ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା: ଟ୍ରକ୍‌କୁ ପଛରୁ ପିଟିଲା ଟ୍ରାକ୍ସ

Advertisment

ନୟାଗଡ଼ ଇଟାମାଟି ନିକଟରେ ରବିବାର ଭୋରରୁ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ପଛରୁ ଟ୍ରାକ୍ସ ଧକ୍କା ଦେଇଛି। ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି। ୨ ଗୁରୁତରଙ୍କୁ ଅଧିକ ଚିକିତ୍ସା ଲାଗି ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି...

ନୟାଗଡ଼ ଇଟାମାଟି ନିକଟରେ ରବିବାର ଭୋରରୁ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ପଛରୁ ଟ୍ରାକ୍ସ ଧକ୍କା ଦେଇଛି। ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି। ୨ ଗୁରୁତରଙ୍କୁ ଅଧିକ ଚିକିତ୍ସା ଲାଗି ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି...

Accident due to dense fog: Trax hits truck from behind

Accident due to dense fog: Trax hits truck from behind

ନୟାଗଡ: ନୟାଗଡ଼ ଇଟାମାଟି ନିକଟରେ ରବିବାର ଭୋରରୁ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ପଛରୁ ଟ୍ରାକ୍ସ ଧକ୍କା ଦେଇଛି। ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି।  ୨ ଗୁରୁତରଙ୍କୁ ଅଧିକ ଚିକିତ୍ସା ଲାଗି ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଟ୍ରାକ୍ସରେ ୧୪ ଜଣ ଥିଲେ ।  ଆହତମାନେ ଭବାନୀପାଟଣା ଅଞ୍ଚଳର ବୋଲି ଜଣାପଡ଼ିଛି । 

ଖୋର୍ଦ୍ଧାରୁ ଡ୍ଯାନ୍ସ ପ୍ରୋଗ୍ରାମ୍ ସାରି ଫେରୁଥିବାବେଳେ ଘନ କୁହୁଡ଼ି ଯୋଗୁ ରାସ୍ତା ଦେଖା ନଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। 

ସୂଚନାଯୋଗ୍ୟ, ଭବାନୀପାଟଣା ଅଞ୍ଚଳର ୧୪ ଜଣିଆ ଡ୍ଯାନ୍ସ  ଗ୍ରୁପ୍ ଶନିବାର ସନ୍ଧ୍ଯାରେ ଖୋର୍ଦ୍ଧା ଅଞ୍ଚଳରେ ଡ୍ଯାନ୍ସ ପ୍ରୋଗ୍ରାମ୍ ସାରି  ଘରକୁ ଫେରୁଥିଲେ । ରବିବାର ଭୋର୍ ପ୍ରାୟ ୪ଟା ସମୟରେ ଇଟାମାଟି ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଟ୍ରାକ୍ସ ଧକ୍କା ଦେଇଥିଲା ।  

ଅଧିକ ପଢ଼ନ୍ତୁ: ଆଗକୁ ବିଜେଡିର ନବକଳେବର: ଭାଙ୍ଗିଲା ସମସ୍ତ ସଂଗଠନ

ସମସ୍ତ ଆହତ ଏବଂ ଗୁରୁତରଙ୍କୁ  ଉଦ୍ଧାର କରି ଚିକିତ୍ସା ଲାଗି ନୟାଗଡ ମେଡିକାଲକୁ ଅଣାଯାଇଥିଲା । ତେବେ ଦୁଇ ଗୁରୁତର କମଳ ଲୋଚନ ସରାଫ୍ ଏବଂ ତୋଫାନ ମାଝୀଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି । 

ଅଧିକ ପଢ଼ନ୍ତୁ: ସାଧାରଣତନ୍ତ୍ର ଦିବସରେ ସମ୍ମାନିତ ହେଲେ ବ୍ଲଡମ୍ୟାନ୍ ଟିଟନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe