ଜାତୀୟ ଲୋକ ଅଦାଲତରେ ୫୧୯ ବିଭିନ୍ନ ମାମଲା ଫଇସଲା

Advertisment

ପାନପୋଷ ତାଲୁକ୍‌ ଲିଗାଲ ସର୍ଭିସ ପକ୍ଷରୁ ଉଦିତନଗର ବିରଜାପାଲିସ୍ଥ ନୂଆ କୋର୍ଟ ପରିସରରେ ତୃତୀୟ ଜାତୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି। ମୋଟ ୭୭୯ ବିଭିନ୍ନ ମାମଲା ସମାଧାନ ପାଇ ଆସିଥିଲା। ଏଥିରୁ ୫୧୯ଟି ମାମଲା ଫଇସଲା ହୋଇଛି...

ପାନପୋଷ ତାଲୁକ୍‌ ଲିଗାଲ ସର୍ଭିସ ପକ୍ଷରୁ ଉଦିତନଗର ବିରଜାପାଲିସ୍ଥ ନୂଆ କୋର୍ଟ ପରିସରରେ ତୃତୀୟ ଜାତୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି। ମୋଟ ୭୭୯ ବିଭିନ୍ନ ମାମଲା ସମାଧାନ ପାଇ ଆସିଥିଲା। ଏଥିରୁ ୫୧୯ଟି ମାମଲା ଫଇସଲା ହୋଇଛି...

lok adalat

ରାଉରକେଲା: ପାନପୋଷ ତାଲୁକ୍‌ ଲିଗାଲ ସର୍ଭିସ ପକ୍ଷରୁ ଉଦିତନଗର ବିରଜାପାଲିସ୍ଥ ନୂଆ କୋର୍ଟ ପରିସରରେ ତୃତୀୟ ଜାତୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ତଥା ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍‌ ମୁକ୍ତିରଞ୍ଜନ ଶତପଥୀ ଅଧ୍ୟକ୍ଷତା କରିଥିଲେ।

ରାଉରକେଲା ପରିବାର ଅଦାଲତର ବିଚାରପତି ଲିଲି ସେନାପତି,  ଦ୍ବିତୀୟ ଅତିରିକ୍ତ ଜିଲ୍ଲାଜଜ୍‌  ମନୋଜ କୁମାର, ସିଭିଲ୍‌ଜଜ୍‌ ସିନିୟର ଡିଭିଜନ୍‌ ଅଭିଜିତ୍‌ କୁମାର ପୁରୋହିତ, ଏସ୍‌ଡିଜେଏମ୍‌ ଅରୋଲିପି ପରିଜା, ଜେଏମ୍‌ଏଫ୍‌ସି ଚରଣ କୁମାର ଜେନା,  ଜେଏମ୍‌ଏଫ୍‌ସି (ରୁରାଲ୍‌) ଅମିତ କୁମାର ବେହେରା, ଜେଏମ୍‌ଏଫ୍‌ସି କରୋନିକା ଘୋଷ ବିଭିନ୍ନ ମାମଲାର ଫଇସଲା କରିଥିଲେ।

ମୋଟ ୭୭୯ ବିଭିନ୍ନ ମାମଲା ସମାଧାନ ପାଇ ଆସିଥିଲା। ଏଥିରୁ ୫୧୯ଟି ମାମଲା ଫଇସଲା ହୋଇଛି। ମୋଟ ୭ କୋଟି ୮୪ ଲକ୍ଷ ୪୨ ହଜାର ୪୦୭ ଟଙ୍କା ଆଦାୟ କରାଯାଇଛି।  ୭ ଅପରାଧିକ ମାମଲାରୁ ୪ଟିର ସମାଧାନ ହୋଇଥିଲା।

୧୭୩ଟି ଚେକ୍‌ ବାଉନ୍‌ସ ମାମଲାରୁ ୫୦ଟିର ସମାଧାନ ହୋଇଥିଲା। ବିଭିନ୍ନ ସଂସ୍ଥାକୁ ୧ କୋଟି ୪୮ଲକ୍ଷ  ୨୫ ହଜାର ୧୦୪ ଟଙ୍କା ଦେବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ୧୫୦ଟି ମୋଟରଦୁର୍ଘଟଣାଜନିତ ମାମଲାରୁ ୬୦ଟି ଫଇସଲା କରାଯାଇଛି। ବିଭିନ୍ନ ବୀମା କମ୍ପାନୀକୁ  ୪ କୋଟି ୪୯ ଲକ୍ଷ ୨ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

୪୧ଟି ପାରିବାରିକ ମାମଲାରୁ ୨୦ଟିର ସମାଧାନ ହୋଇଛି। ୩୭୧ଟି ବିଭିନ୍ନ ଅପରାଧିକ ମାମଲରୁ ୩୬୪ଟି ମାମଲାର ଫଇସଲା କରାଯାଇଛି ୧ କୋଟି ୪୮ ଲକ୍ଷ ୨୫ ହଜାର ୧୦୪ ଟଙ୍କା ଆଦାୟ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ:ହୋ‌ଟେଲରେ ପ୍ରେମିକାକୁ ଜାଳିଦେଲା ପ୍ରେମିକ! ଅଭିଯୁକ୍ତ ଥାନାରେ ଅଟକ

ମୋଟରଦୁର୍ଘଟଣା ମାମଲାର ସମାଧାନ ପାଇଁ ଦୁଇଟି ବେଞ୍ଚ କରାଯାଇଥିଲା। ପ୍ରଥମ ବେଞ୍ଚରେ ଆଇନଜୀବୀ ବସନ୍ତ କୁମାର ପାତ୍ର, ସାମାଜିକକର୍ମୀ ଡଲିରାଣି ବ୍ରହ୍ମା, ଦ୍ବିତୀୟ ବେଞ୍ଚରେ ଆଇନଜୀବୀ ବୈଷ୍ଣବ ଚରଣ ନାୟକ, ସାମାଜିକର୍ମୀ ନିନାରାଣୀ ଜେନା ଉପସ୍ଥିତ ଥିଲେ। ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର, ଅମୂଲ୍ୟ ମହାପାତ୍ର, ନିର୍ମଳ ସ୍ବାଇଁ, ଦଣ୍ଡପାଣି ଚୌଧୁରି, ବି.ଏନ୍. ପଢ଼ିହାରୀ, ସୁରେଶ ଦାସ, ଏ.ବି. ଷଡଙ୍ଗୀ, ପ୍ରବଣ ପାତ୍ର, ମନୋଜ ପଟ୍ଟନାୟକ ମାମଲା ପରିଚାଳନାରେ ସହଯୋଗ କରିଥିଲେ।

ଅଧିକ ପଢ଼ନ୍ତୁ:ବନ୍ଦେ ଭାରତର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ରାଉରକେଲାରେ ଉପସ୍ଥିତ ରହିବେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe