ଧଣ୍ଡାମୁଣ୍ଡା: ବଲାଙ୍ଗୀରଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ବନାଞ୍ଚଳ ନିକଟରେ ଥିବା ଗ୍ରାମଗୁଡ଼ିକରେ ଲୋକେ ଏବେ ଉଭୟ ହାତୀ ଓ ବାଘ ନେଇ ଚିନ୍ତିତ ଅଛନ୍ତି। ହରିଶଙ୍କର ନିକଟ ଜଙ୍ଗଲରେ ଉଭୟ ହାତୀ ଓ କଲରାପତରିଆ ବାଘର ଉପସ୍ଥିତି ଥିବା ଚର୍ଚ୍ଚା ଜୋରଧରିଛି। ଏହାକୁ ନେଇ ବନବିଭାଗର ଟିମ୍ ମାକେଦମ୍ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକ ଏବଂ ପର୍ଯ୍ୟଟକମାନଙ୍କର ଚିନ୍ତା ବଢ଼ାଇଛି।
ସୂଚନା ଅନୁସାରେ ହରିଶଙ୍କର ବନାଞ୍ଚଳ ଅଞ୍ଚଳରେ ଦୁଇଦିନ ହେଲା ଗନ୍ଧମାର୍ଦ୍ଦନ ପାହାଡ ତଳି ଅଞ୍ଚଳରେ ଗୋଟିଏ ହାତୀ ବୁଲୁଥିବା ବେଳେ ମଙ୍ଗଳବାର ବନ କର୍ମଚାରୀ ବ୍ରାହ୍ମଣୀ ଗାଁ ପାଖ ପାହାଡ ତଳି ଅଞ୍ଚଳରେ ହାତୀର ଗତିବିଧି ଦେଖିଛନ୍ତି। ବନ କର୍ମଚାରୀମାନେ ସାମ୍ନାସାମ୍ନି ହୋଇଯାଇଥିବା ବେଳେ ଦୌଡ଼ି ଚାଲିଆସିଥିବା ଜଣାଯାଇଛି।
ଆହୁରି ପଢ଼ନ୍ତୁ: Nuapada By Election: ଘାସିରାମ ମାଝୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା ବିଜେପି
ସେହିପରି ଖପ୍ରାଖୋଲ ନିକଟ ଥୁଟା ସଂରକ୍ଷିତ ଜଙ୍ଗଲରେ ଏକ କଲରାପତରିଆ ବାଘ ଥିବା ବେଳେ ଡୁଡୁକିପଦର୍ ଗାଁ ନିକଟରେ ସୋମବାର ସଂଧ୍ୟାରେ ଲୋକେ ଦେଖିଥିବା ଜଣାଯାଇଛି। ଏନେଇ ବନବିଭାଗ ଖବର ପାଇ ଡୁଡୁକିପଦର ଗାଁ ନିକରେ କଲରାପତରିଆ ବାଘର ପଞ୍ଜା ଚିହ୍ନ ଦେଖିଥିବା ଜଣାଯାଇଛି। ଯାହାଫଳରେ ଥୁଟା ସଂରକ୍ଷିତ ଜଙ୍ଗଲ ଚାରିପାଖ ଓ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ଲୋକେ ଭୟଭୀତ ହୋଇଛନ୍ତି। ଏନେଇ ହରିଶଙ୍କର ବନାଞ୍ଚଳ ଅଧିକାରୀ ତଥା ଏ ସି ଏଫ୍ ଅରବିନ୍ଦ ନାଏକ ଙ୍କୁ ପଚାରିବାରୁ ବନବିଭାଗ ତରଫରୁ ଉଭୟ ଥୁଟା ଓ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ଜନସାଧାରଣ ବାଘ ଓ ହାତୀ ର ଉପସ୍ଥିତି ଉପାରେ ମାଇକ ଯୋଗେ ସଚେତନ କରାଯାଉଥିବା ପ୍ରକାଶ କରିଛନ୍ତି।
ଆହୁରି ପଢ଼ନ୍ତୁ: Firecracker waste: ଏ କି ମାନସିକତା ? ରାତିରେ ବାଣ ଫୁଟାଇଲେ, ସକାଳେ ଦାୟିତ୍ବ ଭୁଲିଗଲେ… ଚାରିଆଡ଼େ ଗଦାଗଦା ବାଣର ଆବର୍ଜନା
ସୂଚନାଯୋଗ୍ୟ, ହରିଶଙ୍କର ହେଉଛି ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ କ୍ଷେତ୍ର। ଏଠାକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ କିଛି ସମୟ ବିତାଇବା ପାଇଁ ବହୁ ଦୂରଦୂରାନ୍ତରୁ ଛୁଟି ଆସିଥାନ୍ତି। ଏପେ ପର୍ଯ୍ୟଟନ ଋତୁର ସମୟ ଆସି ଯାଇଥିବା ବେଳେ ଏଠାରେ ଲୋକଙ୍କର ଭାରି ଭିଡ଼ ହେବ। ଏହାରି ମଧ୍ୟ ହାତୀ ଓ କଲରାପତରିଆର ଉପସ୍ଥିତି ପର୍ଯ୍ୟଟକଙ୍କ ଭୟ ବଢ଼ାଇବ ବୋଲି ମଧ୍ୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
Balangir | Harishankar | Elephant | leopard