ରାୟଗଡା: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କଞ୍ଜାମଯୋଡ଼ି ଗ୍ରାମରେ ପ୍ରେମୀ ଯୁଗଳଙ୍କୁ ବଳଦ କରି ଜମି ଚାଷ କରେଇବା ଏବଂ ବେତ୍ରାଘାତ କରିବା ଭଳି ଘଟଣା କଙ୍ଗାରୁକୋର୍ଟରେ ଗ୍ରାମବାସୀଙ୍କ  ଦ୍ୱାରା ନିର୍ଯ୍ୟାତନା ଦିଆ ଯିବା ଘଟଣାରେ ଶନିବାର ପ୍ରଶାସନ ମୁହଁ ଖୋଲିଛି ।

Advertisment

ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ନିନ୍ଦା କରିବା ସହ ରାୟଗଡା ଉପଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଉପଜିଲ୍ଲାପାଳ ରମେଶ କୁମାର ଜେନାଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ ହେବ । ଏହି ଟିମ୍‌ରେ କଲ୍ୟାଣସିଂହପୁର ବିଡିଓ,ତହସିଲଦାର,ସିଡିପିଓ ଓ ସମାଜ ମଙ୍ଗଳ ଅଧିକାରୀ କଞ୍ଜାମଯୋଡ଼ି ଗ୍ରାମକୁ ଯାଇ ତଦନ୍ତ କରିବେ ଏବଂ ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାୟଗଡା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି 

ଅଧିକ ପଢ଼ନ୍ତୁ: ଆଉ ନିର୍ବାଚନ ଲଢ଼ିବି ନାହିଁ: ଜୁଆଲ ଓରାମ

ସୂଚନାଯୋଗ୍ୟ,ପୀୟୁସି ଓ ପୁତୁରାଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ବିରୋଧ କରି କିଛି ଦିନତଳେ  କଞ୍ଜାମଯୋଡ଼ି ଗ୍ରାମବାସୀ ଦୁଇ ପ୍ରେମୀ ଯୁଗଳଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେବା ସହ ବେକରେ ଲଙ୍ଗଳ ଲଗାଇ ଜମିରେ ଚାଷ କରାଇଥିଲେ । ଯାହା ମାନବଅଧିକାରକୁ କ୍ଷୁର୍ଣ୍ଣ କରିଛି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହୋଇଥିଲା ।

ଏହି ଘଟଣାକୁ  ଗ୍ରାମର ଲୋକେ ଅତି ସାଧାରଣ ଭାବେ ଗ୍ରହଣ କରିଥିବା ବେଳେ ଏହା ଆମ ଆଦିବାସୀ ପରମ୍ପରା ବୋଲି ପ୍ରକାଶ କରିଥିଲେ । ଏଥିସହ ଏମିତି ହଳ ବୁଲାଇଲେ ଗାଁରେ କେବେ ବିପତ୍ତି ଆସିବ ନାହିଁ ଓ  ଭଲ ଫସଲ ହେବ ବୋଲି ମତ ଦେଇଥିଲେ।

ତେବେ ଏହି ଘଟଣା ପ୍ରଥମେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତଦନ୍ତ ନିର୍ଦେଶ ଦିଆଯାଇଛି।  ଏହି ତଦନ୍ତକାରୀ ଟିମ୍ ଗ୍ରାମକୁ ଯାଇ ତଦନ୍ତ କରିବେ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନାରୁ ଜଣାପଡିଛି ଗତକାଲି କଲ୍ୟାଣସିଂହପୁର ପୁଲିସ କଞ୍ଜାମଯୋଡ଼ି ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିଛନ୍ତି। ପୁଲିସର ପ୍ରାରମ୍ଭିକ ସୂତ୍ରରୁ ଜଣାଯାଇଛି ୬ ଜଣଙ୍କ ସହ ଅନ୍ୟ କିଛି ଲୋକଙ୍କ ବିରୋଧରେ କେସ୍ ରୁଜୁ ହୋଇଛି। ଏହା ସହ ପ୍ରେମୀ ଯୁଗଳଙ୍କ ଅବସ୍ଥିତି ନେଇ ପୁଲିସ ଓ ପ୍ରଶାସନ ଛାନଭିନ୍ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: କେବଳ ମଦ୍ୟପାନ, ଧୂମପାନ ନୁହେଁ; ଅତ୍ୟଧିକ ରାଗିବା ଦ୍ବାରା ବି ହୋଇଥାଏ ଏହି ସବୁ ରୋଗ...

Raighar | Crime