ରାଉରକେଲା: ସୁନ୍ଦରଗଡ଼ ବ୍ଲକ୍‌ ଲହୁଣିପଡ଼ା ତହସିଲର ଏଆରଆଇ ଭବାନୀ ଶଙ୍କର ତ୍ରିପାଠୀ  ୧୨ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

Advertisment

ଲହୁଣୀପଡ଼ା ତହସିଲ ଅନ୍ତର୍ଗତ ଲଣ୍ଡାମୁନ ଗାଁର  ନିରଞ୍ଜନ ମୁଣ୍ଡା ଙ୍କ ଝିଅ ୬ଷ୍ଠ ଶ୍ରେଣୀରେ ପଢ଼ନ୍ତି। ତାଙ୍କ ପାଇଁ ଜାତିଗତ ପ୍ରମାଣ ପତ୍ର ପାଇଁ ଶ୍ରୀ ମୁଣ୍ଡା ଆବେଦନ କରିଥିଲେ। ମାତ୍ର ଏହାର ସରଜମିନ ଯାଞ୍ଚ ରିପୋର୍ଟ ଦେବା ପାଇଁ ଏଆରଆଇ ଶ୍ରୀ ତ୍ରିପାଠୀ ଶ୍ରୀ ମୁଣ୍ଡାଙ୍କୁ  ୧୨ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଶ୍ରୀ ମୁଣ୍ଡା ଭିଜିଲାନ୍ସ ଅଫିସରେ ଜଣାଇଥିଲେ। ଆଜି ଶ୍ରୀ ମୁଣ୍ଡା ଏଆରଆଇ ଶ୍ରୀ ତ୍ରିପାଠୀଙ୍କୁ ୧୨ଶହ ଟଙ୍କା ଲାଞ୍ଚ ଦେଉଥିବା ବେଳେ  ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲେ।