ସଫେଇ କେନାଲକୁ ଖସିଲା ୧୦୮ ଆମ୍ବୁଲାନ୍ସ : ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଏକ ୧୦୮ ଆମ୍ବୁଲାନ୍ସ ରୋଗୀ ଆଣିବାକୁ ଯାଉଥିବା ସମୟରେ ସଫେଇ କେନାଲ ଭିତରକୁ ଓଲଟି ପଡିଛି। ଗାଡିଟି ପାଣିରେ ପଡିଥିବା ବେଳେ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି...

108 Ambulance fell into Safei canal

ବାଲିପାଟଣା: ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଏକ ୧୦୮ ଆମ୍ବୁଲାନ୍ସ ରୋଗୀ ଆଣିବାକୁ ଯାଉଥିବା ସମୟରେ ସଫେଇ କେନାଲ ଭିତରକୁ ଓଲଟି ପଡିଛି। ଗାଡିଟି ପାଣିରେ ପଡିଥିବା ବେଳେ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି।

ଆମ୍ବୁଲାନ୍ସ ନଂ ଓଡି ୦୨ ବି ଏଚ ୪୯୭୮ ଶନିବାର ଭୋର ପ୍ରାୟ ୫ ଟାରେ ରୋଗୀ ଆଣିବାକୁ ଚଣାହଟ୍ଟା ରାଜସ୍ବ ରାସ୍ତାର ଯାଉଥିବା ବେଳେ କୁଳନ୍ତିରା ମୌଜା ନିକଟରେ ଗାଡିଟି ପାଣି ଭରା ସଫେଇ କେନାଲକୁ ଖସି ପଡିଛି।

ରୋଗୀ ଆଣିବାକୁ ଯାଉଥିବା ବେଳେ ଆମ୍ବୁଲାନ୍ସ  ଆଗକୁ ଏକ ଷଣ୍ଢ ଚାଲିଆସିବାରୁ ଚାଳକ ଷଣ୍ଢକୁ ଧକ୍କାରୁ ବଞ୍ଚାଇବାକୁ ଯାଇ ଅନ୍ୟ ଦିଗକୁ ଆମ୍ବୁଲାନ୍ସ ଚଳାଇଥିଲେ।ଫଳରେ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି ।

ଅଧିକ ପଢ଼ନ୍ତୁ: ଗୋଚାଲାଣ ଗାଡ଼ି ଜବତ: ୨ ଗିରଫ

ଖବର ପାଇ ଘଟଣା ସ୍ଥଳରେ ବାଲିପାଟଣା ପିସିଆର ଏବଂ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।  ଆମ୍ବୁଲାନ୍ସର ଗୋଟିଏ ଅଂଶ ପାଣିରେ ବୁଡି ରହିଛି। ଗାଡି ସାଉଣ୍ଡ ସିଷ୍ଟମ ବନ୍ଦ ନ ହୋଇଥିବାରୁ ପାଣିରେ ପଡି ସାଇରନ ବାଜୁଥିଲା। ପରେ ଏହାକୁ ବନ୍ଦ କରାଯାଇଥିଲା। 

ଅଧିକ ପଢ଼ନ୍ତୁ: ୨ ଟ୍ରକ୍‌ ଧକ୍କା: ଡ୍ରାଇଭର-ହେଲ୍‌ପର ଜୀବନ୍ତ ଦଗ୍ଧ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe