ସୁନ୍ଦରଗଡ଼ରେ ଚାଞ୍ଚଲ୍ଯ: ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ହାଣିଲେ

ଟାଉନ୍‌ ଥାନା ଅଞ୍ଚଳରେ ଶନିବାର ଅପରାହ୍ନରେ ଏକ ଲୋମଟାଙ୍କୁରା ହତ୍ଯାକାଣ୍ଡ ଘଟିଛି। ରାଣୀବଗିଚା ବିଜୁ ପଟ୍ଟନାୟକ ଛକ ନିକଟରେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କୁ ହାଣି ହତ୍ଯା କରିଛନ୍ତି ଦୁର୍ବୃତ୍ତ। ମୃତ ଯୁବକ ହେଲେ ସହରର ଗାନ୍ଧୀନଗର ବାବୁଲି କାକ୍।

ସୁନ୍ଦରଗଡ଼: ଟାଉନ୍‌ ଥାନା ଅଞ୍ଚଳରେ ଶନିବାର ଅପରାହ୍ନରେ ଏକ ଲୋମଟାଙ୍କୁରା ହତ୍ଯାକାଣ୍ଡ ଘଟିଛି। ରାଣୀବଗିଚା ବିଜୁ ପଟ୍ଟନାୟକ ଛକ ନିକଟରେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କୁ ହାଣି ହତ୍ଯା କରିଛନ୍ତି ଦୁର୍ବୃତ୍ତ। ମୃତ ଯୁବକ ହେଲେ ସହରର ଗାନ୍ଧୀନଗର ବାବୁଲି କାକ୍। ସେ ପୌରପାଳିକା ସଫେଇ ସଂସ୍ଥାର ସୁପରଭାଇଜାର୍ ଭାବେ କାମ କରୁଥିଲେ। ହତ୍ଯାର କାରଣ ସ୍ପଷ୍ଟ ହୋଇ ନଥିଲେ ବି ସଫେଇ କାମକୁ ନେଇ ପଡ଼ାର ଦୁଇ ଗୋଷ୍ଠୀ ମଧ୍ଯରେ ଲାଗି ରହିଥିବା ବିବାଦରୁ ଏହି  ଘଟଣା ଘଟିଥିବା ଚର୍ଚ୍ଚା ହେଉଛି। ଦୁର୍ବୃତ୍ତଙ୍କ ମଧ୍ଯରୁ ୪ ଜଣଙ୍କୁ  ପୁଲିସ  ଧରିଥିବା ସୂଚନା ମିଳିଛି।  

ଏହି ଖବର ପଢ଼ନ୍ତୁ: ପାଣିକୋଇଲି ଗୁଳିମାଡ଼ ଘଟଣା: ଡାକ୍ତରଖାନାରେ ସୁନା ଦୋକାନ କର୍ମଚାରୀଙ୍କ ମୃତ୍ୟୁ

ସୂଚନା ଅନୁସାରେ, ଅପରାହ୍ନ ପାଖାପାଖି ସାଢେ଼ ୫ଟାରେ ବାବୁଲି ସଫେଇ କାମ ବଣ୍ଟନ କରିବା ପାଇଁ ରାଣୀବଗିଚା ଆଡ଼କୁ ଯାଇଥିବାବେଳେ ସେଠାରେ ୩ଟି ବାଇକରେ ୫ ରୁ ୬ ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ଧାରୁଆ ଅସ୍ତ୍ରରେ ହାଣି ପକାଇ ସେଠାରୁ ଫେରାର ମାରିଥିଲେ। ଆକ୍ରମଣ ପରେ ଘଟଣାସ୍ଥଳରେ  ଛଟପଟ ହେଉଥିବା ବାବୁଲିଙ୍କୁ ଟାଉନଥାନା ପୁଲିସ  ଉଦ୍ଧାର କରି ଜିଲ୍ଲା ମୁଖ୍ଯ.ଡାକ୍ତରଖାନାକୁ ଆଣିଥିଲା। ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଖବର ପଢ଼ନ୍ତୁ: ସଡ଼କ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

publive-image

ରାଣୀବଗିଚା ବିଜୁ ପଟ୍ଟନାୟକ ଛକ ନିକଟରେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କୁ ହାଣି ହତ୍ଯା କରିଛନ୍ତି ଦୁର୍ବୃତ୍ତ। ମୃତ ଯୁବକ ହେଲେ ସହରର ଗାନ୍ଧୀନଗର ବାବୁଲି କାକ୍।

ଏହି ଖବର ପଢ଼ନ୍ତୁ: ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ଏହି ହତ୍ୟାକାଣ୍ଡ ପରେ ପଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି। ବାବୁଲି ଗୋଷ୍ଠୀର ଲୋକେ ହତ୍ଯାକାଣ୍ଡ ଘଟାଇଥିବା ବ୍ଯକ୍ତିଙ୍କ ଘରକୁ ଭଙ୍ଗାରୁଜା କରିଥିବା ସୂଚନା ଆସିଛି। ଥାନା ଓ ପଡ଼ାରେ ବ୍ଯାପକ ପୁଲିସ ମୁତୟନ ହୋଇଛି। ପୁଲିସ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ରିପୋର୍ଟ ଲେଖାଯିବା ବେଳକୁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। 

ଏହି ଖବର ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ତରଫରୁ ଅଜମେର ସରିଫରେ ଚାଦର ଚଢ଼ାଇଲେ ରିଜିଜୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe