Husband Kills Wife: ବିବାହ ପରେ ୯ଟି ଛୁଆର ବାପା ହେଲା, ନୂଆବର୍ଷରେ ସ୍ତ୍ରୀକୁ ପିଟିପିଟି ମାରିଦେଲା ଅଭିଯୁକ୍ତ

Advertisment

ଘରୋଇ କଳି ପାଇଁ ବଳି ପଡିଲେ ମହିଳା । ରାଗରେ ପିଟି ପିଟି ହତ୍ୟା କଲା ସ୍ବାମୀ। ଉଦୟପୁର ଜିଲ୍ଲାର ଗୋଗୁନ୍ଦା ଥାନା ଅଞ୍ଚଳରେ ଅବସ୍ଥିତ ଉଣ୍ଡିଥାଲ ଗାଁରେ ଘଟିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା ।

ଘରୋଇ କଳି ପାଇଁ ବଳି ପଡିଲେ ମହିଳା । ରାଗରେ ପିଟି ପିଟି ହତ୍ୟା କଲା ସ୍ବାମୀ। ଉଦୟପୁର ଜିଲ୍ଲାର ଗୋଗୁନ୍ଦା ଥାନା ଅଞ୍ଚଳରେ ଅବସ୍ଥିତ ଉଣ୍ଡିଥାଲ ଗାଁରେ ଘଟିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା ।

Husband Kills Wife

Husband Kills Wife Photograph: (sambad.in)

ଉଦୟପୁର: ଘରୋଇ କଳି ପାଇଁ ବଳି ପଡିଲେ ମହିଳା । ରାଗରେ ପିଟି ପିଟି ହତ୍ୟା କଲା ସ୍ବାମୀ। ଉଦୟପୁର ଜିଲ୍ଲାର ଗୋଗୁନ୍ଦା ଥାନା ଅଞ୍ଚଳରେ ଅବସ୍ଥିତ ଉଣ୍ଡିଥାଲ ଗାଁରେ ଘଟିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା । ହତ୍ୟା ପରେ ଅଭିଯୁକ୍ତ ନିଜ ପିଲା ଏବଂ ପରିବାର ସଦସ୍ୟମାନଙ୍କୁ ନେଇ ଫେରାର ହୋଇଯାଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ମୃତ ମହିଳାଙ୍କ ବାପଘର ଲୋକେ ଅଭିଯୁକ୍ତ ଜ୍ୱାଇଁଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ମଧ୍ୟ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିପଡିଛି।

ସ୍ତ୍ରୀକୁ ନିର୍ମମ ଭାବରେ କରିଥିଲେ ହତ୍ୟା

ଗୋଗୁନ୍ଦା ପୁଲିସ ଷ୍ଟେସନ ଅନୁଯାୟୀ, ମୃତକଙ୍କ ନାମ ସୀତା କାଲବେଲିଆ ବୋଲି ଜଣାପଡିଛି। ସେ ୯ଟି ପିଲାର ମାଆ ଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ସ୍ୱାମୀ ଶୈତାନନାଥ ଜାନୁଆରି ୧ ତାରିଖ ସନ୍ଧ୍ୟାରେ ଏକ ସାମାନ୍ୟ ବିବାଦକୁ ନେଇ ସୀତାଙ୍କୁ ନିସ୍ତୁକ ପିଟିଥିଲେ। ଏହି ସମୟରେ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ପିଲାମ‌ାନେ ବାପାଙ୍କୁ ଅଟକାଇବାକୁ ଚେଷ୍ଟା କରି ବି ଅଟକାଇପାରିନଥିଲେ। ଶୈତାନନାଥ ତାଙ୍କ ସ୍ତ୍ରୀଙ୍କୁ ଏତେ ଜୋରରେ ମାଡ଼ ମାରିଥିଲେ ଯେ, ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି। 

ସ୍ତ୍ରୀଙ୍କ ସହ କରୁଥିଲେ ଝଗଡ଼ା 

ବାପଘର ଲୋକଙ୍କ କହିବା ଅନୁଯାୟୀ, ସୀତା ପ୍ରତିଦିନ ଶାରୀରିକ ହିଂସାର ଶିକାର ହେଉଥିଲେ। ଶୈତାନନାଥ ପ୍ରତିଦିନ ତାଙ୍କ ସହ ଝଗଡ଼ା କରୁଥିଲେ। ସୀତା ଏ ବିଷୟରେ ଆମକୁ ଜଣାଇବା ପରେ ଶୈତାନନାଥଙ୍କୁ ଆମେ ଅନେକ ଥର ବୁଝାଇଥିଲୁ। କିନ୍ତୁ ଏହାର କୌଣସି ପ୍ରଭାବ ତାଙ୍କ ଉପରେ ପଡ଼ିନଥିଲା। ଆଜି ତାଙ୍କ ପାଇଁ ଆମେ ଆମ ଝିଅକୁ ହରାଇଛୁ। ପିତାମାତାଙ୍କ ବୟାନ ଆଧାରରେ ପୁଲିସ ଏବେ ହତ୍ୟା ମାମଲା ରୁଜୁ କରିଛି। ଏବେ ଫେରାର ଅଭିଯୁକ୍ତକୁ ‌ଖୋଜିବା ଆରମ୍ଭ କରିଛି ପୁଲିସ।

ଆହୁରି ପଢ଼ନ୍ତୁ: KKR Releases Bangladesh Pacer: ବିଦା ହେଲେ ବାଂଲାଦେଶୀ କ୍ରିକେଟର, ବିବାଦ ପରେ କେକେଆର ନେଲା ବଡ଼ ନିଷ୍ପତ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe