ପ୍ରତିଶୋଧ: ପ୍ରେମିକାକୁ ୬ ଖଣ୍ଡ କରି ନଦୀ, ଗାତରେ ଫିଙ୍ଗିଦେଲା ପ୍ରେମିକ

ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହିର କୁନା କିସାନ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାକୁ ୨୦୧୮ରୁ ଭଲ ପାଇ ଆସୁଥିଲା। କିନ୍ତୁ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରେମରେ ଫାଟ ସୃଷ୍ଟି ହୋଇଥିଲା। ଯେଉଁଥି ପାଇଁ ପ୍ରେମିକାର ଅଭିଯୋଗ କ୍ରମେ ଗତବର୍ଷ ସେ ଜେଲ୍‌ ଯାଇଥିଲା।

ଅଦ୍ୟତନ ହୋଇଛି
c729289b-e4a2-44e8-84b7-10521369ed87

ରାଉରକେଲା: ପ୍ରେମ ଯେତିକି ସୁନ୍ଦର। ଏହାର ସଠିକ୍‌ ପରିଚାଳନା କରି ନଜାଣିଲେ ତାଠାରୁ ଅଧିକ ଅସୁନ୍ଦର ହୋଇଯାଏ। ଏପରିକି ହିଂସା ଦିଗକୁ ମଧ୍ୟ ଗତିକରିବାର ଯଥେଷ୍ଟ ସମ୍ଭାବନା ଥାଏ, ଯାହାକି ଆଜୀବନ ଦୁଇଟି ପରିବାରକୁ କନ୍ଦାଇ ଦେଇଥାଏ। ଇସ୍ପାତ ନଗର ରାଉରକେଲା ଅଞ୍ଚଳରେ ଏଭଳି ଏକ ନୃଶଂସ ପ୍ରେମ ଓ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଜେଲ୍‌ ଫେରନ୍ତା ପ୍ରେମିକ ଯେପରି କାଣ୍ଡ କରିଛି, ପ୍ରେମ୍‌ କରୁଥିବା ପ୍ରେମପକ୍ଷୀମାନେ ଭୟଭୀତ ହୋଇଯିବେ। ବିଶ୍ବାସ କରି ଭଲ ପାଉଥିବା ପ୍ରେମିକ ଜଣକ ସତକି ନାହିଁ ଅନେକ ଥର ପରଖିବାକୁ ଚିନ୍ତା କରିବେ। 

ଏହି ଖବର ପଢ଼ନ୍ତୁ: ହୋଟେଲ୍‌ ପାଲଟିଛି ପ୍ରେମୀଯୁଗଳଙ୍କ ଆଡ୍ଡା

ପୁଲିସ କହିଛି ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହିର କୁନା କିସାନ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାକୁ ୨୦୧୮ରୁ ଭଲ ପାଇ ଆସୁଥିଲା। କିନ୍ତୁ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରେମରେ ଫାଟ ସୃଷ୍ଟି ହୋଇଥିଲା। ଯେଉଁଥି ପାଇଁ ପ୍ରେମିକାର ଅଭିଯୋଗ କ୍ରମେ ଗତବର୍ଷ ସେ ଜେଲ୍‌ ଯାଇଥିଲା। ସେ ୧୫ ଦିନ ପୂର୍ବରୁ ଜେଲରୁ ଫେରିଥିଲା। ଜେଲ୍‌ରୁ ଫେରିବା ପରେ ‌ପ୍ରେମିକା ସହିତ ମିଶିବାକୁ ଚାହିଁଥିଲା। ସେ ଜାଣିବାକୁ ପାଇଥିଲା ଯେ, ପ୍ରେମିକା ଝାରସୁଗୁଡ଼ାରେ ନିଜ ମାଉସୀ ଘରେ ଅଛି। ତେଣୁ ପ୍ରେମିକାକୁ ଭେଟିବା ପାଇଁ ଝାରସୁଗୁଡ଼ା ଯାଇଥିଲା। ଜେଲ୍‌ର ଚାରିକାନ୍ଥ ଭିତରେ ଥାଇ ମଧ୍ୟ ପ୍ରତିଶୋଧର ନିଆଁରେ ଜଳୁଥିବା କୁନା କୌଶଳ କ୍ରମେ ପ୍ରେମିକାକୁ ଡାକି ନେଇଥିଲା। ଘଟଣା ଦିନ ନାବାଳିକା ଆଉ ମାଉସୀ ଘରକୁ ଫେରି ନଥିଲା। ଅନ୍ୟପଟରେ ନାବାଳିକା ଜଣକ ନିଖୋଜ ନେଇ ଗତ ୭ ତାରିଖରେ ଥାନାରେ ଏକ ଏତଲା ଦିଆଯାଇଥିଲା। 

ଏହି ଖବର ପଢ଼ନ୍ତୁ: ଅଭିନେତ୍ରୀଙ୍କ ପୁଅର ମିଳିଲା ମୃତଦେହ, ହତ୍ୟା ସନ୍ଦେହ

publive-image

ପୂର୍ବ ଯୋଜନା ଅନୁସାରେ ଜେଲ୍‌ ଫେରନ୍ତା ପ୍ରେମିକ କୁନା ନୃଶଂସକାଣ୍ଡ ଭିଆଇଥିଲା। ସେ ପ୍ରେମିକାକୁ ଅପହରଣ କରି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ପ୍ରେମିକାର ମୃତ୍ୟୁ ପରେ ଖଣ୍ଡଖଣ୍ଡ କାଟି ଥିଲା ଏବଂ ବ୍ରlହ୍ମଣୀନଦୀ ଓ ଏହାର ରାସ୍ତାପାର୍ଶ୍ଵ ଗାତରେ ଫିଙ୍ଗି ଦେଇଥିଲାl

ପୂର୍ବରୁ ପ୍ରେମ ଜନିତ ଘଟଣା ନେଇ ପୁଲିସରେ ଅଭିଯୋଗ ଥିବାରୁ କୁନା ଉପରେ ସନ୍ଦେହ କରାଯାଇଥିଲା। ପୁଲିସ ତଦନ୍ତ କରିବାକୁ ଯାଇ କୁନା ନିକଟରେ ପହଞ୍ଚି ଥିଲା। କୁନାକୁ ପଚରାଉଚରା ‌ବେଳେ ସନ୍ଦେହକୁ ସତ ପ୍ରମାଣିତ କରିଥିଲା। ହତ୍ୟାକାରୀର ସ୍ବୀକାର ଆଧାରରେ ଝାରସୁଗୁଡ଼ା ଓ ରାଉରକେଲା ପୁଲିସ ବ୍ରlହ୍ମଣୀ ନଦୀ ବାଲୁଘାଟ ନିକଟରୁ ନାବାଳିକାର ମୁଣ୍ଡବିହୀନ ଅଣ୍ଟାଭାଗ ପର୍ଯ୍ୟନ୍ତ, ମୁଣ୍ଡ ଓ ଶରୀରର ଅନ୍ୟ ଅଂଶ ଉଦ୍ଧାର କରିଛିl କୁନା ତାର ପ୍ରେମିକାକୁ ୬ ଖଣ୍ଡ କରିଛି। କେବଳ ଏତିକି ନୁହେଁ ହନୁମାନବାଟିକା-ତରକେରା ରାସ୍ତାର ଗାଡ଼ିଆଟୋଲା ନିକଟରୁ ମଧ୍ୟ ଶରୀରର କିଛି ଅଂଶ ଉଦ୍ଧାର ହୋଇଛିl ଅଭିଯୁକ୍ତର ବୟାନ ଆଧାରରେ ସାଇଣ୍ଟିଫିକ ଟିମ୍‌, ପୁଲିସ ହତ୍ୟାକାଣ୍ଡ କେମିତି ହେଲା ତଦନ୍ତ ଚଳାଇଛିl ପୁଲିସ କୁନା କିସାନକୁ ଗିରଫ କରିଛି।  

ଏହି ଖବର ପଢ଼ନ୍ତୁ: ୨୩ଟି ଶିଳ୍ପ ସଂସ୍ଥା ଉପରେ ବକେୟା ବିଲ୍‌

ସୂଚନା ଅନୁସାରେ କୁନା ସହିତ ନାବାଳିକା ପ୍ରେମିକାର ଗତବର୍ଷ ଝଗଡ଼ା ହୋଇଥିଲା। ନାବାଳିକାର ପରିବାର ଲୋକଙ୍କର ଅଭିଯୋଗ ଆଧାରରେ କୁନା ଗିରଫ ହୋଇ ଜେଲ୍‌ ଯାଇଥିଲା। ନିକଟରେ ଜେଲ୍‌ରୁ ଫେରିବା ସହିତ ହତ୍ୟା ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଥିଲା। 

ଏହି ଖବର ପଢ଼ନ୍ତୁ: ଡାକ୍ତରଖାନା ନେବା ବେଳେ ୱେଲ୍ଡିଂ ମିସ୍ତ୍ରୀଙ୍କ ମୃତ୍ୟୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe