Bus accident: Over 30 passengers in critical condition Photograph: (sambad.in)
ଜଳେଶ୍ୱର: ଜଳେଶ୍ୱର ଥାନା ଚାଳନ୍ତି ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର ନିରଞ୍ଜନ ଢାବା ନିକଟରେ ରବିବାର ସକାଳ ୭ ଟା ୧୫ ମିନିଟ ସମୟରେ ଜଳେଶ୍ୱରରୁ ବାରିପଦା ଯାଉଥିବା ଗୀତାଞ୍ଜଳି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ରେ ୭୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ବେଳେ ସମସ୍ତେ ଉଣା ଅଧିକେ ଆହତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୩୦ ଜଣକ ଅବସ୍ଥା ଗୁରୁତର ରହିଛି।
ବିବରଣୀରୁ ପ୍ରକାଶ ଯେ, ଓଡି୧୧ଡି-୬୧୫୬ ନମ୍ବରର ଗୀତାଞ୍ଜଳି ନାମକ ଏକ ଯାତ୍ରୀବାହୀ ବସ୍ ରବିବାର ପୂର୍ବାହ୍ନ ୬ ଭୋଗରାଇରୁ ବାରିପଦା ଭାୟା ଜଳେଶ୍ୱର ଦେଇ ଯାତ୍ରା କରୁଥିଲା।
ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ: ପାର୍ସଲ ବୋମା ବିସ୍ଫୋରଣରେ ଆହତ ଡାକ କର୍ମଚାରୀଙ୍କୁ କ୍ଷତିପୂରଣ ନିର୍ଦ୍ଦେଶ
ସେକସରାଇ ସ୍ଥିତ ରେଳବାଇ ଓଭରବ୍ରିଜରୁ ବସ୍ଟି ବାହାରି ଚାଳନ୍ତି ନିକଟସ୍ଥ ନିରଞ୍ଜନ ଢାବା ନିକଟରେ ରାସ୍ତାର ଅପରପାର୍ଶ୍ବରେ ଥିବା ବାଲେଶ୍ଵର ରାସ୍ତାକୁ ବସ୍ଟି ବୁଲାଉଥିବା ବେଳେ ପଛରୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।
ବସ୍ରେ ୫୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା କୁହାଯାଇଛି। ସମସ୍ତ ଯାତ୍ରୀ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ବସ୍ ଭିତରୁ ଉଦ୍ଧାର କରିବା ସହ ଜିକେ ଭଟ୍ଟର ହସ୍ପିଟାଲକୁ ପଠାଇଥିଲେ। ୩୦ ଜଣକ ଅବସ୍ଥା ଗୁରୁତର ରହିଛି। ଜଳେଶ୍ୱର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ସେଠାରୁ ଚମ୍ପଟ ମାରିଥିବା କୁହାଯାଇଛି।
ଅଧିକ ପଢ଼ନ୍ତୁ:ପ୍ରେମ ପାଇଁ ଅକଥନୀୟ ଯନ୍ତ୍ରଣା: ବଳଦ ହୋଇ ଚଷିବା ଘଟଣାରେ ପ୍ରଶାସନିକ ତଦନ୍ତ ଆରମ୍ଭ
Baleswar | Accident
Follow Us