ମହିଳାଙ୍କ ହାତ ବାନ୍ଧି ବେକରେ ଛୁରୀ ଲଗାଇ ଲୁଟିନେଲେ ୧୮ ଲକ୍ଷ ନଗଦ ଓ ୧୦ ଭରି ସୁନା

ଦୀର୍ଘ ଦିନ ପରେ ନବରଙ୍ଗପୁର ସହରରେ ସନ୍ଧ୍ୟା ସମୟରେ ସଶସ୍ତ୍ର ଡକାୟତି ଘଟିଛି। ମହିଳାଙ୍କ ହାତ ଓ ପାଟିକୁ କପଡ଼ାରେ ବାନ୍ଧି ବେକରେ ଛୁରୀ ଲଗାଇ ନଗଦ ୧୮ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଲୁଟି ନେଇଛନ୍ତି ଡକାୟତ...

tied the woman's hands and put a knife to her neck and robbed 18 lakhs in cash and 10 loads of gold

tied the woman's hands and put a knife to her neck and robbed 18 lakhs in cash and 10 loads of gold Photograph: (sambad.in)

ନବରଙ୍ଗପୁର: ଦୀର୍ଘ ଦିନ ପରେ ନବରଙ୍ଗପୁର ସହରରେ ସନ୍ଧ୍ୟା ସମୟରେ ସଶସ୍ତ୍ର ଡକାୟତି ଘଟିଛି।  ମହିଳାଙ୍କ ହାତ ଓ ପାଟିକୁ କପଡ଼ାରେ ବାନ୍ଧି ବେକରେ ଛୁରୀ ଲଗାଇ ନଗଦ ୧୮ ଲକ୍ଷ ଟଙ୍କା   ଓ  ୧୦ ଭରି ସୁନା ଲୁଟି ନେଇଛନ୍ତି ଡକାୟତ।   ନବରଙ୍ଗପୁର ମଧ୍ୟଭାଗରେ ଥିବା ଦାରୁବନ୍ଧ ସାହି ବାସିନ୍ଦା ବ୍ୟବସାୟୀ ସରୋଜ ମହାନ୍ତି ନିଜର ଉପର ମହଲା ଘରେ ରହୁଥିବା ବେଳେ ତାଙ୍କ  ଘରେ  କେହି ନଥିବା ସମୟରେ ଦୁଇଜଣ ମୁଖାପିନ୍ଧା ଯୁବକ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା  ସମୟରେ ଘର ଭିତରେ ପଶିଥିଲେ ।

ସରୋଜଙ୍କ ସ୍ତ୍ରୀ ଅମିତା ମହାନ୍ତି ଘରେ ଏକୁଟିଆ ଥିବା ଦେଖି ତାଙ୍କୁ ଭୟଭୀତ କରିବା ପାଇଁ ପ୍ରଥମେ ତାଙ୍କ ବେକକୁ ଜାବୁଡି ଧରିଥିଲେ। ପରେ ତାଙ୍କ ହାତକୁ ବାନ୍ଧି ଟଙ୍କା ଓ ସୁନା ଦେବା ପାଇଁ କହିଥିଲେ। ସେ ପିନ୍ଧିଥିବା ସୁନା ଅଳଙ୍କାର ଦେବା ପରେ ତାଙ୍କ ମୁଣ୍ଡକୁ ମାଡ଼ ମାରିବା ସହିତ ବେକରେ ଛୁରୀ ଲଗାଇ ଘରେ ଥିବା ସୁନା ଓ ଟଙ୍କା ଦେବା ପାଇଁ କହି ହତ୍ୟା ଧମକ ଦେଇଥିଲେ। ଆଲମୀରାରୁ ତାଲା ଖୋଲିବାକୁ ଧମକ ଦେଇଥିଲେ ।  

ଅମିତା ପ୍ରଥମେ ଆଲମୀରା ତାଲା ଖୋଲିବା ପରେ ଆଲମୀରାରୁ ଟଙ୍କା ବ୍ୟାଗ ଓ ସୁନା ଅଳଙ୍କାର ବାହାର କରିଥିଲେ  । ପରେ ତାଲା ପଡି ନଥିବା ଅନ୍ୟ ଏକ ଆଲମୀରାରୁ ଟଙ୍କା ମଧ୍ୟ ବାହାର କରିଥିଲେ।  ଟଙ୍କା ଭରି ବ୍ୟାଗ ଓ ସୁନା ଅଳଙ୍କାର ଧରିବା ପରେ ମହିଳାଙ୍କ ହାତ ଓ ପାଟିରେ ଲୁଗା ବାନ୍ଧି ଏକ ରୁମ ଭିତରେ ରଖି ବାହାର ପଟୁ କବାଟ ବନ୍ଦ କରି ଡକାୟତମାନେ ଚାଲିଯାଇଥିଲେ।  

ମହିଳା ଜଣକ ପ୍ରାୟ ୨୦ ମିନଟ ଧରି ଉକ୍ତ ବନ୍ଦ କୋଠରୀ ଭିତରେ ରହି ପାଟି କରିଥିଲେ। ତଳ ମହଲାରେ ରହୁଥିବା ଲୋକେ ତାଙ୍କ ପାଟି ଶୁଣି  ଆସି କବାଟ ଖୋଲିଥିଲେ।

ଅଧିକ ପଢ଼ନ୍ତୁ: ରାଜ୍ୟର ୨୭ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଜାରି, ଅନ୍ୟ ଜିଲ୍ଲାରେ ଖୁବଶୀଘ୍ର

ଖବର ପାଇ ଏସପି ମିହିର କୁମାର ପଣ୍ଡା ଓ ଥାନା ଅଧିକାରୀ  ସମ୍ବିତ କୁମାର ବେହେରା ଘଟଣା ସ୍ଥଳକୁ ଆସି ତଦନ୍ତ କରିଛନ୍ତି । ଏସପି କହିଛନ୍ତି, ଏବେ ସୁଦ୍ଧା ଅଭିଯୋଗ ଦାଖଲ ହୋଇନାହିଁ। ଖବର ପାଇ  ସେ ନିଜେ ଆସି ତଦନ୍ତ କରିଛନ୍ତି।  ଜିଲ୍ଲାର ସମସ୍ତ ସୀମା ସିଲ କରାଯାଇଛି। ସମସ୍ତ ଥାନାକୁ ଆଲାର୍ଟ କରାଯାଇଛି। ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ କରିବା ସହ ଅତିଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି କହିଛନ୍ତି । ଏହା ସମେତ ସାଇଣ୍ଟିଫିକ ଟିମ ଓ ଡ଼ଗ  ସ୍କ୍ବାର୍ଡ ଆସି ତଦନ୍ତ କରିବ  କରିବ ବୋଲି ଏସପି କହିଛନ୍ତି ।

ଅଧିକ ପଢ଼ନ୍ତୁ: ମୋଦୀ ଓ କେଜ୍ରିଓ୍ବାଲଙ୍କ ମଧ୍ୟରେ କୌଣସି ଫରକ୍ ନାହିଁ : ରାହୁଲ ଗାନ୍ଧି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe