କାଲିମେଳା (ଦୁଃଶାସନ ମହାପାତ୍ର):ମାଲକାନଗିରିଜିଲ୍ଲା ଏମଭି-୭୯ ଥାନା ଅନ୍ତର୍ଗତ ଏମଭି-୭୨ ଅଂଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି। ଜଣେ ୪୭ ବର୍ଷୀୟ ବ୍ୟକ୍ତି ୩ଜଣ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଗତ ରବିବାର ଅପରାହ୍ନ ୪ଟା ସମୟରେ ଏମଭି-୭୨ ଅଂଚଳରେ ଘଟିଥିଲା। ଅଭିଯୁକ୍ତ ପଡ଼ୋଶୀ ଘରର ୩ଜଣ ନାବାଳିକାଙ୍କୁ ଚକଲେଟ ଓ କୁରକୁରି ଦେବାର ପ୍ରଲୋଭନ ଦେଖାଇ ନିଜ ଘରକୁ ଡ଼ାକିଥିଲା। ଘରେ କେହି ନଥିବାରୁ ଘରକୁ ଝାଡ଼ୁକରିବାକୁ ପ୍ରଥମେ ଶିଶୁମାନଙ୍କୁ କହିଥିଲା। ଏହାପରେ ସେମାନଙ୍କୁ ଚକଲେଟ୍ ଓ କୁରକୁରି ଖାଇବାକୁ ଦେଇଥିଲା। ତା’ପରେ ଘୃଣ୍ୟ କାମ କରିଥିବା ଅଭିଯୋଗ ହୋଇଛି।
ଅଭିଯୁକ୍ତର ଅସଲ ଉଦେଶ୍ୟ ସଂପର୍କରେ ଅଜ୍ଞ ଥିବା କୁନି ଶିଶୁମାନେ ଘର ଭିତରେ କାମ କରୁଥିବାବେଳେ ଅଭିଯୁକ୍ତ ଭିତରପଟୁ ଘରକୁ ବନ୍ଦ କରିଦେଇଥିଲା। ଏହାପରେ ଆରମ୍ଭ ହୋଇଯାଇଥିଲା ଶାରୀରିକ ନିର୍ଯାତନା। ଶିଶୁମାନଙ୍କୁ ଦୁଷ୍କର୍ମ କରିଥିଲା। ୩ଜଣ ଶିଶୁଙ୍କ ବୟସ ୫ରୁ ୭ବର୍ଷ ମଧ୍ୟରେ ହେବ। ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ନର ରାକ୍ଷାସର ଏପରି ନାରକୀୟ କାଣ୍ଡ ଘର ଭିତରେ ଚାଲିଥିଲେ ମଧ୍ୟ ବାହାର ଲୋକ କେହି ଜାଣି ପାରିନଥିଲେ। ଅଭିଯୁକ୍ତର ଘର ଚାରିପଟେ କୌଣସି ଘର ନଥିବାରୁ ଘଟଣା ସଂପର୍କରେ କେହି ସୁରାକ ପାଇପାରିନଥିଲେ। ଘଟଣା ସଂର୍ପକରେ ଘରେ ନ କହିବାକୁ ଅଭିଯୁକ୍ତ ୩ଜଣ ଶିଶୁଙ୍କୁ ଧମକାଇଥିଲା। ଫଳରେ ସେମାନେ ଆଉ ଘରେ ଘଟଣା ସଂପର୍କରେ କହିନଥିଲେ।
ଯନ୍ତ୍ରଣା କହିଲେ ତିନି ପୀଡ଼ିତା
ତେବେ ସୋମବାର ଦିନ ଜଣେ ପୀଡ଼ିତା ପରିସ୍ରା କରିବାରେ କଷ୍ଟ ଅନୁଭବ କରିବାରୁ ଘରେ ସବୁ କଥା କହିଥିଲା। ଏହାପରେ ଘଟଣା ସଂପର୍କରେ ପରିବାର ଲୋକ ଜାଣିପାରିଥିଲେ। ଗତକାଲି ଘଟଣା ସଂପର୍କରେ ଜଣାପଡ଼ିବାପରେ ଆଜି ୩ ପୀଡ଼ିତାଙ୍କ ପରିବାର ଏମଭି-୭୯ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଘଟଣା ସଂପର୍କରେ ପୁଲିସ ନିକଟରେ ଅଭିଯୋଗ ହେବାପରେ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ଘଟଣାସ୍ଥଳରେ ପହଁଚି ଛାନଭିନ ଆରମ୍ଭ କରିଛନ୍ତି।
ଆହୁରି ପଢ଼ନ୍ତୁ: New twist in the suicide case: ନାବାଳିକା ଘରୋଇ ସହାୟିକାଙ୍କ ଆତ୍ମହତ୍ୟା ମାମଲାରେ ନୂଆମୋଡ଼: ଘରମାଲିକ କରିଥିଲେ ଦୁଷ୍କର୍ମ!
ଗ୍ରାମବାସୀଙ୍କ ଫାଶୀ ଦାବି
ମଂଗଳବାର ମଧ୍ୟାହ୍ନ ସମୟରେ ଏମଭି-୧୨୬ ଜଂଗଲରେ ଅଭିଯୁକ୍ତ ଲୁଚିଥିବାବେଳେ ତାକୁ ପୁଲିସ କାବୁ କରି ଥାନାରେ ଅଟକ ରଖି ପଚରା ଉଚରା କରୁଥିବାର ଜଣାପଡ଼ିଛି। ଅଭିଯୁକ୍ତ ଆନ୍ଧ୍ରରେ ଜଣେ ଠିକାଦାର ପାଖରେ ରହି କାମ କରୁ ଥିବାବେଳେ ପରିବାର ମଧ୍ୟ ସେଠାରେ ରହୁଛନ୍ତି। ସେ କିଛି ଦିନ ହେଲା ଘରକୁ ଆସି ଏକୁଟିଆ ରହୁଥିଲା। ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କ ସଂପର୍କୀୟ ହୋଇଥିବାବେଳେ ତାକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ସଂପର୍କୀୟ ଓ ଗ୍ରାମବାସୀମାନେ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ଗତବର୍ଷ ମଧ୍ୟ ଏମଭି-୭୨ ଅଂଚଳରେ ଦୁଇଜଣ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ବର୍ତମାନ ୩ଜଣ ନାବାଳିକା ଶିଶୁଙ୍କୁ ଦୁଷ୍କର୍ମ ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଆହୁରି ପଢ଼ନ୍ତୁ: 'Goda Moda' A Story of Madhusmita Mishra: ମଧୁସ୍ମିତା ମିଶ୍ରଙ୍କ କଲମରୁ ନିସୃତ ଗଳ୍ପ ‘ଗୋଡ଼ ମୋଡ଼ା’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/25/rape1-2025-11-25-18-36-29.jpg)