ସିମେଣ୍ଟ ପ୍ଲାଣ୍ଟରେ ଅଘଟଣ: କୋଲ୍‌ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା

ରାଜଗାଙ୍ଗପୁରରେ ଏକ ସିମେଣ୍ଟ ପ୍ଲାଣ୍ଟରେ କୋଲ୍‌ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଛି। ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିବାରୁ କାର୍ଯ୍ୟରତ ଶ୍ରମିକମାନେ ଏହା ତଳେ ଚାପି ହୋଇ ରହିଯାଇଛନ୍ତି...

i\þŸ

Accident at cement plant: Coal hopper collapses, many workers feared dead

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଏକ ସିମେଣ୍ଟ ପ୍ଲାଣ୍ଟରେ କୋଲ୍‌ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଛି। ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିବାରୁ କାର୍ଯ୍ୟରତ ଶ୍ରମିକମାନେ ଏହା ତଳେ ଚାପି ହୋଇ ରହିଯାଇଛନ୍ତି।

ଏକାଧିକ ଶ୍ରମିକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ତିନିରୁ ୪ ଜଣ ଶ୍ରମିକ ଚାପି ହୋଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । 

ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ ଘଟିଥିବା ଏହି ଦୁର୍ଘଟଣାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ହପର୍‌ ତଳେ ଚାପି ହୋଇ ରହିଯାଇଥିବା କୁହାଯାଉଛି। ଉଦ୍ଧାର କାର୍ଯ୍ୟରେ କ୍ରେନ୍‌କୁ ଲଗାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ପ୍ଲାଣ୍ଟରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିବାବେଳେ ଏଭଳି ଅଘଟଣ ନେଇ ପ୍ଲାଣ୍ଟ ବାହାରେ ଉତ୍ତେଜନା ପ୍ରକାଶ ପାଇଛି।

ହପର୍ ଦାୟିତ୍ବରେ ୧୨ ଶ୍ରମିକ ଥିବା କୁହାଯାଉଛି। ଦୁର୍ଘଟଣା ପରେ ଶ୍ରମିକଙ୍କ ଫୋନରେ ଯୋଗାଯୋଗ କରିବା ସମ୍ଭବ ହୋଇପାରୁନି । ଫଳରେ ପ୍ଲାଣ୍ଟ ବାହାରେ ଜଗିରହିଥିବା ସେମାନଙ୍କ ପରିବାର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ତଳେ ଚାପି ହୋଇ ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରହିଛି। 

ଅଧିକ ପଢ଼ନ୍ତୁ: ଅଙ୍ଗନୱାଡି କର୍ମଚାରୀଙ୍କ ଦରମା ବୃଦ୍ଧି କରିବେ ସରକାର: ଉପମୁଖ୍ୟମନ୍ତ୍ରୀ

ଗୁରୁବାର ସନ୍ଧ୍ୟା ପାଖାପାଖି ୫ଟା ସମୟରେ ପ୍ଲାଣ୍ଟରୁ ବିଦ୍ୟୁତ୍ କଟିଯାଇଥିଲା । ଅନ୍ୟ ଶ୍ରମିକମାନେ ଏହାର କାରଣ ଜାଣିବାକୁ ଆରମ୍ଭ କରିଥିଲେ । ହପର୍‌ରେ ଗଚ୍ଛିତ କୋଇଲା ଧସିବାରୁ ବଡ ଧରଣର ଶବ୍ଦ ହୋଇଥିଲା । ଏଥିରୁ ଜଣାପଡିଥିଲା ଯେ, ସେଠାରେ ବଡ ଧରଣର ଦୁର୍ଘଟଣା ଘଟିଛି।  ହପର୍ ତଳେ ଶ୍ରମିକମାନେ ଚାପି ହୋଇ ରହିଥିବ‌ା ଜଣାପଡ଼ିଥିଲା । 

Coal hopper collapse kills many workers
Coal hopper collapse kills many workers Photograph: (sambad.in)

ପାଖାପାଖି ୭୦ ଟନ ବିଶିଷ୍ଟ ହପର୍ ଭୁଶୁଡ଼ି ପଡ଼ିଥିଲା। ହପର୍ ଭିତରେ କୋଇଲା ପାଉଡର (ଫାଇନ୍ସ ) ଥିଲା। କ୍ୟାପଟିଭ ପାୱାର ପ୍ଲାଣ୍ଟ -୨(ସିପିପି) ରେ ସନ୍ଧ୍ୟା ୫. ୩୦ରୁ ୫. ୫୦ ଭିତରେ ଅଘଟଣ ଘଟିଥିବା କୁହାଯାଉଛି। ହପର୍ ଓଭରଲୋଡିଂ ଥିଲା। ହପର୍ ସେନସରରେ କାମ କରିଥାଏ। ଓଭରଲୋଡିଂ ଯୋଗୁ ସେନସର କାମ କଲାନି ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ:ଛୁରାମାଡ଼ ପରେ ସୈଫଙ୍କ ହେଲା ପ୍ଲାଷ୍ଟିକ ସର୍ଜରି 

ସୂଚନା ଅନୁସାରେ, ୧୬ ଜଣ ଶ୍ରମିକ ବାୟୋମେଟ୍ରିକ ସିଷ୍ଟମରେ ଟିପ ମାରି ଭିତରେ ପଶିଥିଲେ। ଅପରାହ୍ନ ୫ଟାରୁ ସାଢ଼େ ୫ଟାରେ ସେମାନଙ୍କ ସିଫ୍ଟ ସରିଥିଲା। ହେଲେ ୩ ଜଣ ଫେରି ଆସିଥିବାବେଳେ ଅନ୍ଯ ୧୩ ଜଣଙ୍କ ମୋବାଇଲ ସୁଇଚ ଅଫ୍ ହୋଇଯାଇଥିବାରୁ ସନ୍ଦେହ ହୋଇଥିଲା। ଏହା ପରେ ଅଘଟଣ କଥା ସାମ୍ନାକୁ ଆସିଛି। ଏହା ମଧ୍ଯରେ ଜଣକର ଫୋନ ଲାଗିଥିବାବେଳେ ସେ ଘରେ ଥିବା ଜଣାପଡ଼ିଛି। କାରଖାନା ଆଗରେ ଉତ୍ତେଜନା ଲାଗି ରହିଛି । ଭିତରକୁ କାହାକୁ ଛଡ଼ା ଯାଉ ନଥିବାରୁ ପ୍ରକୃତ ତଥ୍ୟ ମିଳି ପାରିନାହିଁ।

ଏହା ପୂର୍ବରୁ ୨୦୨୪ ନଭେମ୍ବର ୨୬ରେ କୋଇଲା ବୋଝେଇ କନଭେୟର ବେଲ୍ଟ ଭୁଶୁଡ଼ି ପଡ଼ିଥିଲା। ‌ତେବେ କେହି ମୃତାହତ ହୋଇ ନଥିଲେ। ସେତେବେଳେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe