ଫୋନ ଗିଳିଦେଲେ ମହିଳା; ଚିକିତ୍ସାଧୀନ ଅବସ୍ଥାରେ ହେଲା ମୃତ୍ୟୁ

Advertisment

ଏକ କିପ୍ୟାଡ୍ ମୋବାଇଲ୍ ଫୋନ୍ ଗିଳି ଦେଲେ ରାଜମୁନ୍ଦରିରେ ମାନସିକ ସମସ୍ୟାରେ ପୀଡ଼ିତ ଜଣେ ୩୫ ବର୍ଷୀୟ ମହିଳା । ଚିକିତ୍ସାଧୀନ ଅବସ୍ଥାରେ ହେଲେ ମୃତ୍ୟୁ। ସମ୍ପର୍କୀୟ ଦେଲେ ଏଭଳି ପ୍ରତିକ୍ରିୟା।

ଏକ କିପ୍ୟାଡ୍ ମୋବାଇଲ୍ ଫୋନ୍ ଗିଳି ଦେଲେ ରାଜମୁନ୍ଦରିରେ ମାନସିକ ସମସ୍ୟାରେ ପୀଡ଼ିତ ଜଣେ ୩୫ ବର୍ଷୀୟ ମହିଳା । ଚିକିତ୍ସାଧୀନ ଅବସ୍ଥାରେ ହେଲେ ମୃତ୍ୟୁ। ସମ୍ପର୍କୀୟ ଦେଲେ ଏଭଳି ପ୍ରତିକ୍ରିୟା।

we

we

ନୂଆଦିଲ୍ଲୀ: ରାଜମୁନ୍ଦରିରେ ମାନସିକ ସମସ୍ୟାରେ ପୀଡ଼ିତ ଜଣେ ୩୫ ବର୍ଷୀୟ ମହିଳା ଏକ କିପ୍ୟାଡ୍ ମୋବାଇଲ୍ ଫୋନ୍ ଗିଳି ଦେବାରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

ଅଧିକପଢ଼ନ୍ତୁ: କୋଟି କୋଟି ଟଙ୍କାର କ୍ଷତି ସହିଲେ ଅନ୍ୟ କମ୍ପାନିରେ ନିବେଶ କରୁଥିବା ଶାର୍କ

ସୂଚନାଯୋଗ୍ୟ, ବୋମ୍ମୁରୁର ବାସିନ୍ଦା ପେନୁମଲ୍ଲା ରମ୍ୟା ସ୍ମୃତିଙ୍କୁ ଗୁରୁତର ଅବସ୍ଥାରେ ଗତ ଶନିବାର ରାଜମୁନ୍ଦରି ସରକାରୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ଅସ୍ତ୍ରୋପଚାର ମାଧ୍ୟମରେ ମୋବାଇଲକୁ ସଫଳତାର ସହ ବାହାର କରିଥିଲେ। କିନ୍ତୁ ରମ୍ୟାଙ୍କ ହୃଦପିଣ୍ଡରେ ସମସ୍ୟା ଦେଖା ଦେଇଥିଲା। ଏଭଳି ସମସ୍ୟା ଦେଖି ରମ୍ୟାଙ୍କୁ  ଉନ୍ନତ ଚିକିତ୍ସା ପାଇଁ କାକିନାଡାର ସରକାରୀ ଜେନେରାଳ ଡାକ୍ତରଖାନାକୁ ପଠାଯାଇଥିଲା। କିନ୍ତୁ ଦୁଃଖର ବିଷୟ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଅଧିକପଢ଼ନ୍ତୁ: ଆଦାନୀ ଗ୍ରୁପ ସହିତ ବଡ଼ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି: ଶିଳ୍ପ ସଚିବ

ରୋଗୀଙ୍କ ଜଣେ ସମ୍ପର୍କୀୟଙ୍କ କହିବାନୁସାରେ, ମୁଁ ଘରେ ମୋବାଇଲ ରଖି କାମରେ ବାହାରକୁ ଯାଇଥିଲି। କାମରୁ ଘରକୁ ଫେରିବା ପରେ ଆଉ ମୋବାଇଲ ପାଇ ନଥିଲି। ଅନେକ ଖୋଜାଖୋଜି କରିଥିଲି।  ଶେଷରେ ମୁଁ ରମ୍ୟାକୁ ମୋ ଫୋନ ବିଷୟରେ ପଚାରିବାରୁ କହିଥିଲେ ସେ ତାଙ୍କ ଫୋନ ଗିଳି ଦେଇଛନ୍ତି।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe