Dibyanga couple of Maidalpur in Nabarangpur. Photograph: (sambad.in)
ମୈଦଲପୁର: ସ୍ୱାମୀ ଓ ସ୍ତ୍ରୀ ଦିବ୍ୟାଙ୍ଗ। ତଥାପି ସେମାନେ ହାର ନ ମାନି ନାହାନ୍ତି। ଦଉଡ଼ି ତିଆରି କରି ବିକୁଛନ୍ତି ଏବଂ ସେଥିରୁ ଯାହା ମିଳିଥାଏ ପରିବାର ଚଳାନ୍ତି। ସରକାରଙ୍କ ତରଫରୁ ସମସ୍ତ ଦିବ୍ୟଙ୍ଗମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉଥିବା ବେଳେ ଏମାନଙ୍କୁ ଏହା ମିଳି ପାରି ନାହିଁ। ଏଭଳି ଚିତ୍ର ଦେଖିବାକୁ ମିଳିଛି ନବରଂଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଗୋପୀଗୁଡା ଗ୍ରାମରେ।
ବଜାରରେ ବିକ୍ରି କରନ୍ତି ଦଉଡ଼ି
ସରକାରୀ ସହାୟତା କହିଲେ ମା’ଙ୍କ ରାସନକାର୍ଡରେ ମିଳିଥାଏ ୩୫ କେଜି ଚାଉଳ ସହ ଭତ୍ତା। ସ୍ୱାମୀଙ୍କୁ ୧୨ ଶହ ଓ ସ୍ତ୍ରୀଙ୍କୁ ୧ହଜାର ଟଙ୍କା ମିଳୁଛି। ଏତିକି ଟଙ୍କାରେ ପରିବାର ଚଳିବା କଷ୍ଟ ହୋଇଥିବା ବେଳେ ଦଉଡ଼ି ନେଇ ପ୍ରତ୍ୟକ ବଜାରକୁ ଯାଇ ବିକ୍ରି କରୁଛନ୍ତି। ପରିବାର କହିଲେ ଗ୍ରାମର ପଲାଦ ମଙ୍ଗଲି ଓ ତାଙ୍କ ସ୍ତ୍ରୀ ଟିକେ ମଙ୍ଗୁଲି ସହ ଦୁଇ ପୁଅଝିଅ। ସ୍ୱାମୀ ଓ ସ୍ତ୍ରୀ ଦିବ୍ୟଙ୍ଗ ହୋଇ ମଧ୍ୟ ପ୍ଲାଷ୍ଟିକ ବସ୍ତାରୁ ଦଉଡ଼ି ତିଆରି କରୁଛନ୍ତି। ତା ସହିତ ଋଣ ଆକାରରେ ଏକ ସ୍କୁଟି ଆଣି ଏହା ସାହାଯ୍ୟରେ ପଡ଼ୋଶୀ ଜିଲ୍ଲା କଳାହାଣ୍ଡିର ଆମପାଣି ବଜାର ଓ ନିକଟସ୍ଥ ବଜାରକୁ ଯାଇ ବିକ୍ରି କରି ଯାହା ରୋଜଗାର ହୁଏ ପରିବାର ଚଳିବା କହିଛନ୍ତି।
ଗୁହାରି ଶୁଣୁନି ପ୍ରଶାସନ
ଭତ୍ତା ଟଙ୍କା କେବଳ ୧୨ ଶହ ଓ ସ୍ତ୍ରୀଙ୍କୁ ୧ହଜାର ଟଙ୍କା ମିଳୁଛି। ପଲାଦ ମଙ୍ଗୁଲିଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବାକୁ ଅନୁରୋଧ କରିଛନ୍ତି। ଏକ ମାଟି କାନ୍ଥ ଘରେ ଦୟନୀୟ ଅବସ୍ଥାରେ ପରିବାର ରହୁଛନ୍ତି। ପ୍ରଶାସନ ନିକଟରେ ଅନେକ ଥର ଘର ପାଇଁ ଗୁହାରି କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ମିଳି ନ ଥିବା କହିଛନ୍ତି। ତାଙ୍କୁ ଏକ ଗୃହ ଯୋଗାଇବାକୁ ପଲାଦ ମଙ୍ଗୁଲି ଓ ଗ୍ରାମବାସୀ ଦାବି କରିଛନ୍ତି।
ଆହୁରି ପଢ଼ନ୍ତୁ: Odia Girl Murder: ଉତ୍ତରାଖଣ୍ଡରେ ଓଡ଼ିଆ ଯୁବତୀଙ୍କୁ ମାରି ଫିଙ୍ଗିଦେଲା ଘର ମାଲିକର ପୁଅ
Follow Us