Girl students setting dharana due to water problem hostel. Photograph: (sambad.in)
ତୁଷୁରା: ବଲାଙ୍ଗୀର ଜିଲ୍ଲା ଗୁଡଭେଳା ବ୍ଲକ ଅନ୍ତର୍ଗତ ଡାହିମାଳ KGVP ଆଶ୍ରମ ବିଦ୍ୟାଳୟରେ ଆଜି ଶୀତୁଆ ଥଣ୍ଡାରେ ସନ୍ଧ୍ୟାରୁ ଛାତ୍ରୀମାନେ ଜଳ ସଂକଟକୁ ନେଇ ଧାରଣାରେ ବସିଛନ୍ତି। ଗତ ୭ ଦିନ ଧରି ହଷ୍ଟେଲ ଭିତରକୁ ଠିକ୍ ଭାବରେ ପାଣି ଆସୁନଥିବାରୁ ଛାତ୍ରୀମାନଙ୍କ ଅସୁବିଧା ସିମାହୀନ ହୋଇପଡିଛି। ଅବସାନରେ ଅସନ୍ତୋଷିତ ଛାତ୍ରୀମାନେ ସନ୍ଧ୍ୟା ବେଳେ କେମ୍ପସ ଭିତରେ ପାଣି ପାଇଁ ଧାରଣା ଆରମ୍ଭ କରିଛନ୍ତି। ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ଗତ କିଛି ଦିନ ହେବ ରାସ୍ତା କାମ ହେଉଥିବାରୁ ପାଇପ ଫାଟି ଯାଇଥିବାରୁ ହଷ୍ଟେଲ ଭିତରେ ଏକ ଥୋପା ପାଣି ମଧ୍ୟ ଆସୁନାହିଁ। ଫଳସ୍ୱରୂପ ଶୌଚ, ସ୍ନାନ ଓ ପିଇବା ପାଣି ପାଇଁ ଛାତ୍ରୀମାନେ ବିପର୍ୟସ୍ତ ହେଉଛନ୍ତି। କେହି କେହି ଛାତ୍ରୀ ନିଜ ଉପାୟରେ ବାହାର ଠାରୁ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି କିନ୍ତୁ ସେହି ପାଣି ସୁସ୍ଥ ଓ ପିଇବା ଯୋଗ୍ୟ ନୁହେଁ ବୋଲି ସେମାନେ କହିଛନ୍ତି।
ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି
ଜଣେ ଛାତ୍ରୀ କହିଛନ୍ତି, ପ୍ରତିଦିନ ସକାଳେ ସ୍କୁଲ ଯିବା ପୂର୍ବରୁ ପାଣି ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ହଷ୍ଟେଲ ଭିତରେ ଶୌଚାଳୟ ଓ କିଚେନରେ ମଧ୍ୟ ପାଣି ନାହିଁ। ତେଣୁ ଆମେ ଅସହାୟ ଅବସ୍ଥାରେ ଅଛୁl କିଛି ଅଭିଭାବକ ଏହି ଘଟଣା ନେଇ ମଧ୍ୟ ଚିନ୍ତିତ। ସେମାନେ କହିଛନ୍ତି ଯେ, ଆଶ୍ରମ ବିଦ୍ୟାଳୟରେ ଛୁଆମାନେ ସ୍ଵଚ୍ଛ ଓ ସୁରକ୍ଷିତ ପରିବେଶରେ ରହିବା ଯଥାର୍ଥ ହେଲେମଧ୍ୟ ପାଣି ଯୋଗାଣ ଅଭାବ ଏବେ ତାହାକୁ ଅସହ୍ୟ ଅବସ୍ଥାରେ ପହଞ୍ଚାଇଛି। ସମାଜସେବୀ ଓ ସ୍ଥାନୀୟ ନିବାସୀମାନେ ଆଦେଶ ଦେଇଛନ୍ତି ଯେ, ସମ୍ବନ୍ଧିତ ବିଭାଗ ଓ ଆଶ୍ରମ ପ୍ରଶାସନ ଅତିଶୀଘ୍ର ଏହି ନଳ-ଯୋଗାଣ ବିକଳ୍ପ ସମାଧାନ କରିବା ଦରକାର।
ଆହୁରି ପଢ଼ନ୍ତୁ: President Awards: ଓଡ଼ିଶାର ୫ଜିଲ୍ଲାକୁ ‘ଜାତୀୟ ଜଳ ପୁରସ୍କାର’ରେ ସମ୍ମାନିତ କଲେ ରାଷ୍ଟ୍ରପତି
ଛାତ୍ରୀଙ୍କ ସ୍ଥାୟୀ ସୁବିଧା ଦାବି
ଛାତ୍ରୀମାନଙ୍କ ପାଣି ଅଧିକାର ମୂଳ ଅଧିକାର ଅଟେ ଏହା ଉପରେ ଅସଚେତନ ରହିଲେ ଏହା ଶିକ୍ଷା ଓ ଆରୋଗ୍ୟ ଉପରେ ଖରାପ ପ୍ରଭାବ ପକାଇବl ଏକ ସ୍ଥାନୀୟ ସଭ୍ୟ କହିଛନ୍ତି ଦୀର୍ଘ ସମୟ ଧରି ସମସ୍ୟା ରହିଥିଲେ ମଧ୍ୟ ପରିଚାଳନା ପକ୍ଷ ଏବେ ପର୍ଯ୍ୟନ୍ତ ନଳକୁ ମରାମତି କରିନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଧାରଣାସ୍ଥଳରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଗାଁବାସୀ ଛାତ୍ରୀମାନଙ୍କ ପକ୍ଷରେ ସମର୍ଥନ ଜଣାଇଛନ୍ତି। ଏହି ଅଭିଯୋଗ ବିଷୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ନିକଟ ପଞ୍ଚାୟତରୁ ପାଣି ଟାଙ୍କି ପଠେଇବା ବ୍ୟବସ୍ଥା କରୁଛୁ ବୋଲି କହିଛନ୍ତି। ଦିନକୁ ଦିନ ଯେପରି ଜଳ ଅଭାବ ଗ୍ରାମୀଣ ଶିକ୍ଷା ସଂସ୍ଥାନରେ ଭାରି ସମସ୍ୟା ହେଇଉଠିଛି ଏହି ଘଟଣା ସେଥିରେ ଏକ ଚିନ୍ତାଜନକ ଉଦାହରଣ ସୃଷ୍ଟି କରିଛି। ଛାତ୍ରୀ ମାନେ ଧାରଣା ଦେଇ କହୁଛନ୍ତି ଏହାର ଶୀଘ୍ର ଉପାୟ କର ନହେଲେ ଆମେ ଏଠି ପାଣି ନ ପାଇ ମରିଯିବୁ ବୋଲି ମଧ୍ୟ କହିଛନ୍ତିl ଏହା ଉପରେ ଯଥାଶୀଘ୍ର ପଦକ୍ଷେପ ନେଇ ପାଣିର ସ୍ଥାୟୀ ସୁବିଧା କରିବା ପାଇଁ ଛାତ୍ରୀମାନେ ଦାବି କରିଛନ୍ତି l
ଆହୁରି ପଢ଼ନ୍ତୁ: Humane Sagar: ଲୁହରେ ଭିଜିଲା ଜନ୍ମମାଟି: ହ୍ୟୁମାନଙ୍କ ଶେଷକୃତ୍ୟରେ ସାମିଲ ହେଲେ ଲକ୍ଷାଧିକ ପ୍ରଶଂସକ
Follow Us