Ganja Seized: ଚାଲାଣ ପୂର୍ବରୁ ପୁଲିସ ଧରିପକାଇଲେ ୧କୁଇଣ୍ଟାଲ ଗଞ୍ଜେଇ

Advertisment

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ପୁଲିସ ହାତରେ ଅନ୍ତରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦୁଇ ଚାଲାଣକାରୀ ଧରାପଡିଥିବା ସହିତ ସେମାନଙ୍କ ଠାରୁ ୫ଟି ବସ୍ତାରେ ୧୦୦କିଲୋ ୫୦୦ ଗ୍ରାମର ଗଞ୍ଜେଇ, ଏକ ନମ୍ବର ବିହୀନ ଧଳା ରଙ୍ଗର ଇଣ୍ଡିଗୋ କାର ଓ ଦୁଇଟି ମୋବାଇଲ...

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ପୁଲିସ ହାତରେ ଅନ୍ତରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦୁଇ ଚାଲାଣକାରୀ ଧରାପଡିଥିବା ସହିତ ସେମାନଙ୍କ ଠାରୁ ୫ଟି ବସ୍ତାରେ ୧୦୦କିଲୋ ୫୦୦ ଗ୍ରାମର ଗଞ୍ଜେଇ, ଏକ ନମ୍ବର ବିହୀନ ଧଳା ରଙ୍ଗର ଇଣ୍ଡିଗୋ କାର ଓ ଦୁଇଟି ମୋବାଇଲ...

Untitled-25.jpg

ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ପୁଲିସ ହାତରେ ଅନ୍ତରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦୁଇ ଚାଲାଣକାରୀ ଧରାପଡିଥିବା ସହିତ ସେମାନଙ୍କ ଠାରୁ ୫ଟି ବସ୍ତାରେ ୧୦୦କିଲୋ ୫୦୦ ଗ୍ରାମର ଗଞ୍ଜେଇ, ଏକ ନମ୍ବର ବିହୀନ ଧଳା ରଙ୍ଗର ଇଣ୍ଡିଗୋ କାର ଓ ଦୁଇଟି ମୋବାଇଲ ଫୋନ ଜବତ କରିଥିବା ପଟ୍ଟାଙ୍ଗି ପୁଲିସ ପକ୍ଷରୁ ସୂଚନା ଦେଇଛନ୍ତି। 

ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ପ୍ରାୟ ୨ଟା ସମୟରେ ଏସ୍ଆଇ କୁଞ୍ଜଲତା ବେହେରାଙ୍କ ନେତୃତ୍ୱରେ ଏସ୍‌ଆଇଏଚ୍‌ ଆରଏସ୍‌ଏସ୍‌ ବେନିଆ, ଘେନୁ ଖିଲ, ମନ୍ଧାର ଗୌଡ଼, ଆପାନା ଚପାଡି, ବିଜୟ କୁମାର ଧଳ, ରମାକାନ୍ତ ମିଶ୍ର ଓ ପୁଲିସ ଡ୍ରାଇଭର ସିମନ ଜୋସ୍ପିନ ଖିଲ ପ୍ରମୁଖ ପଟ୍ଟାଙ୍ଗିସ୍ଥିତ ହନୁମାନ ମନ୍ଦିର ନିକଟରେ ଏମଭି ଚେକିଙ୍ଗ କରୁଥିବା ସମୟରେ ଏକ ଧଳା ରଙ୍ଗର ଇଣ୍ଡିଗୋ କାର ନମ୍ବର ନଥାଇ ସୁଙ୍କି ଅଭିମୁଖେ ଯାଇଥିବା ସମୟରେ ତାକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ ଓ ଯାଞ୍ଚ ସମୟରେ ଉକ୍ତ କାରରୁ ୫ଟି ଜରି ବସ୍ତା ଦେଖିବାକୁ ପାଇଥିଲେ ଓ ଉକ୍ତ ବସ୍ତା ମଧ୍ୟରେ ଗଞ୍ଜେଇ ରହିଥିବା ଦେଖି ତାଙ୍କୁ ଅଟକ ରଖି ପଟ୍ଟାଙ୍ଗି ଥାନାକୁ ନେଇ ତଦନ୍ତ ଆରମ୍ଭ କରିଥିଲେ ଓ ତଦନ୍ତ ପରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣାପଡିଥିଲା।

ଆହୁରି ପଢ଼ନ୍ତୁ: Mayawati: ଧାର୍ମିକ କାର୍ଯ୍ୟରେ ରାଜନୈତିକ ହସ୍ତକ୍ଷେପ ଉଚିତ ନୁହେଁ: ଅଭିମୁକ୍ତେଶ୍ୱରାନନ୍ଦ ବିବାଦ ନେଇ ମାୟାବତୀଙ୍କ ମନ୍ତବ୍ୟ

ଚାଲାଣକାରୀ ଦୁଇ ଜଣ ଉଦିୟ କିରଣ ଆର(୨୩) ଓ ମହମ୍ମଦ ଆକ୍ରମ(୨୭)ଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଘର କର୍ଣ୍ଣାଟକ ଅଞ୍ଚଳର ବୋଲି ଜଣାପଡ଼ିଛି। ଆଇଆଇସି ପ୍ରଭାତ କୁମାର ବେହେରା ଓ ମାଜିଷ୍ଟ୍ରେଟଙ୍କ ସମୂଖରେ ଉକ୍ତ ଗଞ୍ଜେଇକୁ ଓଜନ କରାଯାଇଥିଲା ଓ ଓଜନ ପରେ ୧୦୦କିଲୋ ୫୦୦ ଗ୍ରାମ ରହିଥିବା ଆଇଆଇସି ସୂଚନା ଦେଇଥିଲେ ଓ ଅଟକ ଦୁଇଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe