ଜାତୀୟ ରାଜପଥର ମନମୁଖୀ ନିର୍ମାଣ କାର୍ଯ୍ୟକୁ ନେଇ ଉତେଜନା 

Advertisment

ଅନୁଗୁଳ: ବଅଁରପାଳ ଥାନା ନୂଆହତା ୫୫ ନମ୍ବର ଜାତୀୟ ରାଜପଥର ନୂତନ ଓଭର୍ ବ୍ରିଜ ଅଣ୍ଡରପାସ ନିକଟରେ ଗୁରୁବାର ଅପରାହ୍‌ଣରେ ଏକ ଟ୍ରକ ଧକ୍କାରେ ମା’-ପୁଅ ଜୀବନ ହରାଇଛନ୍ତି। ଏହି ଦୁର୍ଘଟଣାର ଶିକାର ହୋଇ ବାପା ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଏମାନେ ତିନି ଜଣ ଏକ ବାଇକ୍‌ରେ ଯାଉଥିବା ବେଳେ ଦ୍ରୁତଗାମୀ ଟ୍ରକ୍‌ ଧକ୍କାର ଶିକାର ହୋଇଥିଲେ ବୋଲି କୁହାଯାଉଛି। ମୃତ ମହିଳା ହେଲେ ମନୀଷା ରାଠୋର ଓ ହର୍ଷତ (୪)। ଏମାନଙ୍କର ଘର ଛତିଶଗଡ଼ ହୋଇଥିବା ବେଳେ ପରିଚୟ ମିଳିପାରି ନାହିଁ। 

publive-image

ଏହି ଖବର ପଢ଼ନ୍ତୁ: ତହସିଲଦାରଙ୍କୁ ୩ ବର୍ଷ କାରାଦଣ୍ଡ

ସୂଚନା ଅନୁସାରେ ଟାଟା ଷ୍ଟିଲ କାରଖାନାରେ କାର୍ଯ୍ୟରତ ଛଚିଶଗଡ଼ ନିବାସୀ ରୋହିତ ରାଠୋର କାରଖାନାର କଲୋନିରେ ପରିବାର ସହ ବସବାସ କରନ୍ତି। ଆଜି ଅପରାହ୍ନ ସମୟରେ ବାଇକ୍ ଯୋଗେ ସ୍ତ୍ରୀ ମନିଷା ରାଠୋର  ଏବଂ ବର୍ଷରର ପୁଅ ହର୍ଷତ ରାଠୋରଙ୍କୁ ନେଇ ବଅଁରପାଳ ଅଭିମୁଖେ ଆସୁଥିବା ବେଳେ ପଛରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍‌ ବାଇକ୍ ଉପରେ ଚଢାଇ ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସ୍ତ୍ରୀ ମନୀଷଙ୍କର ମୃତ୍ୟୁ ଘଟିଥିଲା।

ଏହି ଖବର ପଢ଼ନ୍ତୁ: ଚକତଳେ ଚାପିହୋଇ ଚାଲିଗଲା ସ୍କୁଲବସ ହେଲପରଙ୍କ ଜୀବନ

ସ୍ଥାନୀୟବାସୀ ସଙ୍ଗେସଙ୍ଗେ ବାପ, ପୁଅକୁ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ପୁଅ ହର୍ଷତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏପଟେ ରୋହିତଙ୍କର ଅବସ୍ଥା ଗୁରୁତ୍ତର ଥିବାରୁ ଚିକିତ୍ସିତ ହେଉଛନ୍ତି।

ଏହି ଖବର ପଢ଼ନ୍ତୁ: ରାଜ୍ୟର ଶିକ୍ଷା ପରିବେଶକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି

ଘଟଣାସ୍ଥଳରେ ବଅଁରପାଳ ପୁଲିସ ପହଁଞ୍ଚି ଟ୍ରକ୍‌କୁ ଜବତ କରଥିବା ବେଳେ ଚାଳକ ଫେରାର୍ ହୋଇଯାଇଛି। ଦୂର୍ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଜାତୀୟ ରାଜପଥର ଡ୍ରେନ୍ ନିର୍ମାଣ କାର୍ଯ୍ୟକୁ ଦୋଷ ଦେଇ ଘଟଣାସ୍ଥଳରେ ଉତେଜନା ପ୍ରକାଶ କରିଥିଲେ। ପୁଲିସ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ମୃତଦେହକୁ ଜବତ କରି ବ୍ଯବଛେଦ ନିମନ୍ତେ ପଠାଇଛି। 

ଏହି ଖବର ପଢ଼ନ୍ତୁ: ବାଲେଶ୍ୱର ସାଂସଦଙ୍କୁ ଠେଲିବା ଘଟଣାକୁ ତୀବ୍ର ନିନ୍ଦା କଲେ ବଡ଼ସାହି ବିଧାୟକ