apologise youtuber: ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ୟୁଟ୍ୟୁବର

ୟୁଟ୍ୟୁବର ଆକାଂକ୍ଷା ସାର୍ବଜନୀନ ଭାବରେ କ୍ଷମା ମାଗି କହିଛନ୍ତି, "ମୋତେ କ୍ଷମା କରିଦିଅନ୍ତୁ... ମୁଁ ଆଉ ଏପରି ଭୁଲ କରିବି ନାହିଁ। ମୁଁ ମୋର ଫଲୋଅର୍ସ ବୃଦ୍ଧି କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ଯୋଗୀଙ୍କୁ ନେଇ ଏପରି କହିଥିଲି।।  

୪୩୫

apologise youtubeer Photograph: (@sambad.in)

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜଣେ ମହିଳା ୟୁଟ୍ୟୁବର ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦକୁ ଆସିଛନ୍ତି। ଏହି ମନ୍ତବ୍ୟ ଦେବା ମହିଳା ୟୁଟ୍ୟୁବରଙ୍କୁ ଭାରି ପଡ଼ିଯାଇଛି। ଉକ୍ତ ୟୁଟ୍ୟୁବରଙ୍କ ନାମ ଆକାଂକ୍ଷା।

ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ

ୟୁଟ୍ୟୁବର ଆକାଂକ୍ଷା ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କହିଥିଲେ,‘ ମହିଳାମାନଙ୍କ ଉପରେ ବଢ଼ୁଥିବା ଅତ୍ୟାଚାର ଏବଂ ଦୁଷ୍କର୍ମ ଘଟଣାକୁ ସରକାର ଅଣଦେଖା କରୁଛନ୍ତି। ରାଜନେତାମାନେ କେବଳ ନିଜ ସ୍ୱାର୍ଥ ପାଇଁ ରାଜନୀତି କରନ୍ତି ଏବଂ ମହିଳାଙ୍କ ସୁରକ୍ଷା ନାମରେ କେବଳ ପ୍ରତିଶ୍ରୁତି ଦିଅନ୍ତି।  ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଗ୍ୟାସ ସିଲିଣ୍ଡରରେ ବାନ୍ଧି ଉଡ଼ାଇ ଦିଆଯିବା ଉଚିତ।’

ଅଧିକପଢ଼ନ୍ତୁ:ଡିସେମ୍ବର ୪ରେ ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

କ୍ଷମା ମାଗିଲେ ୟୁଟ୍ୟୁବର

ଏଭଳି ମନ୍ତବ୍ୟ ଦେଇଥିବାରୁ ୟୁଟ୍ୟୁବର ଆକାଂକ୍ଷା ସାର୍ବଜନୀନ ଭାବରେ କ୍ଷମା ମାଗିଛନ୍ତି। କ୍ଷମା ମାଗି ଆକାଂକ୍ଷା କହିଛନ୍ତି, "ମୋତେ କ୍ଷମା କରିଦିଅନ୍ତୁ... ମୁଁ ଆଉ ଏପରି ଭୁଲ କରିବି ନାହିଁ। ମୁଁ ମୋର ଫଲୋଅର୍ସ ବୃଦ୍ଧି କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ଯୋଗୀଙ୍କୁ ନେଇ ଏପରି କହିଥିଲି।।  

ଭିଡିଓ ଭାଇରାଲ ପରେ ନିଆଯାଇଥିଲା ତୁରନ୍ତ କାର୍ଯ୍ୟାନୁଷ୍ଠାନ

ପୁଲିସ ଅଧିକାରୀ  ଗଙ୍ଗା ଦାସ ଗୌତମ ଏହି ଘଟଣାକୁ ନେଇ କହିଛନ୍ତି, ‘ଏହି ଘଟଣା ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିବା ମାତ୍ରେ ଭିଡିଓ ଭାଇରାଲ କରିଥିବା ୟୁଟ୍ୟୁବର ଆକାଂକ୍ଷାଙ୍କୁ ଚିହ୍ନଟ କରାଯାଇଥିଲା। ସୋସିଆଲ ମିଡିଆରେ ଏହି ଘଟଣା ପ୍ରକାଶ ପାଇବା ପରେ ଆକାଂକ୍ଷା ଗତଗୁରୁବାର ଆଉ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ନିଜର ଭୁଲକୁ ସ୍ୱୀକାର କରିବା ସହିତ ସମସ୍ତଙ୍କୁ କ୍ଷମା ମାଗିଥିଲେ। ଏପରି ଭୁଲ ଦ୍ବିତୀୟଥର କରିବେ ନାହିଁ ବୋଲି ବି ପ୍ରତିଶ୍ରୁତି ଦେଇଛନ୍ତି।

ୟୁଟ୍ୟୁବରଙ୍କୁ କଡ଼ା ଚେତାବନୀ ଦେଲା ପୁଲିସ

ପୁଲିସ ତଦନ୍ତରୁ ଜଣାପଡିଛି ଯେ ଆକାଂକ୍ଷା ଏକ ବିୟୁଟି ପାର୍ଲର ଚଳାନ୍ତି ଏବଂ ସେ ଜଣେ ବିବାହିତ ମହିଳା। ଲୋକପ୍ରିୟତା ହାସଲ କରିବା ପାଇଁ ଆକାଂକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଏପରି ଅନେକ ବିବାଦୀୟ ଭିଡିଓ ଭାଇରାଲ କରିଛନ୍ତି। ଯାହାକୁ ନେଇ ପୁଲିସ ଆକାଂକ୍ଷାଙ୍କୁ କଡ଼ା ଚେତାବନୀ ଦେଇଛି। 

ଅଧିକପଢ଼ନ୍ତୁ:ସମ୍ବଲପୁରରେ ମଣ୍ଡି ଖୋଲିଲା, କିନ୍ତୁ ହେଲାନି ଧାନ ସଂଗ୍ରହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe