Farmers Issue: ଗତ ଖରିଫ ଋତୁରେ ଦେଇଥିବା ଧାନବସ୍ତା ପାଇବେ ତ ଚାଷୀ!

ଗତ ଖରିଫ ଚାଷର ଧାନକୁ ର୍କୟସଂସ୍ଥାରେ ବିକ୍ରି କରି ଅଦ୍ୟାବଧି ବସ୍ତା ଫେରିପାଇନାହାନ୍ତି ଚାଷୀ। କିଛି ହାତ ଗଣତି ଚାଷୀଙ୍କୁ ଛାଡ଼ିଦେଲେ ଅନେକ ଚାଷୀ ସେତେବେଳେ ବସ୍ତା ଫେରି ପାଇନଥିଲେ।

Karlamunda

Rishida cooperative society of Karlamunda. Photograph: (sambad.in)

କର୍ଲାମୁଣ୍ଡା: ଗତ ଖରିଫ ଚାଷର ଧାନକୁ ର୍କୟସଂସ୍ଥାରେ ବିକ୍ରି କରି ଅଦ୍ୟାବଧି ବସ୍ତା ଫେରିପାଇନାହାନ୍ତି ଚାଷୀ। କିଛି ହାତ ଗଣତି ଚାଷୀଙ୍କୁ ଛାଡ଼ିଦେଲେ ଅନେକ ଚାଷୀ ସେତେବେଳେ ବସ୍ତା ଫେରି ପାଇନଥିଲେ। ବର୍ତ୍ତମାନ ଧାନ ଅମଳ ଆରମ୍ଭ ହୋଇଯାଇଥିବାରୁ ବସ୍ତା ପାଇଁ ଚାଷୀ ମିଲର୍ସଏଜେଣ୍ଟ ଓ ଧାନକ୍ରୟ ସଂସ୍ଥା ପେକ୍ସ କୁ ଧାଇଁବା ଆରମ୍ଭ କଲେଣି। ହେଲେ କିଏ ଫେରାଇବ ବସ୍ତା ତାହାନେଇ ଚାଷୀ ସଂଶୟରେ।

କିଏ ନେଇଗଲେ ଚାଷୀଙ୍କ ବସ୍ତା?

ଏନେଇ ପେକ୍ସର କାର୍ଯ୍ୟନିର୍ବାହୀ ଅଧିକାରୀ ଗୋଲାପ ଚନ୍ଦ୍ର ରଣାଙ୍କୁ ପଚାରିବାରୁ ଚାଷୀ ମିଲର୍ସ ଠାରୁ ବସ୍ତା ପାଇବେ ଏଥିରେ ଆମର କିଛି ଭୂମିକା ନାହିଁ। ବସ୍ତା ଚାଷୀ ଓ ମିଲର୍ସ ଏଜେଣ୍ଟ ମଧ୍ୟରେ କାରବାର ହୋଇଥାଏ। ଅନ୍ୟପକ୍ଷରେ ଚାଷୀ ଏଜେଣ୍ଟ ପାଖକୁ ଆସିଲେ ସେମାନେ ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି। 

ଆହୁରି ପଢ଼ନ୍ତୁ: Odia Girl Murder: ଉତ୍ତରାଖଣ୍ଡରେ ଓଡ଼ିଆ ଯୁବତୀଙ୍କୁ ମାରି ଫିଙ୍ଗିଦେଲା ଘର ମାଲିକର ପୁଅ

୨ ଲକ୍ଷରୁ ଅଧିକ ବସ୍ତା ଦେଇଥିଲେ ଚାଷୀ

ପ୍ରକାଶଥାଉକି ୨୦୨୪-୨୫ ଖରିଫ ଧାନମଣ୍ଡିରେ ରିଷିଡ଼ା ପେକ୍ସ ଅଧିନ ରିଷିଡ଼ା ଧାନମଣ୍ଡିରେ ୪୪,୧୪୬ କୁଇଣ୍ଟାଲ, ତେରେସିଂହା ଧାନମଣ୍ଡିରେ ୩୨,୨୦୨ କୁଇଣ୍ଟାଲ ଓ ପୌରକେଲା ଧାନମଣ୍ଡିରେ ୨୬,୫୯୫ କୁଇଣ୍ଟାଲ ଧାନକ୍ରୟ କରାଯାଇଥିଲା। ତଦଅନୁଯାଇ ୨ଲକ୍ଷ ୫ହଜାରରୁ ଅଧିକ ବସ୍ତା ଚାଷୀ ଧାନ ମାଧ୍ୟମରେ ବସ୍ତାଦେଇଥିଲେ। ବର୍ତ୍ତମାନ ଉକ୍ତ ବସ୍ତା ଚାଷୀମାନେ ଫେରିପାଇଲେ ଚଳିତ ମଣ୍ଡିକୁ ଧାନନେଇ ପାରିବେ। ସେହିପରି ଗତ ୨୦୨୫ ରବି ଧାନମଣ୍ଡିରେ ରିଷିଡା ପେକ୍ସ ୧୯ ହଜାର ୨୬ କୁଇଣ୍ଟାଲ ଧାନକ୍ରୟ କରିଥିଲା। ତଦଅନୁ୍‌ାଇ ଚାଷୀ ୩୮ ହଜାର ଖଣ୍ଡ ବସ୍ତା ପାଇବାର ଅଛି। ରିଷିଡା ଗ୍ରା.ପରେ ଧାନ କିଣୁଥିବା ଜଗନ୍ନାଥ ଏସଏଚଜି ଗତ ଖରିଫ ମଣ୍ଡିରେ ୨୮ହଜାର ୧୧୩ କୁଇଣ୍ଟାଲ ଧାନ କିଣିଥିବା ବେଳେ ଚାଷୀ ୫୬ ହଜାର ବସ୍ତା ପାଇବାର ଅଛି। 

ଆହୁରି ପଢ଼ନ୍ତୁ: Deepti Sharma's Hanuman tattoo ଭକ୍ତିରେ ଥାଏ ଶକ୍ତି: ସ୍ପିନ୍ କୁଇନଙ୍କୁ ସଙ୍କଟମୋଚକ ସାହା ହୁଅନ୍ତି ! ମହାବିଜୟ ପଛରେ ମହାବୀରଙ୍କ କୃପା, ଏମିତି କହିଲେ ଦୀପ୍ତି ଶର୍ମା

ସମୟକୁ ଚାଷୀଙ୍କ ଅପେକ୍ଷା

ଏହି ସବୁ ସଂସ୍ଥା ମାଧ୍ୟମରେ ଜୟ ଜଗଦମ୍ବା ରାଇସମିଲ, ଡିକେରାଇସମିଲ, ସମଲେଶ୍ୱରୀ ଫୁଡ ପ୍ରଡକ୍ଟ, ବାଲାଜି ଏଗ୍ରୋ, ଲକ୍ଷ୍ମୀନାରାୟଣୀ ପେଡି, ହନୁମାନ କୋଟେକ୍ସ ଆଦି ମିଲର୍ସ ଧାନ କିଣିଥିଲେ। ତେଣୁ ମିଲର୍ସ ଚାଷୀଙ୍କୁ ସୁରୁଖୁରୁରେ ବସ୍ତା ଫେରାଉଛି ନା ପୂର୍ବପରି ବସ୍ତା ପାଇଁ ଚାଷୀ ଦହଗଞ୍ଜ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ରିପୋର୍ଟ: ଭଜଶ୍ୟାମ ସାହୁ  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe