧୩ ଜଣ ଶିକାରୀ ଶିକାର କରିବା ପାଇଁ ଯାଉଥିଲେ। ଶିକାରୀଙ୍କ ତଥ୍ୟ ଏଆଇ କ୍ୟାମେରାରେ କଏଦ ହୋଇଥିଲା।
ଅଧିକ ପଢ଼ନ୍ତୁ: ନନ୍ଦନକାନନରେ ସିମ୍ପାଞ୍ଜି 'ଜୁଲୁ'ର ମୃତ୍ୟୁ
ତଥ୍ୟ ଆଧାରରେ ବନ ବିଭାଗ ବିଭିନ୍ନ କରଞ୍ଜିଆ ଥାନା ଅନ୍ତର୍ଗତ ରାଣିଭୋଳ, ଅଁଳାକଟା, ରାମଯୋଡି, ଦୁଧିଆଣି ଗାଁରେ ଚଢ଼ଉ କରି ୧୩ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୧୩ଟି ଧନୁ ଓ ୩୩ଟି ତୀର ଜବତ ହୋଇଛି।
ଅଧିକ ପଢ଼ନ୍ତୁ: ଦିଲ୍ଲୀ ଭୋଟର ତାଲିକାରେ ଶହ ଶହ ଜାଲ୍ ଭୋଟର ଯୋଡ଼ିଛି ଆପ୍ : ବିଜେପି
Follow Us