ପବଜି ଖେଳୁଥିବା ବେଳେ ଟ୍ରେନ ଧକ୍କାରେ ଚାଲିଗଲା ତିନିଜଣ ସାଙ୍ଗଙ୍କ ଜୀବନ

ରେଳ ଧାରଣାରେ ବସି ହସଖୁସିରେ ପବଜି ଖେଳୁଥିବା ବେଳେ ଟ୍ରେନ ଆସୁଥିବା ଜାଣିପାରିଲେ ନାହିଁ ତିନିଜଣ ସାଙ୍ଗ। ଟ୍ରେନ ଧକ୍କାରେ ଚାଲିଗଲା ତିନିଜଣଙ୍କ ଜୀବନ।ପରିବାର ଲୋକ ଓ ଗ୍ରାମବାସୀ ହୋଇଯାଇଛନ୍ତି ସ୍ତବ୍ଧ।

ଅଦ୍ୟତନ ହୋଇଛି
Three dead in trainline

Three dead in trainline Photograph: (sambad.in)

ବେତିୟା: ବିହାରର ବେତିୟା ଜିଲ୍ଲାର ମୁଫସିଲ ଥାନା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରେଳ ଧାରଣାରେ ବସି ପବଜୀ ଖେଳୁଥିବା ବେଳେ ତିନିଜଣ ବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ତିନିଜଣ ସାଙ୍ଗଙ୍କ ନାମ ଫୁରକାନ ଆଲମ, ସମୀର ଆଲମ ଓ ହବିବୁଲ୍ଲାହ ଅଂସାରି ବୋଲି ଜଣାପଡ଼ିଛି। 

ଅଧିକପଢ଼ନ୍ତୁ:ଏତେ କୋଟିର ମାଲିକ ସର୍ବକନିଷ୍ଠ ବିଶ୍ବ ଚେସ୍‌ ବିଜେତା ଗୁକେଶ

ସୂଚନାଯୋଗ୍ୟ, ମୁଫସିଲ ଥାନା ଅଞ୍ଚଳସ୍ଥ ମନସା ଟୋଲା ନିକଟସ୍ଥ ରାୟଲ ସ୍କୁଲ ପାଖରେ ଥିବା ନରକଟିୟାଗଞ୍ଜ-ମୁଜଫରପୁର ରେଳ ଷ୍ଟେସନ ନିକଟରେ ତିନିଜଣ ସାପଙ୍ଗ ରେଳ ଧାରଣାରେ ବସି ପବଜି ଦେଖୁଥିଲେ।

ଫୁରକାନ ଆଲମ, ସମୀର ଆଲମ ଓ ହବିବୁଲ୍ଲାହ ଅଂସାରି ଖେଳ ନିଶାରେ ଏମିତି ବାୟା ହୋଇଯାଇଥିଲେ କି ‌ଧାରଣାରେ ଟ୍ରେନ ହର୍ଣ୍ଣ ବଜାଇ ଆସୁଥିବା ସତ୍ତ୍ବେ ସେମାନେ ଜାଣି ପାରି ନଥିଲେ। ଯାହାଫଳରେ ଆଖି ପିଛୁଳାରେ ତିନିଜଣ ସାଙ୍ଗକୁ ଟ୍ରେନ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା।

ଅଧିକପଢ଼ନ୍ତୁ:ରାଜ୍ୟରେ ଶୀତଲହରୀ ଜାରି: ଦୁଇ ଦିନ ପରେ ପାରା ୩ଡିଗ୍ରି କମିବା ସମ୍ଭାବନା

ଟ୍ରେନ ଯିବାପ‌ରେ ତିନିଜଣ ସାଙ୍ଗଙ୍କ କ୍ଷତାକ୍ତ ମରଶରୀର ଧାରଣାରେ ପଡ଼ିଥିବା ଦେଖି ସ୍ଥାନୀୟଲୋକେ ସ୍ତବ୍ଧ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ପୁଲିସରେ ଖବର ଦେଇଥିଲେ। ଖବର ପାଇ ରେଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିବାରଲୋକଙ୍କ ଉପସ୍ଥିତିରେ ତିନିଜଣ ବାଳକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି।  

ଖବର ପାଇ ବରିଷ୍ଠ ପୁଲିସ୍ ଓ ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ପରିବାର ଲୋକେ ପହଞ୍ଚି ନିଜ ନିଜ ପିଲାମାନଙ୍କୁ ଚିହ୍ନଟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe