ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା: ସ୍ଟ୍ରେଚରରେ ରୋଗୀଙ୍କୁ ବୋହି ନେଲେ

ରାମପୁର କିସାନପଡାର ରାସ୍ତା କାଦୁଅ ପଚପଚ ଥିବାରୁ ଆମ୍ବୁଲାସ ଆଗକୁ ଯାଇପାରିଲା ନାହିଁ । ଏକ କିଲୋମିଟର ସ୍ଟ୍ରେଚରରେ ରୋଗୀକୁ ଆମ୍ବୁଲାନ୍ସ ନିକଟକୁ ଆଣି ମାନବିକତା ଦେଖାଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ।

Ambulance personnel's humanity

ବାଲିଶଙ୍କରା: ବର୍ଷାଦିନେ କାଦୁଅ ପଚପଚ ରାସ୍ତା  ଯୋଗୁ ସୁନ୍ଦରଗଡ଼ ଜିଲ୍ଲା ରାମପୁର କିସାନପଡା ରାସ୍ତାର ସ୍ଥିତି ବେହାଲ ହୋଇପଡ଼ିଛି। ଫଳରେ ପଡାକୁ  ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ ଆଣିବାକୁ ଯାଇପାରିଲାଣି। ଏହି ସମୟରେ ଆମ୍ବୁଲାନ୍ସ କର୍ମଚାରୀ  ମାନବିକତା ଦେଖାଇଛ୍ତି।  ବାଲିଶଙ୍କରା ବ୍ଲକ ରାମପୁର ପଞ୍ଚାୟତ କିସାନପଡା ରାସ୍ତାରେ ଗୁରୁବାର ଗୁରୁତର ରୋଗୀ ଶୁକ୍ରୁ ବାଘ (୫୫)ଙ୍କ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଗାଡିକୁ ଫୋନ ଦ୍ୱାରା ଯୋଗାଯୋଗ କରିଥିଲା ।

ରାମପୁର କିସାନପଡାର ରାସ୍ତା କାଦୁଅ ପଚପଚ ଥିବାରୁ ଆମ୍ବୁଲାସ ଆଗକୁ ଯାଇପାରିଲା ନାହିଁ । ପୁଣି ଆମ୍ବୁଲାନ୍ସ ଫେରିଆସି ପଡ଼ାକୁ ନୂତନ ନିର୍ମାଣ ହେଉଥିବା ରାମପୁର ଟ୍ରାନ୍ସଫର୍ମର ଥିବା ବାଲିଶଙ୍କରାରୁ ଲୁଲକିଡିହି ମୁଖ୍ୟ ଆରଡ଼ି ରାସ୍ତା ପାଖରେ ଛିଡା  ହୋଇଥିଲା।

ଏକ କିଲୋମିଟର ସ୍ଟ୍ରେଚରରେ ରୋଗୀକୁ ଆମ୍ବୁଲାନ୍ସ ନିକଟକୁ ଆଣି ମାନବିକତା ଦେଖାଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ  ପପୁ କୁମାର ବେହେରା (କମ୍ପାଉଣ୍ଡର), ମନୋଜ କୁମାର ନାଗ (ଡ୍ରାଇଭର), ପ୍ରମୋଦ ଲାକ୍ରା (ହେଲ୍ପର) ଓ ଗ୍ରାମବାସୀ ଅନୁଗ୍ରହ ଏକ୍କା ।

ପ୍ରକାଶ ଥାଉକି  ପଡାର ସୁବିଧା ପାଇଁ ନୂତନ ପୋଲ ନିର୍ମାଣ ପାଇଁ ସରକାର ପାଖରୁ କାର୍ଯ୍ୟାଦେଶ ଦିଆଯାଇଛି । କିନ୍ତୁ ଠିକାଦାରଙ୍କ ଖାମଖିଆଲି ନୀତି ଯୋଗୁ ପୋଲ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି ।

ଅଧିକ ପଢ଼ନ୍ତୁ: ବିଜେଡ଼ି ସରକାରଙ୍କ ୫ ବର୍ଷର ପ୍ରଚାର ଖର୍ଚ୍ଚ ୪୫୨ କୋଟି ୯୬ ଲକ୍ଷ: ମୁଖ୍ୟମନ୍ତ୍ରୀ

ଏଥିପାଇଁ ପଡାବାସୀ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସମିତି ସଭ୍ୟ ପ୍ରମୋଦ କୁମାର ମିଞ୍ଜ, ୱାର୍ଡ ମେମ୍ବର ପରକ୍ଷୀତ ମାଝୀ, ଅନୁଗ୍ରହ ଏକ୍କା ପ୍ରମୁଖ ଅଭିଯୋଗ କରିଛନ୍ତି। ତୁରନ୍ତ ଠିକାଦାରଙ୍କୁ ତାଗିଦ କରି ଅସମ୍ପୂର୍ଣ୍ଣ ପୋଲକୁ ସମ୍ପୂର୍ଣ୍ଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ୫ ତହସିଲଦାର, ୨୧୭ ଅତିରିକ୍ତ ତହସିଲଦାର ପଦବୀ ଖାଲି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe