ନବରଙ୍ଗପୁର: ଭିଜିଲାନ୍ସ କୋର୍ଟରେ ଲାଞ୍ଚୁଆ ତହସିଲଦାରଙ୍କୁ ଦଣ୍ଡ ମିଳିଛି। ଜମି ପଞ୍ଜୀକରଣ ପାଇଁ ତହସିଲଦାରଙ୍କ ୨୦ ହଜାର ଟଙ୍କା ଲାଞ୍ଚ ମାମଲାରେ ବଲାଙ୍ଗୀର ଭିଜିଲାନସ୍ ସ୍ବତନ୍ତ୍ର ବିଚାରପତି କୋଡିଗାଁ ତହସିଲଦାରଙ୍କୁ ୩ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି।
ଏହି ଖବର ପଢ଼ନ୍ତୁ: ରାହୁଲ ଅସଦାଚରଣ କରିଥିଲେ ! ବିଜେପି ମହିଳା ସାଂସଦଙ୍କ ଅଭିଯୋଗ
ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା କୋଡିଗାଁ ତହସିଲଦାର ସୁବ୍ରତ କୁମାର ବେହେରା ୨୦୨୦ ମସିହାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ତହସିଲଦାର ଓ ସବରେଜିଷ୍ଟାର ରହିଥିଲେ। ସେ ୨୦୨୦ ନଭେମ୍ବର ୧୬ ତାରିଖରେ ଜମି ବିକ୍ରିରେ ଏକ ସେଲ ଡିଡ୍କୁ ପଞ୍ଜୀକରଣ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।
ଏହି ଖବର ପଢ଼ନ୍ତୁ: ଜବରଦଖଲରୁ ହଟିବେ ଧନୀ: ସୁରେଶ
ସୁବ୍ରତ କୁମାର ବେହେରା ୨୦୨୦ ମସିହାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ତହସିଲଦାର ଓ ସବରେଜିଷ୍ଟାର ରହିଥିଲେ। ସେ ୨୦୨୦ ନଭେମ୍ବର ୧୬ ତାରିଖରେ ଜମି ବିକ୍ରିରେ ଏକ ସେଲ ଡିଡ୍କୁ ପଞ୍ଜୀକରଣ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।
ଏହି ଖବର ପଢ଼ନ୍ତୁ: ସ୍କୁଟି ନେଇ ଆସିଲେ, ଘର ବାହାରୁ ଫୁଲ କୁଣ୍ଡ ଚୋରି କରି ଚାଲିଗଲେ ମହିଳା
ଏନେଇ ସମ୍ବଲପୁର ଭିଜିଲାନସ୍ ପକ୍ଷରୁ କେସ ନଂ ୨୯ ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନସ୍ ବିଚାରପତି ରାୟ ଶୁଣାଇଛନ୍ତି। ତହସିଲଦାରଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇବା ସହ ୩୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଦଣ୍ଡାଦେଶ ଆଧାରରେ ତହସିଲଦାରଙ୍କୁ ତାଙ୍କ ଚାକିରିରୁ ବରଖାସ୍ତ କରିବା ପାଇଁ ରାୟ ଶୁଣାଇଛନ୍ତି। ଏହି ମାମଲାର ତଦନ୍ତକାରୀ ଅଧିକାରୀ ସମ୍ବଲପୁର ଭିଜିଲାନସ୍ର ତତ୍କାଳୀନ ଡିଏସପି ସଦାନନ୍ଦ ପାଣି ରହିଥିବା ବେଳେ ଏହି ମାମଲାକୁ ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ପିପି ଜୟକୃଷ୍ଣ ସାହୁ ପରିଚାଳନା କରୁଥିଲେ।
ଏହି ଖବର ପଢ଼ନ୍ତୁ: ୨୦୨୭ ପର୍ଯ୍ୟନ୍ତ ନିରପେକ୍ଷ ସ୍ଥାନରେ ଖେଳିବେ ଭାରତ-ପାକ୍