ମୋର ସ୍ତ୍ରୀ ହତ୍ୟା ଘଟଣାରେ ୫ଜଣ ଓକିଲ ଅଛନ୍ତି ସାମିଲ

Advertisment

ସ୍ତ୍ରୀ ହତ୍ୟା ଘଟଣାକୁ କେନ୍ଦ୍ର କରି  ସ୍ବାମୀ ୬ଜଣଙ୍କ ବିରୋଧରେ କୋତବାଲି ଥାନାରେ ମାମଲା ରୁଜୁ କରିଥିଲେ। ଏଥି ମଧ୍ୟରୁ ଜଣେ କାସଗଞ୍ଜରେ  ୨୦୧୮ରେ ହୋଇଥିବା ଦଙ୍ଗାରେ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।   

ସ୍ତ୍ରୀ ହତ୍ୟା ଘଟଣାକୁ କେନ୍ଦ୍ର କରି  ସ୍ବାମୀ ୬ଜଣଙ୍କ ବିରୋଧରେ କୋତବାଲି ଥାନାରେ ମାମଲା ରୁଜୁ କରିଥିଲେ। ଏଥି ମଧ୍ୟରୁ ଜଣେ କାସଗଞ୍ଜରେ  ୨୦୧୮ରେ ହୋଇଥିବା ଦଙ୍ଗାରେ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।   

34


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାସଗଞ୍ଜରେ ଜଣେ ମହିଳା ଓକିଲଙ୍କ ମୃତଦେହ କେନାଲରେ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ମୃତ ଓକିଲ ନାମ ମୋହିନୀ ତୋମର ବୋଲି ଜଣାପଡ଼ିଛି।

ମୋହିନୀ ତୋମରଙ୍କ ହତ୍ୟା ଘଟଣାକୁ କେନ୍ଦ୍ର କରି ମହିଳା ଓକିଲଙ୍କ  ସ୍ବାମୀ ୬ଜଣଙ୍କ ବିରୋଧରେ କୋତବାଲି ଥାନାରେ ମାମଲା ରୁଜୁ କରିଥିଲେ। ମାମଲା ରୁଜୁ ହୋଇଥିବା ୬ଜଣଙ୍କ ମଧ୍ୟରୁ ୫ଜଣ ହେଉଛି ଓକିଲ। ଜଣେ କାସଗଞ୍ଜରେ  ୨୦୧୮ରେ ହୋଇଥିବା ଦଙ୍ଗାରେ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।   
ସୂଚନାଯୋଗ୍ୟ, ସେପ୍ଟେମ୍ବର ୩ ଦ୍ବିପହର ସମୟରେ ମୋହିନୀ ଜିଲ୍ଲା ନ୍ୟାୟାଳୟ ଗେଟରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ। ଏହାପରେ ପରିବାରଲୋକ ମୋହିନୀଙ୍କ ସହିତ କୌଣସି ପ୍ରକାର ଯୋଗାଯୋଗ କରି ନପାରିବାରୁ ସେମାନେ ପୁଲିସକୁ ଖବର ଦେଇଥିଲେ। ଗତବୁଧବାର ସନ୍ଧ୍ୟା ୬ଟା ସମୟ‌ରେ ମୋହିନୀଙ୍କ ମୃତଦେହ ଅର୍ଦ୍ଧନଗ୍ନ ଅବସ୍ଥାରେ ରଜପୁରା ନିକଟ ଏକ କେନାଲରେ ଭାସୁଥିବା ସ୍ଥାନୀୟଲୋକ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। 
ଖବର ପାଇ ପୁଲିସ ମୋହିନୀଙ୍କ ପରିବାରଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥି‌ଲେ ନିଖୋଜ ମାମଲା ରୁଜୁ କରିଥିବା ମହିଳା ଓକିଲଙ୍କ ସ୍ବାମୀ ବୃଜତେନ୍ଦ୍ର ତୋମର ଓ ମୃତକଙ୍କ ଭଉଣୀ ରଜନୀ ମୋହିନୀଙ୍କ ଶବକୁ ଚିହ୍ନଟ କରିଥିଲେ। 

ଅଧିକପଢ଼ନ୍ତୁ: ବିନେଶ ଓ ବଜରଙ୍ଗ କଂଗ୍ରେସରେ ଯୋଗ ଦେବାପରେ ସାକ୍ଷୀଙ୍କ ପ୍ରତିକ୍ରିୟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe