ବୈଶିଙ୍ଗା: ସଂସଦରେ ଗୁରୁବାର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଗୃହରେ ଥିବା ସିଡିରୁ ପଡ଼ି ଗୁରୁତର ଆହତ ହୋଇଛନ୍ତିl ତେବେ ସଂସଦରେ ଠେଲାପେଲା ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ପଡ଼ିଯାଇଥିଲେ ଓ ତାଙ୍କୁ ରାହୁଲ ଗାନ୍ଧି ଠେଲି ଦେଇଥିବା ଅଭିଯୋଗ କରିଛନ୍ତି ପ୍ରତାପ ଷଡ଼ଙ୍ଗୀl ଏହି ଘଟଣାକୁ ନେଇ ରାହୁଲ ଗାନ୍ଧିଙ୍କ ଏଭଳି ଉଦ୍ଧତାମିକୁ ଘୋର ନିନ୍ଦା କରିଛନ୍ତି ବଡ଼ସାହି ବିଧାୟକ ସନାତନ ବିଜୁଳି l
ଏହି ଖବର ପଢ଼ନ୍ତୁ: ଭୁବନେଶ୍ବରରେ ବିଜେପି ଯୁବମୋର୍ଚ୍ଚାର ବିରୋଧ
ଏହି ଘଟଣାକୁ ନେଇ ବଡ଼ସାହି ନିର୍ବାଚନ ମଣ୍ଡଳୀର ଲକ୍ଷାଧିକ ଲୋକଙ୍କ ମନରେ ଗଭୀର ଅସନ୍ତୋଷ ଦେଖା ଦେଇଛିl ଖୋଦ ବିଧାୟକ ଶ୍ରୀ ବିଜୁଳି ଘଟଣାର ତୀବ୍ର ନିନ୍ଦା କରିବା ସହିତ ରାହୁଲ ଗାନ୍ଧିଙ୍କ ଉଦ୍ଧତାମିର ସବୁ ସୀମା ଟପି ଯିବା ସହିତ ସଂସଦ ଗୃହର ନିୟମ କାନୁନ ଭୁଲି ଗଲେଣି ଓ ଏହା ତାଙ୍କ ଅସହିଷ୍ଣୁତାର ଜ୍ୱଳନ୍ତ ଉଦାହରଣl
ଏହି ଖବର ପଢ଼ନ୍ତୁ: ସଶସ୍ତ୍ର ପୁଲିସ ଜଗିବେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ
ସଂସଦ ପରିସରରେ ଗୁରୁବାର ହୋଇଥିବା ବିକ୍ଷୋଭ ବେଳେ ବିଜେପି ଓ କଂଗ୍ରେସ ସାଂସଦଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ବିଜେପିର ଦୁଇ ଜଣ ସାଂସଦ-ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡକ୍ଟର ବିଆର୍ ଆମ୍ବେଦକରଙ୍କ ସଂପର୍କିତ ବୟାନକୁ ନେଇ ଗୁରୁବାର ଦିନ ସଂସଦରେ ଉତ୍ତେଜନା ଦେଖାଦେଇଥିଲା। ଏହାରି ମଧ୍ୟରେ ବିଜେପି ସାଂସଦ ଦାବି କରିଛନ୍ତି ଯେ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲିଦେଇଥିଲେ। ଫଳରେ ଉକ୍ତ ସାଂସଦ ଜଣକ ବାଲେଶ୍ବରର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦେହରେ ପିଟି ହୋଇଯିବାରୁ ତଳେ ପଡ଼ି ନନାଙ୍କ ମୁଣ୍ଡ ଫାଟି ରକ୍ତ ବାହାରିଛି।
ଏହି ଖବର ପଢ଼ନ୍ତୁ: ଅଣ୍ଡାକୁ ଚୋରି କରୁଥିବା ବେଳେ ଧରାପଡ଼ିଲେ ପ୍ରଧାନଶିକ୍ଷକ
ତେବେ ଏନେଇ ରାହୁଲ କହିଛନ୍ତି କି ‘‘ବିଜେପି ସାଂସଦମାନେ ତାଙ୍କ ରାସ୍ତା ଅବରୋଧ କରୁଥିବା ଦ୍ୱାର ନିକଟରେ ଛିଡା ହୋଇଥିଲେ। ସେମାନେ ମୋତେ ଠେଲିଦେବା ସହ ଧମକାଉଥିଲେ ମଧ୍ୟ।’’ ଧସ୍ତାଧସ୍ତି ସମୟରେ ଏପରି ହୋଇଥାଇପାରେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ରାହୁଲ।
ଏହି ଖବର ପଢ଼ନ୍ତୁ: ରାହୁଲଙ୍କ ଠେଲାରେ ସଂସଦରେ ଆହତ ହେଲେ ପ୍ରତାପ ଷଡ଼ଙ୍ଗୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/11k0FHGDKTSyRyDy6meP.jpeg)