Rape: ଦମ୍ପତିଙ୍କୁ ଆଶ୍ରୟ ଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ, ଯୁବକ ଅଟକ

ଆଶ୍ରୟ ଦେବାକୁ କହି ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣା ରାୟଗଡ଼ାରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଏହି ଖବର ପ୍ରଚାର ହେଲା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଘଟଣା ସହିତ ସଂପୃକ୍ତ ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। 

Rayagada

Woman raped in Rayagada. Photograph: (sambad.in)

ରାୟଗଡ଼ା (ଶିବ ପ୍ରସାଦ ଦୋରା): ଆଶ୍ରୟ ଦେବାକୁ କହି ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣା ରାୟଗଡ଼ାରରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଏହି ଖବର ପ୍ରଚାର ହେଲା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଘଟଣା ସହିତ ସଂପୃକ୍ତ ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। 

କୋରାପୁଟ ଜିଲ୍ଲାର ଏକ ଦମ୍ପତି କିଛି ମାସ ହେବ ତାମିଲନାଡୁ ରୋଜଗାର କରିବାକୁ ଯାଇଥିଲେ। ସେମାନେ ସେଠାରୁ ଟ୍ରେନ୍‌ରେ ଆସି ରାୟଗଡ଼ାରେ ପହଞ୍ଚିଥିଲେ। ଗତକାଲି ରାତି ୮ଟା ମଧ୍ୟ‌ରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଦମ୍ପତ୍ତି ନିଜ ଗ୍ରାମକୁ ଯିବା ପାଇଁ ରାୟଗଡ଼ା ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଅଜଣା ଯୁବକ ପହଞ୍ଚି ଥିଲେ। ଅପରିଚିତ ବ୍ୟକ୍ତି ଜଣକ ଦମ୍ପତିଙ୍କୁ କହିଥିଲେ, ବନ୍ଧୁଗାଁ ଯିବାକୁ ଗାଡ଼ି ମିଳିବ ନାହିଁ। ‌ଏତେ ରାତିରେ କାହିଁକ ଯିବ ବୋଲି। ଏଠାରେ ରହିଲେ ତୁମର ଜିନିଷପତ୍ର ଚୋରି ହୋଇଯିବ। ଆମ ଘର ଅଛି ଏବଂ ରାତିକ ପାଇଁ ରହିଯାଅ। ରାତି ପାହିଲେ ତୁମେମାନେ ବନ୍ଧୁଗାଁ ଘରକୁ ଚାଲିଯିବ।

ମିଠାମିଠା କଥା କହି ରାଜି କରାଇଲା

ଦମ୍ପତି ଓ ଆଶ୍ରୟ ଦେବା ପାଇଁ କହିଥିବା ଯୁବକ ଗୋଟିଏ ସଂପ୍ରଦାୟର ହୋଇଥିବାରୁ ରାତି ରହିବା ପାଇଁ ରାଜି ହୋଇଯାଇଥିଲେ। ଏହାପରେ ଗୋଟିଏ ଦୋକାନରେ ତାଙ୍କ ସ୍ତ୍ରୀକୁ ବସାଇ ଯୁବକ ଜଣଙ୍କ ପ୍ରଥମେ ସ୍ବାମୀଙ୍କୁ ଆଣି ଗୋଟିଏ ଜାଗାରେ ଛାଡ଼ି ମୁଁ ଜଳଖିଆ ଆଣିବାକୁ ଯାାଉଛି ବୋଲି କହି ଯୁବକ ଜଣଙ୍କ ଚାଲିଯାଇଥିଲେ। ସ୍ବାମୀ ଜଣଙ୍କ ବହୁ ସମୟ ଧରି ଅପେକ୍ଷା କରିଥିବା ବେଳେ ଯୁବକ ଜଣଙ୍କ ନଫେରିବାରୁ ସ୍ବାମୀ  ତାଙ୍କ ସ୍ତ୍ରୀ ଅପେକ୍ଷା କରିଥିବା ଦୋକାନକୁ ଫେରି ସେଠାରୁ ସ୍ତ୍ରୀକୁ ନପାଇ ପଚାରିଥିଲେ। କିନ୍ତୁ ତାଙ୍କ ସ୍ତ୍ରୀଙ୍କୁ ଉକ୍ତ ଯୁବକ ସହ ଯାଇଥିବା ନେଇ   ସେଠାରେ ଉପସ୍ଥିତ ଥିବା କିଛି ଲୋକ ପ୍ରକାଶ କରିଥିଲେ।

ଆହୁରି ପଢ଼ନ୍ତୁ: Indian Woman Killed In Sydney: ସ୍ବାମୀ-ପୁଅ ସହ ଚାଲିବାକୁ ଯାଇଥିଲେ ୮ମାସର ଗର୍ଭବତୀ, ଧକ୍କା ଦେଲା କାର୍

ଜଙ୍ଗଲରେ ବଳପୂର୍ବକ ଦୁଷ୍କର୍ମ

ମହିଳାଙ୍କୁ ଉକ୍ତ ଯୁବକ ସେଠାରୁ ନେଇ କୋଇଲାସାହି ନିକଟସ୍ଥ ଏକ ଜଙ୍ଗଲରେ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ସ୍ତ୍ରୀକୁ ନପାଇ ସ୍ବାମୀ ଖୋଜାଖୋଜି କରୁଥିଲେ। ଏହି ସମୟରେ ତାଙ୍କ ସ୍ତ୍ରୀ କାନ୍ଦିକାନ୍ଦି ଆସୁଥିବା ଏବଂ ତାଙ୍କ ସହ ହୋଇଥିବା  ଦୁଷ୍କର୍ମ ଘଟଣା ସଂପର୍କରେ ପ୍ରକାଶ କରିଥିଲେ। ଏହି ଘଟଣା ନେଇ ସ୍ବାମୀ ରାୟଗଡ଼ା ଥାନା‌ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ରାୟଗଡ଼ା ଏସଡିପିଓ ଗୌରହରୀ ସାହୁଙ୍କ ନେତୃତ୍ବରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପୁଲିସ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତଦନ୍ତ ସମୟରେ ପୁଲିସ ଅଭିଯୁକ୍ତର ରୁମାଲ ଏବଂ ଏକ ଟୋପିକୁ ଘଟଣାସ୍ଥଳରୁ ଉଦ୍ଧାର କରିଛି। ଅଭିଯୁକ୍ତ ଯୁବକ ଜଣଙ୍କୁ ରାୟଗଡା ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି। ପୁଲିସ ଏହି ଘଟଣା‌ରେ ମାମଲା ରୁଜୁ କରି  ମହିଳା ଜଣଙ୍କ ଡାକ୍ତରୀମାଇନା କରି ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: Transit Tour President Jharsuguda: ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଝାରସୁଗୁଡ଼ା ଗସ୍ତ: ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe