ପାଣିହାଣ୍ଡିରେ ପଡ଼ି ୨ବର୍ଷର ଶିଶୁକନ୍ୟା ମୃତ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକମ୍ବା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ପାଣି ଭର୍ତ୍ତି ଥିବା ହାଣ୍ଡିରେ ପଡ଼ି ଯିବାରୁ ୨ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଏହାକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି...

2-year-old girl died after falling into a water pot

2-year-old girl died after falling into a water pot

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକମ୍ବା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ପାଣି ଭର୍ତ୍ତି ଥିବା ହାଣ୍ଡିରେ ପଡ଼ି ଯିବାରୁ ୨ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଏହାକୁ ନେଇ  ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ଏକମ୍ବା ଗ୍ରାମର ରମେଶ ଭଟ୍ଟ ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିଲେ।  ଗତକାଲି ସକାଳେ ଆବାସ ଗୃହର ଛାତ ପକାଇବା ପାଇଁ ସ୍ଥିର ହୋଇଥିଲା। ଆବାସ ଗୃହର ଛାତ ପଡ଼ୁଥିବାରୁ ରମେଶ ଓ ତାଙ୍କ ସ୍ତ୍ରୀ ପୂର୍ଣ୍ଣିମା ଏହି କାମରେ ବ୍ୟସ୍ତ ଥିଲେ।

ଏହି ସମୟ‌ରେ ରମେଶଙ୍କ ଦୁଇ ବର୍ଷର ଝିଅ ନତାଶା ଘର ନିକଟରେ ଥିବା ଏକ ପାଣି ଭର୍ତ୍ତି ହାଣ୍ଡିରେ ପଡ଼ି ଯାଇଥିଲେ। ବହୁ ସମୟ ଧରି ଝିଅର ଦେଖା ନ ମିଳିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ।

ଅଧିକ ପଢ଼ନ୍ତୁ: ବାଇକ୍‌କୁ ଧକ୍କା ଦେଇ ପୋଖରୀରେ ପଶିଲା କାର୍

ଅପରାହ୍ନ ପ୍ରାୟ ୪ଟାରେ ଘରେ ଥିବା ଏକ ପାଣି ଭର୍ତ୍ତି ହାଣ୍ଡିରେ ନତାଶା ପଡ଼ିଥିବା ଦେଖିବାକୁ ପାଇଥିଲେ। ନତାଶାକୁ ପାଣିରୁ ଉଦ୍ଧାର କରିବା ବେଳକୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଝିଅର ମୃତ୍ୟୁ ପରେ ରମେଶ ଓ ପୂର୍ଣ୍ଣିମା‌ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି।

ଅଧିକ ପଢ଼ନ୍ତୁ: ଚମକିବ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଭାଗ୍ୟ !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe