ଦେଓଗାଁ: ଦେଓଗାଁ ବ୍ଳକ ହାତୀସରା ପଞ୍ଚାୟତ ମାତ୍ର ୨ଗାଁ । ଗୋଟିଏ ପଡ଼ା ଦାବଲିକାନୀ । ଦାବଲିକାନୀକୁ ଗଭୀର ନଳକୂପରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ମାତ୍ର ୫ ବର୍ଷରେ ଅନୁଦାନ ଦିଆ ଯାଇଛି ଲକ୍ଷ ଲକ୍ଷ ଟଙ୍କା ହେଲେ କାମ ଅସମ୍ପୂର୍ଣ୍ଣ ଯୋଗୁଁ ପାନୀୟ ଜଳ ନ ଯୋଗାଇ ଅତି ଚତୁରତା ସହ ସରପଞ୍ଚଙ୍କ ଅତି ନିକଟ ସମ୍ପର୍କୀୟଙ୍କ ଟ୍ୟାଙ୍କର ଯୋଗେ ପାଣି ପରିବହନ କରି ମାସିକ ହଜାର ହଜାର ଟଙ୍କାର ବିଲ୍ ଭାଉଚର କରୁଥିବା ଅଭିଯୋଗ ହେଉଛି।  ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଏପରି ମନୋଭାବକୁ ନାପସନ୍ଦ କରୁଛନ୍ତି ହାତୀସରା ଗାଁର ଲୋକମାନେ।

Advertisment

ପଞ୍ଚାୟତ କର୍ତ୍ତୃପକ୍ଷ ପାଣି ବ୍ୟବସାୟ କରିବା ଠିକ ନୁହେଁ

ହାତୀସରା ଗାଁର ଲୋକମାନେ ଅଭିଯୋଗ କରିଛନ୍ତି ଯେ, ପାନୀୟ ଜଳ ଯୋଗାଇବା ନିହାତି ଆବଶ୍ୟକ ହେଲେ ପଞ୍ଚାୟତ କର୍ତ୍ତୃପକ୍ଷ ପାଣି ବ୍ୟବସାୟ କରିବା ଠିକ ନୁହେଁ। ହାତୀସରା ପଞ୍ଚାୟତର ଦାବିଲିକାନୀକୁ ଗଭୀର ନଳକୂପରୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନାରୁ ଟଙ୍କା ଆସି କାମ ହୋଇ ଅଧାପନ୍ତରିଆ ହୋଇପଡ଼ିଛି। ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପାଣି ବ୍ୟବସାୟ ଯୋଗୁଁ କାମ ଆଗେଇ ପାରୁନାହିଁ । ଯାହା ଫଳରେ  ୧୫ ଏସଏଫସିର ୩ ଲକ୍ଷ, ବିଜୁ କେବିକେର ୫ ଲକ୍ଷ, ପଶ୍ଚିମ ଓଡିଶା ବିକାଶ ପରିଷଦର ୫ ଲକ୍ଷ ଓ ଅନ୍ୟ ଏକ ଯୋଜନାରୁ ଆସିଥିବା ୭ ଲକ୍ଷ ଟଙ୍କାର କାମ ସମ୍ପୂର୍ଣ୍ଣ ନ ହୋଇ ପଡି ରହିଥିବା ଅଭିଯୋଗରେ କହୁଛନ୍ତି।

Teacher Rapes Student ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ଶିକ୍ଷକ ଅଟକ

ହାତୀସରା ସୋନଗଡ଼ ନଦୀ କୂଳରେ ଥିବା ପାଣିଟାଙ୍କିରୁ  ପ୍ରତି ଦୁଇ ଦିନରେ ଥରେ ଦାବଳିକାନୀକୁ ପାଣି ଯୋଗାଇବା ନାମରେ ଟ୍ୟାଙ୍କର ପ୍ରତି ୧୧ଶହ ଟଙ୍କା ଖର୍ଚ୍ଚ ହେଉଥିବା ଜଣାପଡ଼ିବା ପରେ ହାତୀସରା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ପ୍ରତି ଦୁଇ ଦିନରେ ଥରେ ଦାବଳିକାନୀ ଗାଁକୁ ପାଣି ଯୋଗାଇ ଦିଆଯାଉଛି। ଏଥିପାଇଁ ବାର୍ଷିକ ପ୍ରାୟ ଦୁଇ ଲକ୍ଷ ଟଙ୍କା ବିଲ କରାଯାଉଛି। ଅନ୍ୟପକ୍ଷରେ ଟ୍ୟାଙ୍କର ଯୋଗେ ଆସୁଥିବା ପାଣି ବି ପିଇବା ଉପଯୋଗୀ ନୁହେଁ । ନିୟମିତ ଟ୍ୟାଙ୍କର ସଫା ରହୁ ନ ଥିବାରୁ ଏହି ପାଣି ଗନ୍ଧ ହେଉଛି। ପାଣିକୁ ଗାଡ଼ିରୁ ନେବା ପାଇଁ  ସକାଳରୁ  ଅପେକ୍ଷା କରି ଘରେ ରହିବାକୁ ପଡୁଛି। କୌଣସି କାମକୁ ମଧ୍ୟ ଯାଇ ହେଉନାହିଁ। ତେଣୁ କରି ଟ୍ୟାଙ୍କର ଯୋଗେ ପାଣି ନ ଦେଇ ଆମକୁ ପାଇପ ଯୋଗେ ହାତୀସରା ଓ ନାଇମକନଶିରା ବସ୍ତି ପରି ନଦୀ ପାଣି ଯୋଗାଇ ଦିଆଯାଉ ବୋଲି ପଡ଼ାବାସୀ ଦାବୀ କରିଛନ୍ତି।