ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲା: ଡେମୋଗ୍ରାଫିର ଭିଡିଓ ପ୍ରଦର୍ଶନ

Advertisment

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବ‌ିସ୍ଫୋରଣ ମାମଲାରେ ସ୍ଥାନୀୟ ଏଡିଜେ କୋର୍ଟରେ ସୋମବାର ବରିଷ୍ଠ ପୁଲିସ ଅଧିକାରୀ ଅରୁଣ ବୋଥ୍ରା ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ବଲାଙ୍ଗୀର ଜେଲ୍‌ରେ ରଖାଯାଇଛିl

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବ‌ିସ୍ଫୋରଣ ମାମଲାରେ ସ୍ଥାନୀୟ ଏଡିଜେ କୋର୍ଟରେ ସୋମବାର ବରିଷ୍ଠ ପୁଲିସ ଅଧିକାରୀ ଅରୁଣ ବୋଥ୍ରା ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ବଲାଙ୍ଗୀର ଜେଲ୍‌ରେ ରଖାଯାଇଛିl

Patnagarh parcel bomb.

Patnagarh parcel bomb. Photograph: (Sambad )

ପାଟଣାଗଡ଼: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବ‌ିସ୍ଫୋରଣ ମାମଲାରେ ସ୍ଥାନୀୟ ଏଡିଜେ କୋର୍ଟରେ ସୋମବାର ବରିଷ୍ଠ ପୁଲିସ ଅଧିକାରୀ ଅରୁଣ ବୋଥ୍ରା ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ବଲାଙ୍ଗୀର ଜେଲ୍‌ରେ ରଖାଯାଇଛିl ପୂର୍ବରୁ ୫୯ ଜଣ ସାକ୍ଷୀଙ୍କ ସାଖ୍ୟ ଗ୍ରହଣ ସରିଯାଇଥିବା ବେଳେ ଗତ ସେପ୍ଟେମ୍ବର ୩ ତାରିଖରେ ପାଟଣାଗଡ଼ କୋର୍ଟରେ ସାଖ୍ୟ ପ୍ରଦାନ କରିଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। 

ଏହି ଖବର ପଢ଼ନ୍ତୁ: ଶିକ୍ଷା ନିୟମରେ ବଡ଼ ପରିବର୍ତ୍ତନ: ଫେଲ୍ ହୋଇଥିବା ୫ମ-୮ମ ପିଲା ପାସ୍ ହେବେ ନାହିଁ

ଅରୁଣ ବୋଥ୍ରା ତାଙ୍କର ସାଖ୍ୟ ପ୍ରଦାନ କରିଥିବା ବେଳେ ପ୍ରତିପକ୍ଷ ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ର ସମୟ ଅଭାବରୁ ଅରୁଣ ବୋଥ୍ରାଙ୍କୁ ଜେରା କରିପାରିନଥିବା ମାନ୍ୟବର କୋର୍ଟଙ୍କୁ ଜଣାଇବା ପରେ ମାନ୍ୟବର କୋର୍ଟ ଦ୍ଵିତୀୟଥର ପାଇଁ ଅରୁଣ ବୋଥ୍ରାଙ୍କୁ ସାଖ୍ୟ ପ୍ରଦାନ ପାଇଁ ନୋଟିସ୍‌ କରିଥିଲେl ଆଜି କୋର୍ଟରେ ବୋମା ତିଆରି କରିଥିବା ଡେମୋଗ୍ରାଫିର ଭିଡିଓ ପ୍ରଦର୍ଶନ କରାଯିବା ପରେ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ ମାନ୍ୟବର କୋର୍ଟ।

ଏହି ଖବର ପଢ଼ନ୍ତୁ: ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବିଜେଡି ଟିମ୍; ଆଣିଲେ ଏମିତି ଅଭିଯୋଗ

୨୦୧୮ ଫେବ୍ରୁଆରି ୨୩ ତାରିଖ ଦିନ ଲୋମହର୍ଷଣକାରୀ ପାର୍ସଲ ବୋମା ଘଟଣା ଘଟିଥିଲା। ଏହି ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କ ଜେଜେମା ଜେମାମଣିଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାରାଣୀ ଗୁରୁତର ଆଘାତ ପାଇଥିଲେl ସେହି ସମୟରେ ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା। 

ଏହି ଖବର ପଢ଼ନ୍ତୁ: କନିଷ୍ଠ ଶିକ୍ଷକ ପଦବି ପୂରଣ ପ୍ରସଙ୍ଗ: ୨ୟ ତାଲିକା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଉଲ୍ଲେଖଯୋଗ୍ୟ ଯେ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତାଙ୍କ ପୂର୍ବରୁ ପୁଞ୍ଜିଲାଲ ସମ୍ପୃକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ। କିନ୍ତୁ ସଂଯୁକ୍ତା ଝାରବନ୍ଧ ମହାବିଦ୍ୟାଳୟରୁ ଭଇଁଷା ମହାବିଦ୍ୟାଳୟକୁ ବଦଳି ହୋଇ ଆସିବା ପରେ ଶତ୍ରୁତାର ମଞ୍ଜି ପୋତା ଯାଇଥିଲା। ଗୋଟେ ପଟେ ପୁଞ୍ଜିଲାଲ ଅଧ୍ୟକ୍ଷ ପଦବି ଛାଡ଼ିବାକୁ ନାରାଜ ଥିଲେ। ଅନ୍ୟପଟେ ବରିଷ୍ଠତା ଦୃଷ୍ଟିରୁ ସଂଯୁକ୍ତା ଅଧ୍ୟକ୍ଷା ପଦବିକୁ ଶେଷରେ ଗ୍ରହଣ କରିଥିଲେ। ମୋଟାମୋଟି ଭାବେ ଭଇଁଷା ମହାବିଦ୍ୟାଳୟର ଅଧ୍ୟକ୍ଷା ପଦବି ଶେଷରେ ଶତ୍ରୁତାର ଶେଷ ସୀମା ଡେଇଁଯାଇଥିବା ଓ ବୋମା ବିସ୍ଫୋରଣ ଓ ହତ୍ୟା ପାଇଁ ଷଡଯନ୍ତ୍ର କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଗତ ଫେବ୍ରୁଆରି ୨୩ ତାରିଖରେ ଏକ ପାର୍ସଲ ଆସିଥିଲା। ପାର୍ସଲ ଖୋଲିବା ପରେ ବିସ୍ଫୋରଣ ଘଟି ରବୀନ୍ଦ୍ରଙ୍କ ପୁଅ ସୌମ୍ୟଶେଖର ଓ ତାଙ୍କ ଜେଜେମାଆଙ୍କର ମୃତ୍ୟୁ ଘଟିଥିଲା। ନବବଧୁ ରୀମା ମଧ୍ୟ ଗୁରୁତର ଭାବେ ଆହତ ହୋଇଥଲେ। 

ଏହି ଖବର ପଢ଼ନ୍ତୁ: ବିବାହର ବର୍ଷକ ପରେ ଶିଶୁକନ୍ୟାର ପିତା ହେଲେ ବଲିଉଡ କୋରିଓଗ୍ରାଫର ମୁଦ୍ଦସର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe