୭ ନକ୍ସଲ ଗିରଫ

ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ଆଉ ଏକ ବଡ ସଫଳତା ମିଳିଛି। ପୁଲିସ ୭ ନକ୍ସଲଙ୍କୁ ଗିରଫ କରିଛି। ଜିଲ୍ଲା ପୁଲିସ,କୋବ୍ରା ଯବାନ ମିଳିତ ଭାବେ ଚିନ୍ତାଗୁମ୍ଫା ଥାନା ଅଞ୍ଚଳରୁ ସେମାନଙ୍କୁ ଗିରଫ କରିଛନ୍ତି...

Mkg 7 naxal arrested

Mkg 7 naxal arrested Photograph: (sambad.in)

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ଆଉ ଏକ ବଡ ସଫଳତା ମିଳିଛି। ପୁଲିସ ୭ ନକ୍ସଲଙ୍କୁ ଗିରଫ କରିଛି। ଜିଲ୍ଲା ପୁଲିସ,କୋବ୍ରା ଯବାନ ମିଳିତ ଭାବେ ଚିନ୍ତାଗୁମ୍ଫା ଥାନା ଅଞ୍ଚଳର ମେଟାଗୁଡା,ଏରନପାଲୀ,ଦୁଲେଡ ଗ୍ରାମ୍ୟ ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ।

ସେହି ସମୟରେ ଜଙ୍ଗଲରେ କିଛି ଲୋକ ଯବାନଙ୍କୁ ଦେଖି ଲୁଚିବାକୁ ଚେଷ୍ଟା କରିଥିଲେ। ତୁରନ୍ତ ଯବାନ ଜଙ୍ଗଲକୁ ଘେରି ସେମାନଙ୍କୁ ଗିରଫ କରିଥିଲେ। 

ସେମାନଙ୍କୁ ପଚରାଉଚରା କରିବା ପରେ ସେମାନେ ନକ୍ସଲ ସଂଗଠନରେ କାମ କରୁଥିବା ସ୍ବୀକାର କରିଥିଲେ। ଗିରଫ ନକ୍ସଲମାନେ ହେଲେ ସୋଡି ହିଡମା(୫୫),ମାଡବି ଚନ୍ଦ୍ରୁ(୪୮),ମାଡକମ ଭୀମା(୫୦),ସୋଡି ସମଡା(୨୬),ସୋଡି ବୁଦ୍ଧୁରାମ(୫୫),ସୋଡି କୋସା(୩୪) ଏବଂ ମଡକମ ହିଡମା(୨୨)।

ଅଧିକ ପଢ଼ନ୍ତୁ: ପୁରସ୍କାର ଘୋଷିତ ୪ ନକ୍ସଲଙ୍କ ଆତ୍ମସମର୍ପଣ

ସେମାନେ ବହୁ ନକ୍ସଲ ହିଂସାରେ ସାମିଲ ଥିବା ପୁଲିସ ନିକଟରେ ସ୍ବୀକାର କରିଥିଲେ। ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।

ଅଧିକ ପଢ଼ନ୍ତୁ: ଆୟର୍ଲାଣ୍ଡ ବିପକ୍ଷରେ ରେକର୍ଡ ବିଜୟ ହାସଲ କଲା ଭାରତୀୟ ମହିଳା କ୍ରିକେଟ ଦଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe