୪ ଟ୍ରେନ କୋରାପୁଟରୁ ଚଳାଚଳ କରିବ

Advertisment

ସୁରକ୍ଷା ଦୃଷ୍ଟିକୋଣ ଓ ଅତ୍ୟାଧୁନିକ କାମ କୋରାପୁଟ–କୋଥାୱାଲସା ସେକ୍ସନରେ ଚାଳିଥିବାରୁ ବିଶାଖାପାଟଣା-କିରଣ୍ଡୁଲ ଓ କିରଣ୍ଡୁଲ -ବିଶାଖାପାଟଣା ପାସେଞ୍ଜର ଓ ଜଗଦଲପୁର-ରାଉରକେଲା, ରାଉରକେଲା-ଜଗଦଲପୁର ଏକ୍ସପ୍ରେସ ଏଭଳି ୪ଟି ଟ୍ରେନ କୋରାପୁଟ ପର୍ଯ୍ୟନ୍ତ ଚଳାଚଳ କରିବ...

ସୁରକ୍ଷା ଦୃଷ୍ଟିକୋଣ ଓ ଅତ୍ୟାଧୁନିକ କାମ କୋରାପୁଟ–କୋଥାୱାଲସା ସେକ୍ସନରେ ଚାଳିଥିବାରୁ ବିଶାଖାପାଟଣା-କିରଣ୍ଡୁଲ ଓ କିରଣ୍ଡୁଲ -ବିଶାଖାପାଟଣା ପାସେଞ୍ଜର ଓ ଜଗଦଲପୁର-ରାଉରକେଲା, ରାଉରକେଲା-ଜଗଦଲପୁର ଏକ୍ସପ୍ରେସ ଏଭଳି ୪ଟି ଟ୍ରେନ କୋରାପୁଟ ପର୍ଯ୍ୟନ୍ତ ଚଳାଚଳ କରିବ...

4 trains will run from Koraput

4 trains will run from Koraput

କୋରାପୁଟ: ସୁରକ୍ଷା ଦୃଷ୍ଟିକୋଣ ଓ ଅତ୍ୟାଧୁନିକ କାମ କୋରାପୁଟ–କୋଥାୱାଲସା ସେକ୍ସନରେ ଚାଳିଥିବାରୁ ବିଶାଖାପାଟଣା-କିରଣ୍ଡୁଲ ଓ  କିରଣ୍ଡୁଲ -ବିଶାଖାପାଟଣା ପାସେଞ୍ଜର ଓ ଜଗଦଲପୁର-ରାଉରକେଲା, ରାଉରକେଲା-ଜଗଦଲପୁର ଏକ୍ସପ୍ରେସ ଏଭଳି ୪ଟି  ଟ୍ରେନ କୋରାପୁଟ ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ପୂର୍ବତଟ ରେଳବାଇ  ବିଶାଖାପାଟଣା ଡିଭିଜନର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ କେ.ସନ୍ଦୀପ  ସୂଚନା ଦେଇଛନ୍ତି।

ଆସନ୍ତା ୩୦ତାରିଖ ଦିନ ବିଶାଖାପାଟଣାରୁ ଛାଡ଼ିବାକୁ ଥିବା ଟ୍ରେନ ନମ୍ବର ୫୮୫୦୧ ପାସେଞ୍ଜର ଟ୍ରେନ୍ ବିଶାଖାପାଟଣାରୁ କିରଣ୍ଡୁଲ ଟ୍ରେନ କିରାଣ୍ଡୁଲ ଯିବା ପରିବର୍ତ୍ତେ ଏହାର ଯାତ୍ରା କୋରାପୁଟରେ ଶେଷ ହେବ।  

୩୦ତାରିଖ ଦିନ  ଟ୍ରେନ ନମ୍ବର ୫୮୫୦୨ କିରଣ୍ଡଲ -ବିଶାଖାପାଟଣା ପାସେଞ୍ଜର  ଟ୍ରେନ୍ କିରଣ୍ଡୁଲ ପରିବର୍ତ୍ତେ କୋରାପୁଟରୁ ବାହାରି ବିଶାଖାପାଟଣା ଯିବ। ସେହିପରି ଟ୍ରେନ ନମ୍ବର ୧୮୧୦୭ ରାଉରକେଲା–ଜଗଦଲପୁର ଏକ୍ସପ୍ରେସ ଜଗଦଲପୁର ଯିବା ବଦଳରେ କୋରାପୁଟରେ ଯାତ୍ରା ଶେଷ ହେବ।

ଅଧିକ ପଢ଼ନ୍ତୁ: ଷଷ୍ଠ ଅର୍ଥ ଆୟୋଗ ଗଠନ କଲେ ରାଜ୍ୟ ସରକାର: ଅରୁଣ କୁମାର ପଣ୍ଡା ଅଧ୍ୟକ୍ଷ

ଟ୍ରେନ ନମ୍ବର ୧୮୧୦୮ ଜଗଦଲପୁର–ରାଉରକେଲା ଏକ୍ସପ୍ରେସ ଜଗଦଲପୁରରୁ ଛାଡିବା ବଦଳରେ କୋରାପୁଟରୁ ରାଉରକେଲା ଅଭିମୁଖେ ବାହାରିବ ବୋଲି ଡିଭିଜନର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ କେ.ସନ୍ଦୀପ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ନିଶା ଇଞ୍ଜେକ୍ସନ୍ ବେପାର ପୁଣି ଧରିଲା ଜୋର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe