ବସ୍‌-ବାଇକ୍ ମୁହାଁମୁହିଁ ଧକ୍କା; ଯୁବକ ମୃତ, ୨ ଗୁରୁତର

ବାଲେଶ୍ବର ଜିଲ୍ଲା ଜଳେଶ୍ଵର-ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥ ଭୋଗରାଇ ବ୍ଲକ ଦେହୁଡ଼ଦା ନିକଟରେ ବସ ସହିତ ବାଇକ ମୁହାଁମୁହିଁ ଧକ୍କା ଫଳରେ ଜଣେ ଲୋକଙ୍କର ମୃତ ହୋଇଥିଲା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି।

6d67c653-d3ad-40ee-a65f-4a099fe90a0e

ଭୋଗରାଇ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର-ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥ ଭୋଗରାଇ ବ୍ଲକ ଦେହୁଡ଼ଦା ନିକଟରେ ବସ୍‌ ସହିତ ବାଇକ ମୁହାଁମୁହିଁ ଧକ୍କା ଫଳରେ ଜଣେ ଲୋକଙ୍କର ମୃତ ହୋଇଥିଲା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଯୁବକ ହେଲେ ଗୈାତମ ସେନାପତି (୨୧)। ଆହତମାନେ ହେଲେ ହରେକୃଷ୍ଣ ରାଜ (୧୭) ଓ ସଂଜୟ ପଣ୍ଡା (୨୨)

ଏହି ଖବର ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଐତିହାସିକ ଓଡ଼ିଶା ଗସ୍ତ

ସୂଚନା ଅନୁସାରେ ଥାନାଛକ ପଟୁ ଯାଇଥିବା ଏକ ବାଇକ୍‌ ସହିତ ଚନ୍ଦନେଶ୍ବର ପଟୁ ଆସୁଥିବା ଗଣେଶ ନାମକ ବସ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକରେ ବସିଥିବା ୩ ଜଣ ଯୁବକ ତଳେ ପଡି ଯାଇଥିଲେ। ବାଇକ ଚଳାଇ ଥିବା ଯୁବକ ଗମ୍ଭାରିଆ ଗ୍ରାମର କାଳିଚରଣ ସେନାପତିଙ୍କ ପୁଅ ଗୈାତମ ସେନାପତି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ମୃତ ଯୁବକ ଜଣକ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ର ଥିଲେ। ପଛରେ ବସିଥିବା ତାଙ୍କର ସାଙ୍ଗ ବିନ୍ଧାପଦ୍ମପୁର ଗ୍ରାମର କମଳାକାନ୍ତ ରାଜଙ୍କ ପୁଅ ହରେକୃଷ୍ଣ ରାଜ ଓ ସେହି ଗ୍ରାମର କାହ୍ନୁଚରଣ ପଣ୍ଡାଙ୍କ ପୁଅ ସଞ୍ଜୟ ପଣ୍ଡା ଗୁରୁତର ଆହତ ହୋଇଛନ୍ତି। 

ଏହି ଖବର ପଢ଼ନ୍ତୁ: ଅଭିନେତ୍ରୀଙ୍କୁ ଭସାଇ ନେଲା ସମୁଦ୍ର ଲହଡ଼ି

ଦ୍ରୁତଗତି ମହାବିପତ୍ତି। ଏହା ସମସ୍ତେ ଜାଣିଛନ୍ତି। ତଥାପି ଚାଳକଙ୍କର ଅବହେଳା ଯୋଗୁଁ ପ୍ରତିଦିନ ସଡ଼କ ଦୁର୍ଘଟଣା ଘଟୁଛି ଏବଂ ଅନେକ ଲୋକଙ୍କର ମୃତ୍ୟୁ ହେଉଛି। ବାଲେଶ୍ବର ଜିଲ୍ଲା ଜଳେଶ୍ଵର-ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥ ଭୋଗରାଇ ବ୍ଲକ ଦେହୁଡ଼ଦା ନିକଟରେ  ଆଜି ଅପରାହ୍‌ଣରେ ବସ୍‌ ସହିତ ବାଇକ ମୁହାଁମୁହିଁ ଧକ୍କା ଫଳରେ ଜଣେ ଲୋକଙ୍କର ମୃତ ହୋଇଥିଲା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି।

ଏହି ଖବର ପଢ଼ନ୍ତୁ: ମଶାମରା ତେଲ କିଣାରେ ଦୁର୍ନୀତି

ପୁଲିସ ମୃତଦେହକୁ ଜବତ କରି ‌ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଗୁରୁତରମାନଙ୍କୁ ଉଦ୍ଧାର କରି ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଏହି ଖବର ପଢ଼ନ୍ତୁ: ଗହଣା ଦୋକାନୀଙ୍କଠାରୁ ବ୍ୟାଗ୍ ଲୁଟ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe