ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିୟରରେ ବସ ଭିତରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଦୁଷ୍କର୍ମକାରୀକୁ ଗିରଫ କରିଛି। ଗିରଫ ଦୁଷ୍କର୍ମକାରୀ ଆଉ କେହି ନୁହନ୍ତି ବରଂ ପୀଡ଼ିତା ଯାତ୍ରା କରିଥିବା ବସର କଣ୍ଡକ୍ଟର ବିଷ୍ଣୁ ଓଝା ଥିବା ଜଣାପଡ଼ିଛି। 

Advertisment

ବସ କଣ୍ଡକ୍ଟର ଦ୍ବାରା ମହିଳା ଯାତ୍ରୀ ଦୁଷ୍କର୍ମର ଶିକାର

ସୂଚନାଯୋଗ୍ୟ, ଭିଣ୍ଡର ବସିନ୍ଦା ଥିବା ମହିଳା ସୋମବାର ଶିବପୁରୀ ଅଭିମୁଖେ ଯାତ୍ରା କରିବାକୁ ଯାଇ ଗ୍ୱାଲିୟର ବସ୍ ଷ୍ଟାଣ୍ଡରେ ପହଞ୍ଚିଥିଲେ। ମହିଳାଙ୍କ ସହିତ ତାଙ୍କର ଦୁଇବର୍ଷର ପୁଅ ବି ଥିଲା। ଏହି ସମୟରେ ତାଙ୍କର ବସ୍ କଣ୍ଡକ୍ଟର ବିଷ୍ଣୁ ଓଝା ସହିତ ଭେଟ ହୋଇଥିଲା। ବିଷ୍ଣୁ ନିଜକୁ ଗୁନାର ବାସିନ୍ଦା ବୋଲି ପରିଚୟ ଦେଇ ମହିଳାଙ୍କୁ ଫୋନ ନମ୍ବର ଦେଇ କହିଥିଲା, ‘ନମ୍ବର ରଖିଥାଏ କୌଣସି ସ୍ଥାନକୁ ଯିବାକୁ ହେଲେ ମୋ ନମ୍ବରରେ ଫୋନ କରିବ ମୁଁ ତୁମ ପାଇଁ ଆଗୁଆ ସିଟ ରଖି ଦେଇଥିବି।’

ଅଧିକପଢ଼ନ୍ତୁ:ତିନି ବର୍ଷ ଧରି ଗୁଲାମ ଗୌସ୍ ଦିୱାନୀଙ୍କୁ ଡେଟ୍ କରୁଥିବା କ୍ରିଷ୍ଟଲ୍‌ଙ୍କର ହେଲା ବ୍ରେକ୍‌-ଅପ୍‌

ଶିବପୁରୀରୁ କାମ ସାରିବା ପରେ ଗ୍ୱାଲିୟର ଫେରିବା ପାଇଁ ମହିଳା ଶିବପୁରୀ ବସ୍ ଷ୍ଟାଣ୍ଡରେ ପହଞ୍ଚି ବସରେ ଚଢ଼ି ଯାଇଥିଲେ। ଏହି ବସରେ ବିଷ୍ଣୁ ମହିଳାଙ୍କ ପାଇଁ ଆଗୁଆ ଏକ ସିଟ ରଖି ଦେଇଥିଲା। ରାତିରେ ଗ୍ୱାଲିୟର ବସ୍ ଷ୍ଟାଣ୍ଡରେ ପହଞ୍ଚିଥିଲା ବସ। 

ବସରୁ ଓହ୍ଲାଉ ଥିବା ସମୟ‌ରେ ବିଷ୍ଣୁ ମହିଳାଙ୍କୁ ଭିଣ୍ଡରେ ଛାଡ଼ିବାର ପ୍ରତିଶ୍ରୁତି ଦେଇ ବସ୍ ଭିତରେ ରହିବାକୁ ନିର୍ଦ୍ଦେଶ ଦେଇଥିଲା। ସମସ୍ତ ଯାତ୍ରୀ ଓହ୍ଲାଇ ଯିବାପରେ କଣ୍ଡକ୍ଟର ବସ୍ ଗେଟ୍ ବନ୍ଦ କରି ମହିଳାଙ୍କୁ ବଳପୂର୍ବକ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୀଡିତା ବହୁକଷ୍ଟରେ ସାହାଯ୍ୟ ପାଇଁ ନିକଟସ୍ଥ ପୁଲିସ ଷ୍ଟେସନରେ ପହଞ୍ଚି ନିଜ ସହିତ ଘଟିଥିବା ଘଟଣା ବିଷୟରେ ବଖାଣି କହିଥିଲେ। 

ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଦୁଷ୍କର୍ମକାରୀ ଗିରଫ

ପୀଡିତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କଣ୍ଡକ୍ଟର ବିଷ୍ଣୁ ଓଝାକୁ ଗିରଫ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ପୁଲିସ ଘଟଣାସ୍ଥଳର ତଦନ୍ତ କରିବା ସହିତ ମହିଳାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇ ଦେଇଛି। ସ୍ୱାମୀଙ୍କ ସହ ବିବାଦ ଯୋଗୁଁ ପୀଡ଼ିତାଙ୍କ  ଭରଣପୋଷଣ ମାମଲା ଭିଣ୍ଡ କୋର୍ଟରେ ବିଚାରାଧୀନ ଅଛି। 

ଅଧିକପଢ଼ନ୍ତୁ:ମାତାପିତାଙ୍କ ଅକାଳ ମୃତ୍ୟୁ ପରେ ସରକାରୀ ସହାୟତା ଅପେକ୍ଷାରେ ଅସହାୟ ପୁଅଝିଅ

rape bus