plan will be prepared for the development of sports from the grassroots level Photograph: (sambad.in)
ବୈଶିଙ୍ଗା: ଦିନିକିଆ ମୟୁରଭଞ୍ଜ ଗସ୍ତରେ ଆସିଥିବା ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ସୋମବାର ଅପରାହ୍ନରେ ମୟୁରଭଞ୍ଜ ଜିଲ୍ଲା ସୀମା ତଥା କଳମା ନିକଟରେ ୧୮ନଂ ଜାତୀୟ ରାଜପଥ ଉପରେ ନିର୍ମାଣଧୀନ ସ୍ୱାଗତ ତୋରଣ ତଳେ ବିଜେପି ଦଳର ଶତାଧିକ ବରିଷ୍ଠ ନେତୃମଣ୍ଡଳୀ ଓ ଯୁବ ନେତୃତ୍ୱମାନଙ୍କ ବଡ଼ସାହିର ଜନପ୍ରିୟ ବିଧାୟକ ସନାତନ ବିଜୁଳି ସହ ସ୍ଵାଗତ କରିଛନ୍ତି।
ବେତନଟୀଠାରେ ଚାଲିଥିବା ବେତନଟୀ ପ୍ରିମିୟର ଲିଗର ଉଦାଯାପନି ଉତ୍ସବରେ କମିଟି ପକ୍ଷରୁ ନିମନ୍ତ୍ରିତ ହୋଇ ମନ୍ତ୍ରୀ ଆସିଥିବା ବେଳେ ମୟୁରଭଞ୍ଜର ପ୍ରବେଶ ପଥରେ ମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ବଡ଼ସାହି ବିଧାୟକ।
ମାତ୍ର କିଛି ସମୟର ରହଣି ଭିତରେ ମନ୍ତ୍ରୀ ସ୍ଥାନୀୟ ଅଞ୍ଚଳର ସମସ୍ୟା ଓ ଚାଲିଥିବା ଲୋକାଭିମୁଖୀ ପ୍ରକଳ୍ପ ସମ୍ବନ୍ଧରେ ବିଧାୟକଙ୍କ ସହିତ ଆଲୋଚନା କରିଥିଲେ।
ଅଧିକ ପଢ଼ନ୍ତୁ: କଟକ-ଭୁବନେଶ୍ୱର-ପୁରୀରେ ଚାଲିବ ଇଲେକ୍ଟ୍ରିକ ଡବଲ ଡେକର ବସ୍
କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ, କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶାର ପ୍ରତିବଦ୍ଧତା ଏହାର ବିଶ୍ୱସ୍ତରୀୟ ସୁବିଧା ଏବଂ କ୍ରୀଡ଼ାବିତମାନଙ୍କ ସଫଳତାରୁ ସ୍ପଷ୍ଟ ହୋଇଛି।
ଆଗାମୀ ଦିନରେ ବଡ଼ସାହି ନିର୍ବାଚନୀ କ୍ଷେତ୍ରର ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ନିରନ୍ତର ସଫଳତାକୁ ସୁନିଶ୍ଚିତ କରିବା ପାଇଁ ତୃଣମୂଳସ୍ତରର ବିକାଶ ଉପରେ ଆମେ ବିଧାୟକଙ୍କ ସହିତ ମିଶି ଅଧିକ ଗୁରୁତ୍ୱ ଦେବୁ ବୋଲି ମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ଛକା ମାରିବା ପରେ ଚାଲିଗଲା ବ୍ୟାଟ୍ସମ୍ୟାନଙ୍କ ଜୀବନ
Follow Us