ଗୁରୁତର ମହିଳା ରୋଗୀଙ୍କୁ ରକ୍ତ ଦେଲେ ଡାକ୍ତର

ମାଲକାନଗିରି ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହୋଇଥାଏ। ପ୍ରତିଦିନ ୩୦ରୁ ଅଧିକା ୟୁନିଟ ରକ୍ତ ଦରକାର ପଡୁଛି। ତେବେ ଜିଲ୍ଲା ରକ୍ତଭଣ୍ଡାର ଏତେ ରକ୍ତ ଯୋଗାଇବାରେ ଏକ ପ୍ରକାର ବିଫଳ ହେଉଛି...

Mkg Dr. SubratJena donate blood

Mkg Dr. SubratJena donate blood Photograph: (sambad.in)

ମାଲକାନଗିରି: ମାଲକାନଗିରି ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହୋଇଥାଏ। ପ୍ରତିଦିନ ୩୦ରୁ ଅଧିକା ୟୁନିଟ ରକ୍ତ ଦରକାର ପଡୁଛି। ତେବେ ଜିଲ୍ଲା ରକ୍ତଭଣ୍ଡାର ଏତେ ରକ୍ତ ଯୋଗାଇବାରେ ଏକ ପ୍ରକାର ବିଫଳ ହେଉଛି। ତେଣୁ ବହୁ ବଦାନ୍ୟ ବ୍ୟକ୍ତି ରକ୍ତଦାନ ପାଇଁ ଆଗେଇ ଆସିଥାନ୍ତି।

ମାଲକାନଗିରି ମେଡିକାଲର ଆଇସିୟୁରେ ଚିତ୍ରକୋଣ୍ଡା ଅଂଚଳର ରାଜକୁମାରୀ ସାହୁ(୭୦) ବର୍ଷିଆ ମହିଳା ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ବୁଧବାର ଡାକ୍ତର ତୁରନ୍ତ ରକ୍ତ ଚଢାଇବାକୁ ପଡିବ ବୋଲି କହିବା ପରେ ପରିବାର ଲୋକେ ରକ୍ତ ଯୋଗାଡ କରିବାରେ ବହୁ ବିଳମ୍ବ କରିଥିଲେ। ଏପରିକି ସେମାନେ ମାଲକାନଗିରିର ହୋଇ ନ ଥିବା ବେଳେ କିପରି ରକ୍ତ ସଂଗ୍ରହ କରିବେ ଚିନ୍ତାରେ ପଡିଥିଲେ।

ମେଡିକାଲର ଡାକ୍ତର ଡ.ସୁବ୍ରତ କୁମାର ଜେନା କାଳ ବିଳମ୍ବ ନ କରି ନିଜେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ରକ୍ତଭଣ୍ଡାର ଯାଇ ଡାକ୍ତର ସୁବ୍ରତ ରକ୍ତଦାନ କରି ମହିଳାଙ୍କୁ ସହଯୋଗ କରିଥିଲେ।

ଅଧିକ ପଢ଼ନ୍ତୁ: ବିସ୍ଫୋରଣରେ ପାଉଁଶ ହୋଇଗଲା ଡିଆରଜି ଯବାନଙ୍କ ପ୍ରେମ କାହାଣୀ

ତେବେ ଏହି ସମୟରେ ତାଙ୍କ ପୁଅ ଦେବେନ୍ଦ୍ର ସାହୁ,ବିକ୍ରମ ପାଢୀ ଏବଂ ବିଶିଷ୍ଟ ସମାଜସେବୀ ରତ୍ନାକର ପ୍ରଧାନ ଉପସ୍ଥିତ ରହି ଡାକ୍ତରଙ୍କର ଏଭଳି ସହଯୋଗକୁ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିକ ପଢ଼ନ୍ତୁ:ବୈଶିଙ୍ଗା ମହୋତ୍ସବ: ବର୍ଣ୍ଣାଳୀ ହୋତାଙ୍କ ରଙ୍ଗବତୀ ଗୀତରେ ଝୁମିଲେ ଦର୍ଶକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe