କଟକ: ସୁସ୍ଥ ହେବା ଆଶା ନେଇ ରୋଗୀମାନେ ଡାକ୍ତରଖାନାକୁ ଯାଇଥାନ୍ତି। ସେଠାରୁ ଭଲ ହୋଇ ଘରକୁ ଫେରିବେ ବୋଲି ଆଶା ରଖିଥାନ୍ତି। କିନ୍ତୁ ଡାକ୍ତରଖାନାରେ ଅଭାବନୀୟ ପରିସ୍ଥିତିର ଶିକାର ହେବେ ବୋଲି କେବେବି ଚିନ୍ତା କରି ନଥାନ୍ତି। ଚିକିତ୍ସାଧୀନ ଜଣେ ମହିଳା ରୋଗୀଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ଆସିଛି। ଐତିହାସିକ କଟକ ସହରସ୍ଥିତ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ୍‌ ଏବଂ ଡାକ୍ତରଖାନାରେ ଏହି ଅଭାବନୀୟ ଘଟଣା ଘଟିଥିବା ନେଇ ଚର୍ଚ୍ଚା ହେଉଛି। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ମଙ୍ଗଳାବାଗ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। 

Advertisment

ଆହୁରି ପଢ଼ନ୍ତୁ: Naxal Encounter : ହିଡମା କିଏ ?

ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ଥାର୍ଡପାର୍ଟି ‘ମଂଜୁଶ୍ରୀ’ ଜରିଆରେ କର୍ମଚାରୀ ନିଯୁକ୍ତ ହୋଇଥିଲେ। ସେ ଆଇସିୟୁରେ ଭର୍ତ୍ତି ଥିବା ଗର୍ଭବତୀ ମହିଳାଙ୍କୁ ଅସଦାଚରଣ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: Cyber Fraud: ଝାରସୁଗୁଡ଼ାରେ ବଡ଼ଧରଣର ସାଇବର ଠକେଇ ପର୍ଦାଫାସ: ୧୨ ଜଣିଆ ଗ୍ୟାଙ୍ଗ୍‌ ଗିରଫ