ଇନ୍ଦୋର: ଇନ୍ଦୋରରେ ସିକ୍କିମ ବିପକ୍ଷ ମୁକାବିଲାରେ ସୟଦ ମୁସ୍ତାକ ଅଲି ଟ୍ରଫିର ଗ୍ରୁପ ପର୍ଯ୍ୟାୟର ଅନ୍ତିମ ରାଉଣ୍ଡରେ ବରୋଦା ଦଳ ଏକ ବିଶ୍ବ ରେକର୍ଡ କରିଛି।
ବରୋଦା ଦଳ ୧୭.୨ ଓଭରରେ ୩୦୦ ରନ୍ ମାର୍କ ଅତିକ୍ରମ କରିଛି। ଭାନୁ ପାନିଆଙ୍କ ୪୨ ବଲରେ ଅର୍ଦ୍ଧ ଶତକ ସହିତ ବରୋଦା 20 ଓଭରରେ ୫ ୱିକେଟ ହରାଇ ୩୪୯ ରନ୍ ସଂଗ୍ରହ କରିଛି। ୫ ଚୌକା ଏବଂ ୧୧ ଛକା ସହିତ ୫୧ ବଲ୍ ଖେଳି ୧୩୪ ରନ୍ ସଂଗ୍ରହ କରି ପାନିଆ ଅପରାଜିତ ରହିଥିଲେ।
ଭାରତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ପ୍ରଥମେ ବ୍ୟାଟିଂ କରି ବରୋଦାର ଓପନର୍ ଶାଶ୍ୱତ ରାୱତ ଏବଂ ଅଭିମନ୍ୟୁସିଂହ ରାଜପୁତ ପାଞ୍ଚ ଓଭରରେ ୯୨ ରନ୍ ସଂଗ୍ରହ କରିଥିଲେ।
ବାରୋଦା ଦଳ ଆଇପିଏଲ୍ ବାହାରେ ପ୍ରଥମ ଭାରତୀୟ ଘରୋଇ ଦଳ ଭାବେ ଟି-୨୦ ପାୱାରପ୍ଲେ ମଧ୍ୟରେ ଦ୍ରୁତତମ ୧୦୦ ରନ୍ ସଂଗ୍ରହ କରିବାର ରେକର୍ଡ କରିବାକୁ ସକ୍ଷମ ହୋଇଛି।
ଅକ୍ଟୋବରରେ ଟି-୨୦ରେ ବାଂଲାଦେଶ ବିପକ୍ଷରେ ଭାରତୀୟ ଦଳର ରେକର୍ଡ ସ୍କୋର ୬ ୱିକେଟରେ ୨୯୭ ରନ୍ ଥିଲା। ଚଳିତ ବର୍ଷ ଜିମ୍ବାୱେ ଗାମ୍ବିଆ ବିପକ୍ଷରେ ୪ ୱିକେଟ ହରାଇ ୩୪୪ ରନ୍ କରିଥିଲା। ସେହିପରି ନେପାଳ ୩ ୱିକେଟ ହରାଇ ୩୧୪ ରନ୍ କରିଥିଲା।
ବରୋଦା ନିଜ ଗ୍ରୁପରେ ସୌରାଷ୍ଟ୍ର ଏବଂ ଗୁଜରାଟ ପଛରେ ନେଟ ରନ୍ ହାରରେ ତୃତୀୟ ସ୍ଥାନରେ ରହିଥିବାବେଳେ ୨୦ ପଏଣ୍ଟ ପାଇଛି।
ଅଧିକ ପଢ଼ନ୍ତୁ: ପୁଷ୍ପା-୨ର ପ୍ରିମିୟରରେ ଦଳାଚକଟା: ଜଣେ ମହିଳାଙ୍କ ମୃତ୍ୟୁ, ଭିଡିଓ ଭାଇରାଲ
Follow Us