ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଥିବା ବେଦାନ୍ତ କମ୍ପାନୀର ବସନ୍ତପଡ଼ାଠାରେ ନିର୍ମାଣ କରାଯାଇଥିବା ରେଡ୍ ମଡ୍ ପଣ୍ଡ ଭୁଶୁଡ଼ି ପଡ଼ିଛି। ଫଳରେ ବସନ୍ତପଡ଼ା ସମେତ ବନ୍ଧଗୁଡ଼ା, ଟୁରିଗୁଡ଼ାର ହେକ୍ଟର ହେକ୍ଟର ଚାଷ ଜମିରେ ଲାଲ କାଦୁଅ ପାଣି ମାଡ଼ି ଯାଇଛି।

Advertisment

ଲାଲ ମାଟି ପାଣି ମାଡି ଯିବାରୁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କମ୍ପାନୀ ଦ୍ୱାରା ନିର୍ମାଣ ହୋଇଥିବା ଏହି ପଣ୍ଡକୁ ଠିକ ଭାବରେ ରକ୍ଷଣାବେକ୍ଷଣ କରାଯାଇ ନ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଜମିରେ ଲାଲ ମାଟି ପାଣି ମାଡ଼ି ଯିବାରୁ ଲୋକମାନଙ୍କ ଚାଷ କ୍ଷତି ହେବାରୁ ଆଶଙ୍କା ରହିଛି। ଏଥିପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ।

ଅଧିକ ପଢ଼ନ୍ତୁ:ନର୍ଲା ରେଞ୍ଜର ଆମ୍ବବଗିଚାରେ ମାଈହାତୀର ମୃତଦେହ ଠାବ

ତେବେ ଏନେଇ ବେଦାନ୍ତ କମ୍ପାନୀ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ। ଶନିବାର-ରବିବାର ରାତି ପ୍ରାୟ ୩ଟା ସମୟରେ ରେଡ୍ ମଡ୍ ପଣ୍ଡଟି ଭୁଶୁଡ଼ି ପଡ଼ିଥିବା ଜଣାଯାଇଛି। 

ଅଧିକ ପଢ଼ନ୍ତୁ:ମା ମାଣିକେଶ୍ୱରୀ ପୀଠରେ ଲାଗି ହେଲା ନବାନ୍ନ ଭୋଗ