ମନ୍ଦିରା ଡ୍ୟାମ୍‌ରେ ଖୋଲିଲା ୧୦ ଗେଟ୍‌: ବାଲୁଘାଟର ୮ ଘରେ ପଶିଲା ପାଣି

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବ୍ରାହ୍ମଣୀନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଆର୍‌ଏସ୍‌ପି ପକ୍ଷରୁ ମନ୍ଦିରା ଡ୍ୟାମ୍‌ର ୧୦ଟି ଗେଟ୍‌ ଖୋଲାଯାଇଛି। ଡ୍ୟାମ୍‌କୁ ୫୩,୦୫୭ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଥିଲାବେଳେ ୫୩,୧୬୦ କ୍ୟୁସେକ୍  ଜଳ ନିଷ୍କାସିତ ହେଉଛି। ଡ୍ୟାମ୍‌ର ଜଳସ୍ତର ୬୭୯.୫୦ ଫୁଟ୍‌ ରହିଛି...

WhatsApp Image 2024-09-18 at 11.04.29 PM

ରାଉରକେଲା: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବ୍ରାହ୍ମଣୀନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଆର୍‌ଏସ୍‌ପି ପକ୍ଷରୁ ମନ୍ଦିରା ଡ୍ୟାମ୍‌ର ୧୦ଟି ଗେଟ୍‌ ଖୋଲାଯାଇଛି। ମନ୍ଦିରା ଡ୍ୟାମ୍‌କୁ ୫୩,୦୫୭ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଥିଲାବେଳେ ୫୩,୧୬୦ କ୍ୟୁସେକ୍  ଜଳ ନିଷ୍କାସିତ ହେଉଛି। ଡ୍ୟାମ୍‌ର ଜଳସ୍ତର ୬୭୯.୫୦ ଫୁଟ୍‌ ରହିଛି।

ଜଳସ୍ତର ବଢ଼ିବାରୁ ଗତକାଲି ରାତିରେ ବାଲୁଘାଟର ତଳବସ୍ତିର ୮ରୁ ଅଧିକ ଘରେ ପାଣି ପଶିଥିଲା। ପାଣିଘେରରେ ଥିବା ପରିବାର ରାତି ତମାମ ଅନ୍ୟଲୋକଙ୍କ ଘରେ ଆଶ୍ରୟ ନେଇଥିଲେ।

WhatsApp Image 2024-09-18 at 11.05.36 PM

ବସ୍ତି ଭିତରକୁ ପାଣି ପଶୁଥିବାରୁ  ଅନେକ ପରିବାର ରାତି ଅନିଦ୍ରା ହୋଇଥିଲେ। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ଅଧିକାରୀ ଓ କର୍ମଚାରୀ ବସ୍ତିରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ଖାଇବା ଯୋଗାଇ ଦେଇଥିଲେ। ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଆର୍‌ଏମ୍‌ସି ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ହାତକୁ ନିଆଯାଇଥିଲା।  

ମନ୍ଦିରା ଡ୍ୟାମ୍‌ର ମୋଟ ୧୧ଟି ଗେଟ୍‌ରୁ ୧୦ଟି ଗେଟ୍‌ ଖୋଳାଯାଇଥିବାରୁ ବ୍ରାହ୍ମଣୀର ଜଳସ୍ତର ଆହୁରି ବଢ଼ିପାରେ ବୋଲି ଅନୁମାନ  କରାଯାଉଛି। ସମ୍ଭାବ୍ୟସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ଜଣାପଡିଛି।  

WhatsApp Image 2024-09-18 at 11.05.36 PM (1)

ଅଧିକ ପଢ଼ନ୍ତୁ:କାହା ସ୍ବାର୍ଥରେ ଲ୍ୟାମ୍ପସ୍‌ ? ଖାଇଦେଲେ ଚାଷୀଙ୍କ ସବ୍‌ସିଡି ଅର୍ଥ!

ପ୍ରତିବର୍ଷ ବାଲୁଘାଟର ଶହ ଶହ ପରିବାର ବ୍ରାହ୍ମଣୀନଦୀ ପାଣିରେ ବୁଡ଼ିଥାଏ। ଆଜି ପର୍ଯ୍ୟନ୍ତ ପ୍ରସ୍ତାବିତ ନଦୀବନ୍ଧ ଯୋଜନାକୁ କରାଯାଉ ନ ଥିବାରୁ ଏଭଳି ସମସ୍ୟା ଉପୁଜୁଛି ବୋଲି ଅଭିଯୋଗ ହୋଇଛି।

ଅଧିକ ପଢ଼ନ୍ତୁ:ହୋଟେଲ୍‌ରେ ପ୍ରେମିକା ଜଳିଯିବା ଘଟଣା: ବନ୍ଧାହେଲା ଫେରାର ପ୍ରେମିକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe