Advertisment

Court Forward ଜମି ଚଞ୍ଚକତା କରି ବିକ୍ରୟ ଘଟଣା, ୭ଜଣଙ୍କୁ କୋର୍ଟ ଚାଲାଣ କଲା ଖପ୍ରାଖୋଲ ଥାନା ପୁଲିସ

Advertisment

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପାଚେର ଗାଁର ୧୩ ଏକର ୫୦ ଡେସିମିଲ ଜମି ଚଞ୍ଚକତା କରି ବିକ୍ରୟ ଘଟଣାରେ ୭ଜଣ କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି। ୫ ଜଣଙ୍କୁ ନୋଟିସ କରି ପୁଲିସ ଛାଡ଼ି ଦେଇଥିବା ସୂଚନା ମିଳିଛି।

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପାଚେର ଗାଁର ୧୩ ଏକର ୫୦ ଡେସିମିଲ ଜମି ଚଞ୍ଚକତା କରି ବିକ୍ରୟ ଘଟଣାରେ ୭ଜଣ କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି। ୫ ଜଣଙ୍କୁ ନୋଟିସ କରି ପୁଲିସ ଛାଡ଼ି ଦେଇଥିବା ସୂଚନା ମିଳିଛି।

Untitled-6.jpg

Court Forward Photograph: (sambad.in)

ଧଣ୍ଡାମୁଣ୍ଡା: ଖପ୍ରାଖୋଲ ଥାନା ଅନ୍ତର୍ଗତ ପାଚେର ଗାଁର ୧୩ ଏକର ୫୦ ଡେସିମିଲ ଜମିଚଞ୍ଚକତା କରି ବିକ୍ରୟ ଘଟଣାରେ ୭ଜଣ କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ଖପ୍ରାଖୋଲ ତହସିଲ ଅଧୀନ ପାଚେର ଗାଁର ବାଲାଜୀ ସାହୁ ଓ ତାଙ୍କ ପୁଅ ଟିକେଚନ ସାହୁଙ୍କ ଚାଷ ଜମିର ମିଛ ଉତ୍ତରାଧିକାରୀ ପ୍ରମାଣ ପତ୍ର ବରଗଡ଼ ଜିଲ୍ଲା ସୋହେଲା ତହସିଲ କାର୍ଯ୍ୟାଳୟରୁ ବାହାର କରି ଜମି ବିକ୍ରୟ କରିଥିବା ଅଭିଯୋଗ ପରେ ପୁଲିସ ୭ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ୫ ଜଣଙ୍କୁ ନୋଟିସ କରି ଛାଡ଼ି ଦେଇଥିବା ସୂଚନା ମିଳିଛି। 

ବରଗଡ଼ ଜିଲ୍ଲା ସୋହେଲା ଥାନା ତବଡ଼ା ଗ୍ରାମର ଗୋବିନ୍ଦ ସାହୁ ଓ ଝର ଗ୍ରାମର କସ୍ତୁରୀ ସାହୁ ଖପ୍ରାଖୋଲ ତହସିଲ ଅଧୀନ ପାଚେର ଗ୍ରାମର ଟିକେଚନ ସାହୁଙ୍କ ଖାତା ନମ୍ବର ୬୧ ଜମିର ଉତ୍ତରାଧିକାରୀ ପ୍ରମାଣପତ୍ର ବରଗଡ଼ ଜିଲ୍ଲା ସୋହେଲା  ତହସିଲ ରେ ନିର୍ମାଣ କରିଥିଲେ । ନିର୍ମାଣ କରିସାରିଲା ପରେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସୁଶାନ୍ତ କୁମାର ବିଶ୍ବାଳ (୪୫)ଙ୍କ ପାଖରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ମିଛ ପ୍ରମାଣ ପତ୍ର ଓ ମିଛ ଉତ୍ତରାଧିକାରୀ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଦେଖାଇ ଜମି ବିକ୍ରୟକରିଥିଲେ ।

ଜମି ମାଲିକ ପାଟଣାଗଡ଼ ରେଜିଷ୍ଟ୍ରି କାର୍ଯ୍ୟାଳୟ ଓ ଖପ୍ରାଖୋଲ ଥାନା ପୁଲିସର ଦ୍ଵାରସ୍ଥ ହୋଇଥିଲେ

Landmine Explosion ଲାଣ୍ଡମାଇନ ବିସ୍ଫୋରଣରେ ସିଆରପିଏଫ୍ କୋବ୍ରା ବାଟାଲିୟନର ସହାୟକ କମାଣ୍ଡାଣ୍ଟ ଗୁରୁତର

ଉକ୍ତ ଘଟଣା ବିଷୟରେ ଜମି ମାଲିକ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପାଟଣାଗଡ଼ ରେଜିଷ୍ଟ୍ରି କାର୍ଯ୍ୟାଳୟ ଓ ଖପ୍ରାଖୋଲ ଥାନା ପୁଲିସର ଦ୍ଵାରସ୍ଥ ହୋଇଥିଲେ। ପୁଲିସ ଘଟଣାର ତଦନ୍ତ କରି ମୁଖ୍ୟ ଆସାମୀ କସ୍ତୁରୀ ସାହୁ, ପଦ୍ମପୁର ଥାନା ଅନ୍ତର୍ଗତ ଲୁହୁରକୋର୍ଟ ଗ୍ରାମର ଜଦୁନନ୍ଦ ସାହୁ , ଢୋଲବନ୍ଦ ଜୁଲାପ ସାହୁ , ସୋହେଲା ଥାନା ଅନ୍ତର୍ଗତ ତବଡା ଗ୍ରାମର ଗୋବିନ୍ଦ ସାହୁ ଓ ଅନ୍ୟମାନେ ୨୮ ଲକ୍ଷ ୮୧ ହଜାର ୬୫ ଟଙ୍କା ଠକେଇ କରିଥିଲେ । ଉକ୍ତ ଘଟଣାରେ ପୁଲିସ ଆସାମୀମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe