Turtle Smuggling: ଆନ୍ଧ୍ରପ୍ରଦେଶରୁ କଇଁଛ ଚାଲାଣ, ମାଲକାନଗିରରେ ବିକ୍ରି

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମୋଟୁ ଅଂଚଳରେ ବନ ବିଭାଗ ଓ ରାଜସ୍ବ ବିଭାଗର ମିଳିତ ଚଢଉରେ ୮୫ଟି କଇଁଛ ଜବତ କରାଯାଇଥିବା ବେଳେ ୩ ଜଣ ଚାଲାଣକାରୀକୁ ଗିରଫ କରାଯାଇଛି। କଇଁଛଗୁଡ଼ିକ ଆନ୍ଧ୍ରପ୍ରଦେଶରୁ ଅଣାଯାଇଥିଲା।

Mkg tortois jabat

Tortoise recovered in Malkangiri. Photograph: (sambad.in)

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମୋଟୁ ଅଂଚଳରେ ବନ ବିଭାଗ ଓ ରାଜସ୍ବ ବିଭାଗର ମିଳିତ ଚଢଉରେ ୮୫ଟି କଇଁଛ ଜବତ କରାଯାଇଥିବା ବେଳେ ୩ ଜଣ ଚାଲାଣକାରୀକୁ ଗିରଫ କରାଯାଇଛି। ବନ ବିଭାଗର ସୂଚନା ଅନୁଯାୟୀ ମୋଟୁ ବନ ବିଭାଗ ଓ ରାଜସ୍ବ ବିଭାଗକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଆନ୍ଧ୍ରପ୍ରଦେଶ ପଟରୁ କିଛି କଇଁଛ ବ୍ୟବସାୟୀ ବାଇକ୍‌ରେ କଇଁଛ ଆଣି ଏମପିଭି-୮୧ ଗ୍ରାମରେ ବିକ୍ରି କରିବେ।

ବିଶ୍ବସ୍ତ ସୂଚନା ଆଧାରରେ ବନ ବିଭାଗ ଓ ରାଜସ୍ବ ବିଭାଗର କର୍ମଚାରୀ ଏକ ଟିମ ଗଠନ କରି ଅନନ୍ତପାଲ୍ଲୀ ଛକ ନିକଟରେ ଦୁଇଟି ବାଇକ୍‌ ଅଟକାଇ ଯାଞ୍ଚ କରିଥିଲେ। ଏହି ଦୁଇଟି ବାଇକ୍‌ରେ ଜରି ବ୍ୟାଗରେ ୮୫ଟି କଇଁଚ ରହିଥିବା ବନ ବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ। ତୁରନ୍ତ ସମସ୍ତ କଇଁଛକୁ ଜବତ କରିବା ସହ ଚାଲାଣ କରୁଥିବା ଆସାମୀମାନଙ୍କୁ ଗିରଫ କରାଯାଇଥିଲା।

ନିୟମିତ ଭାବେ କଇଁଛ ଚାଲାଣ

ଆନ୍ଧ୍ରପ୍ରଦେଶ ପଟରୁ ମାଲକାନଗିରିକୁ ଲଗାତାର କଇଁଛ ଚାଲାଣ କରାଯାଉଛି। ମାଲକାନଗିରି ଅଂଚଳରେ କଇଁଛ ଖାଇବା ଲୋକଙ୍କ ସଂଖ୍ୟା ବଢୁଥିବାରୁ ଏହାର ସୁଯୋଗ ନେଇ ଆନ୍ଧ୍ରରୁ କଇଁଛ ଆମଦାନୀ କରାଯାଉଛି। ୩ ଜଣ ଆସାମୀ ହେଉଛନ୍ତି ଏମପିଭି-୮୧ ଗ୍ରାମର ପ୍ରେମ ଗୋପାଲ ଦାସ(୫୧) ,ହରଧନ ମଣ୍ଡଳ(୪୦) ଏବଂ ସୁଧାଂଶୁ ପାଲ(୩୯)। ଏମାନଙ୍କ ଠାରୁ ୨ଟି ମଟର ସାଇକେଲ,ଦୁଇଟି ମୋବାଇଲ ଫୋନ ଏବଂ ଗୋଟିଏ ଜରି ବ୍ୟାଗ ସହ ଦୁଇଟି ପ୍ଲାଷ୍ଟିକ ବ୍ୟାଗ ଜବତ କରାଯାଇଛି। ୩ ଜଣ ଆସାମୀକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

ଆହୁରି ପଢ଼ନ୍ତୁ: Nuapada Election: ନୂଆପଡ଼ା ଉପନିର୍ବାଚନ: ରାତି ପାହିଲେ ଭୋଟ୍‌ ଗଣତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଆହୁରି ପଢ଼ନ୍ତୁ: Delhi Blast : ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବ : ଶାହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe