Photograph: (google)
ବିଜୟୱାଡା: ପରକିୟା ପ୍ରୀତି ଯୋଗୁ ଜଣେ ମହିଳା ତାଙ୍କ ବୟଫ୍ରେଣ୍ଡ ସହିତ ମିଶି ସ୍ବାମୀଙ୍କୁ ହତ୍ୟା କରିବା ପରି ଚାଞ୍ଚଲ୍ୟକର ଘଟଣା ବିଜୟୱାଡାରେ ସାମ୍ନାକୁ ଆସିଛି। ଡୁଗ୍ଗିରାଲା ମଣ୍ଡଳର ଚିଲୁଭୁର ଗାଁର ଜଣେ ପିଆଜ ବ୍ୟବସାୟୀ ଲୋକମ୍ ଶିବନାଗରାଜୁଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଶିବନାଗରାଜୁ ୨୦୦୭ ମସିହାରେ ଲକ୍ଷ୍ମୀ ମାଧୁରୀକୁ ବିବାହ କରିଥିଲେ। ଦମ୍ପତିଙ୍କର ଦୁଇ ଜଣ ପୁଅ ଅଛନ୍ତି। ମାଧୁରୀ ବିଜୟୱାଡାର ଏକ ସିନେମା ଟିକେଟ କାଉଣ୍ଟରରେ କାମ କରୁଥିବାବେଳେ ଗୋପୀ ନାମକ ଜଣେ ବ୍ୟକ୍ତି ସହିତ ତା’ର ସମ୍ପର୍କ ଗଢ଼ି ଉଠିଥିଲା। ଦୁହେଁ ଶିବନାଗରାଜୁଙ୍କୁ ରାସ୍ତାରୁ ହଟେଇବାକୁ ଯୋଜନା କରିଥିଲେ। ଜାନୁଆରି ୧୮ ତାରିଖ ରାତିରେ ମାଧୁରୀ ସ୍ବାମୀଙ୍କୁ ଖାଇବାକୁ ଦେଇଥିବା ବିରିୟାନିରେ ପାଖାପାଖି ୨୦ଟି ନିଦ ବଟିକା ମିଶାଇ ଦେଇଥିବା ପୁଲିସ କହିଛି। ଶିବନାଗରାଜୁ ଅଚେତ ହୋଇଯିବାରୁ ଗୋପୀ ମାଧୁରୀଙ୍କ ଘରକୁ ଆସିଥିଲା। ଗୋପୀ ଅଚେତ ଶିବନାଗରାଜୁଙ୍କ ଛାତି ଉପରେ ବସି ରହିଥିବାବେଳେ ମାଧୁରୀ ତାଙ୍କ ମୁହଁରେ ତକିଆ ମାଡ଼ି ଧରିଥିଲା। ଶିବନାଗରାଜୁଙ୍କ ମୃତ୍ୟୁ ପରେ ମାଧୁରୀ ତାଙ୍କ ମୃତଦେହ ନିକଟରେ ବସି ରହି ରାତି ସାରା ଅଶ୍ଳୀଳ ଭିଡିଓ ଦେଖିଥିଲା। ପରଦିନ ସକାଳେ ସ୍ବାମୀଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିବା କହିଥିଲା। ଶିବନାଗରାଜୁଙ୍କ ଶରୀରରୁ ରକ୍ତସ୍ରାବ ହେଉଥିବା ଓ ଆଘାତ ଚିହ୍ନ ଥିବା ଦେଖି ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ଶବ ବ୍ୟବଚ୍ଛେଦରୁ ଶିବନାଗରାଜୁଙ୍କର ଶ୍ବାସରୁଦ୍ଧ ହେବା ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ମାଧୁରୀକୁ ଗିରଫ କରାଯାଇଥିବାବେଳେ ଗୋପୀକୁ ଅଟକ ରଖାଯାଇଛି। ପୁଲିସ ଏହି ମାମଲାର ତଦନ୍ତ କରୁଛି।
ଆହୁରି ପଢ଼ନ୍ତୁ: ସୂର୍ଯ୍ୟଭେଦ ପ୍ରାଣାୟମ୍ କରନ୍ତୁ, ରକ୍ତଚାପରୁ ଦୂରେଇ ରୁହନ୍ତୁ
Follow Us