ବ୍ରହ୍ମପୁର/ରାଉରକେଲା: ଓଡ଼ିଶାରୁ ଦୁଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ଏହା ସହିତ ରାଉରକେଲା-ହାୱଡ଼ା ବନ୍ଦେ ଭାରତର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ କରିଛନ୍ତି।
ସେହିପରି ରାଉରକେଲା ଷ୍ଟେସନରୁ ପ୍ରଧାନମନ୍ତ୍ରୀ ରାଉରକେଲା-ହାୱାଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଉରକେଲା ଷ୍ଟେସନରେ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ।
ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ରାଉରକେଲାରୁ ହାୱଡ଼ା ମଧ୍ୟରେ କେବଳ ୩ଟି ଷ୍ଟେସନ ଚକ୍ରଧରପୁର, ଟାଟାନଗର ଅଟକିବ।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ର ଶୁଭାରମ୍ଭ ପତାକା ଦେଖାଇ କରିଛନ୍ତି। ଓଡ଼ିଶାରୁ ଦୁଇଟି ବନ୍ଦେ ଭାରତ ଗଡ଼ିଥିବାବେଳେ ଅନ୍ୟ ୪ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ମଧ୍ୟ ଶୁଭାରମ୍ଭ ହୋଇଛି। ସେଥିମଧ୍ୟରେ ଦେଓଘର-ବାରଣାସୀ, ଭାଗଲପୁର-ହାୱଡ଼ା, ଟାଟାନଗର-ପାଟନା ଏବଂ ଗୟା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ରହିଛି।
ଏହା ସହିତ ସେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ପରିମାଣକୁ ଅନଲାଇନରେ ସ୍ଥାନାନ୍ତର କରିଛନ୍ତି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ୬୫୦ କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।
ଅଧିକ ପଢ଼ନ୍ତୁ:ଜାତୀୟ ଲୋକ ଅଦାଲତରେ ୫୧୯ ବିଭିନ୍ନ ମାମଲା ଫଇସଲା
Follow Us